ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଫୁଲବାଣୀ ବଡ ମେଡ଼ିକାଲ ରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ସିଟିସ୍କାନ ଉଦଘାଟିତ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ର ପୁରାତନ ସ୍ତ୍ରୀ ପ୍ରସୂତି ବିଭାଗ ଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ,ଓଡ଼ିଶା ସରକାରଙ୍କ ଅନୁଦାନ ଏବଂ ସ୍ପନ୍ଦନ ଡିଆଗ୍ନଷ୍ଟିକ ସର୍ଭିସେସ ଭୁବନେଶ୍ୱର ଦ୍ୱାରା ନିଶୁକ୍ଳ ସିଟିସ୍କାନ ସେବା କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଲୋକାର୍ପିତ ଉତ୍ସବ ଉଦଘାଟନ କରିଥିଲେ। ଏହି ସିଟିସ୍କାନ ସେବା ଉଦଘାଟନ କରି ମାନନୀୟ ସାଂସଦ କହିଲେ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଲୋକାର୍ପଣ ହୋଇଥିବା ସିଟିସ୍କାନ ବହୁତ ବଡ଼ ଉନ୍ନତ ମାନର। ଜିଲ୍ଲା ବାସୀ ତଥା ଫୁଲବାଣୀ ବାସୀଙ୍କର ଏହା ବହୁଦିନର ସ୍ୱପ୍ନ ଥିଲା ତାହା ଆଜି ସାକାର ହୋଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହେବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ନେଉଥିବା ପଦକ୍ଷେପ ଗୁଡ଼ିକ ଅତୁଳନୀୟ । କନ୍ଧମାଳ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ପଦକ୍ଷେପ ନେଉଛନ୍ତି। ସିଟିସ୍କାନ ପାଇଁ ଲୋକମାନଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ । ଏହି ସେବା ଦିବାରାତ୍ର ୨୪ ଘଣ୍ଟା ଏହି ସେବା ପାଇପାରିବେ। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସାଂସଦ ଶ୍ରୀ ସାମନ୍ତ କହିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ ମନୋଜ କୁମାର ଉପାଧ୍ୟାୟ ଜିଲ୍ଲାର ଜନସାଧାରଣ ଙ୍କୁ ଏଣିକି ଆଉ ଅନ୍ୟ ଜିଲ୍ଲା କିମ୍ବା ଓ ଘରୋଇ ହସ୍ପିଟାଲ କୁ ଯିବାକୁ ପଡ଼ିବ ନାହିଁ। ଏହି ଲୋକାର୍ପଣ ଉତ୍ସବ ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ କଲ୍ୟାଣି ମିଶ୍ର, ପରିବାର କଲ୍ୟାଣ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରସନ୍ନ ତ୍ରିପାଠୀ,ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଅଧିକ୍ଷକ ଅଭୟ କୁମାର ପଟ୍ଟନାୟକ,ରୋଗ ନିୟନ୍ତ୍ରଣ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ବସନ୍ତ କୁମାର ପାତ୍ର,ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ,ହସ୍ପିଟାଲ ମ୍ୟାନେଜର ବିଜୟ କୁମାର ମହନ୍ତ, ଶ୍ୟାମ ପ୍ରସାଦ ନାୟକ,ସ୍ପନ୍ଦନ ଡିଆଗ୍ନଷ୍ଟିକ ସର୍ଭିସେସ ଓଡ଼ିଶା ମୁଖ୍ୟ ଶ୍ରୀ ସତ୍ୟ ସୁନ୍ଦର ବାସା ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବର ଦାତା ସମ୍ମିଳନୀ

Sunil Chandra Nayak

ଖଡ଼କା ପଦରରେ ବୃଦ୍ଧି ପାଉଛି ଝାଡାବାନ୍ତି  

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଙ୍କ ଦ୍ଵାରା ବାବନ୍ଧ ଗ୍ରାମ ରେରକ୍ତ ଦାନ ଶିବିର ଓ ବଡ ସାହି ରାସ୍ତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!