ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା କାଲି ଅନୁଷ୍ଠିତ ହେବ ସିବିଏସ୍ଇ ଦ୍ବାଦଶ ବୋର୍ଡ୍ ପରୀକ୍ଷା

ନର୍ଲା ବ୍ଲକ୍ ର ଦୁଇଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୯୮ ପରୀକ୍ଷାର୍ଥୀ ଦେବେ ବାର୍ଷିକ ପରୀକ୍ଷା

ରୁପ୍ରା, ୨୩/୨ (ମନିସ) : ଶୁକ୍ରବାର ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ସିବିଏସ୍ଇ ଦ୍ୱାଦଶ ବୋର୍ଡ୍ ପରୀକ୍ଷା। ସୂଚନାଯୋଗ୍ୟ ନର୍ଲା ବ୍ଲକ୍ ଅଧିନ ଜବାହାର ନବୋଦୟ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେବ । ଜବାହର ନବୋଦୟ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୧୫ ଜଣ ଛାତ୍ରଛାତ୍ରୀ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୮୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ବୋର୍ଡ୍ ପରୀକ୍ଷାର ସମ୍ମୁଖୀନ ହେବେ। ସୂଚନା ମୁତାବକ ଉକ୍ତ ପରୀକ୍ଷାର୍ଥୀ ମାନେ ଗତ ୨୦୨୦ ମସିହାରେ ପ୍ରଥମ ଥର ପାଇଁ ଦଶମ ବୋର୍ଡ୍ ପରୀକ୍ଷା ଦେଇଥାନ୍ତେ, ମାତ୍ର ୨୦୨୦ ମସିହାରେ କୋଭିଡ୍ ମହାମାରୀର ଭୟାବହତା ପ୍ରଭାବ ଯୋଗୁଁ ସ୍କୁଲ୍ ପାଠ ଓ ପରୀକ୍ଷା ଅନୁଷ୍ଠିତ ହୋଇପାରି ନଥିଲା। ଏଣୁ ଏହି ଛାତ୍ରଛାତ୍ରୀ ମାନେ ପ୍ରଥମ ଥର ପାଇଁ ଦ୍ବାଦଶ ବୋର୍ଡ୍ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ବୋର୍ଡ୍ ପରୀକ୍ଷା ପୂର୍ବାହ୍ନ ୧୦ : ୩୦ ମିନିଟରୁ ଆରମ୍ଭ ହେବ, ଏଥିପାଇଁ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଠାରେ ପୂର୍ବାହ୍ନ ୧୦ଟା ପୂର୍ବରୁ ପହଞ୍ଚିବେ, ୧୦ଟା ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଅନୁମତି ମିଳିବ ନାହିଁ ବୋଲି ଜଣାପଡିଛି। ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିନ୍ତାମଣି ଦ୍ୱିବେଦୀ ଓ ଶିବାନୀ ଗୁପ୍ତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚପଟଖଣ୍ଡାର ଅଧ୍ୟକ୍ଷ ଶ୍ରୀ ଜୟନ୍ତ ଖମାରୀ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ଓ ଶାନ୍ତି ଶୃଙ୍ଖଳା ମଧ୍ୟରେ କିପରି ପରୀକ୍ଷା ପରିଚାଳନା ହେବ ସେଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ କାମନା କରାଯାଇଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ମଣି ବରାଳ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

masiha

Leave a Comment

error: Content is protected !!