ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ ପରିସରରେ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅଷ୍ଟେଓପାଥୀ କର୍ମଶାଳା

 ମୟୂରଭଞ୍ଜ -୭/୧୦/୨୨(ମସିହା)  ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଓଷ୍ଟେଓପାଥି ସମ୍ବନ୍ଧୀୟ ଏକ କର୍ମଶାଳା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ମାନବ ସମ୍ବଳ କେନ୍ଦ୍ର ନିର୍ଦେଶିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାନ୍ତି ଓଷ୍ଟେଓପାଥି ଉପରେ ସଵିସ୍ତୃତ ଆଲୋଚନା କରିଥିଲେ ।ସାଂପ୍ରତିକ ପରିସ୍ଥିତିରେ ମଣିଷର ସିଂହଭାଗ ଆୟ ଚିକିତ୍ସା ଖର୍ଚରେ ଯାଉଛି ଯାହାଫଳରେ ସେ ଆର୍ଥିକ କ୍ଷେତ୍ରରେ ପଛରେ ପଡି ନାନା ହଇରାଣ ହରକତ ହେଉଛି ।ଏହି ସେବା ସଂପୁର୍ଣ୍ଣ ଭାବେ ମାନବ କୌଶଳ ଦ୍ବାରା ଆଧାରିତ । ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଓଷ୍ଟେସିଓପାଥିର ଡାକ୍ତର ଛାତ୍ରରୁ ଅଭିଜ୍ଞ ଡାକ୍ତର ହୋଇଥିବା ଡାକ୍ତର ରୋହିତା ଶର୍ମା ଓଷ୍ଟେଓପାଥି ଉପରେ କିଛି ଡେମୋ ପ୍ରଦର୍ଶନ କରିଥିଲେ ।ତଦସହ ଟିଭି ପରଦାରେ ମଧ୍ୟ ଏହା ଉପରେ କ୍ଲିପ୍ ଗୁଡିକ ସଚିତ୍ର ପ୍ରଦର୍ଶନ କରିଥିଲେ । ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ,ଫିଜିଓଥେରାପି ଭଳି ଅଷ୍ଟିଓପାଥି ଆଉ ଏକ ଅନନ୍ୟ ସ୍ବାସ୍ଥ୍ୟ ସେବା । ଯେଉଁଠାରେ କିଛି ଔଷଧ ଆବଶ୍ୟକ ପଡେ ନାହିଁଁ ।ଏହି ରୋଗୀକେନ୍ଦ୍ରିତ ସାମଗ୍ରିକ ଆଭିମୁଖ୍ୟ ଯାହା ଶରୀରର ଗଠନ ଓ ଏହାର କାର୍ଯ୍ୟକଳାପ ମଧ୍ୟରେ ସଂପର୍କ ଥାଏ ।ଅଷ୍ଟିଓପାଥାସ ଶରୀରର ମାଂସପେଶୀ, ଗଣ୍ଠି, ସ୍ନାୟୁ,କନକ୍ଏଟିଭ୍ ଟିସ୍ଯୁ,ରକ୍ତ ସଂଚାଳନ ଏବଂ ଆଭ୍ୟନ୍ତରୀଣ ଅଙ୍ଗକୁ ପଲସେସନ ଓ ମାନୁଆଲ୍ କୌଶଳ ଦ୍ବାରା ପ୍ରଭାବିତ କରି ସ୍ବାସ୍ଥ୍ୟ ର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣର କ୍ଷମତାକୁ ସୁଦୃଢ କରିଥାନ୍ତି ।ରୋଗ ଏବଂ ଆଘାତରୁ ନିରାକରଣ ଏବଂ ଚିକିତ୍ସା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ ।ପିଠି ବ୍ୟଥା,ମୁଣ୍ଡବିନ୍ଧା, ମାଂସପେଶୀ,ଗଣ୍ଠି ଯନ୍ତ୍ରଣା,ଯନ୍ତ୍ରଣା ଏବଂ କଠିନତା,ବୃତ୍ତିଗତ ଷ୍ଟ୍ରେନ,/ପୋଷ୍ଟୁରାଲ ଷ୍ଟ୍ରେନ,ବେକ ଏବଂ କାନ୍ଧରେ ଯନ୍ତ୍ରଣା,କ୍ରୀଡା ଆଘାତ,ଆଘାତ ପରବର୍ତ୍ତୀ/ଅପେରେଟିଭ୍ ପୁନର୍ବାସ,ହଜମ ପ୍ରକ୍ରିୟା,ଋତୁସ୍ରାବ ସମସ୍ୟା,ଅଜଣା,ଶ୍ବାସ କ୍ରିୟା ସଂକ୍ରମଣ, ଗର୍ଭାବସ୍ଥା ସହିତ ଜଡିତ ପିଠି ଯନ୍ତ୍ରଣା ତଥା ଓଟିଟିସ୍ ମିଡ଼ିଆ ଆଦି ରୋଗ ପାଇଁ ଅଷ୍ଟିଓପାଥି ଚିକିତ୍ସା ଦିଆଯାଏ । ଆମେରିକାରେ ଅଷ୍ଟିଓପାଥି ଚିକିତ୍ସାର ବହୁଳ ବ୍ୟବହାର ଅଛି । ଏବେ ଧୀରେ ସବୁ ଦେଶର ଲୋକେ ଗ୍ରହଣ କରିବାକୁ ଯାଉଛନ୍ତି ।ଏସିଆ ମହାଦେଶରେ ତଥା ଓଡ଼ିଶାରେ ପ୍ରଥମ କରି ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟରେ ଅଷ୍ଟିଓପାଥିର ସ୍ନାତକୋତ୍ତର ଏବଂ ପିଜି ପାଠ୍ୟକ୍ରମ ପ୍ରଦାନ ବ୍ୟବସ୍ଥା କରାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ଵାରା ଦିଆଯାଇଥିବା ମାନଦଣ୍ଡକୁ ଅନୁସରଣ କରି ଉଭୟ ପାଠପଢ଼ା ବ୍ୟବସ୍ଥା କରାଯାଇଛି ‌ ବିଶ୍ଵରେ ୪୬ ଟି ଦେଶରେ ଅଷ୍ଟିଓପାଥି ଚିକିତ୍ସା ପ୍ରଦାନ କରାଯାଉଛି ।ଏହି ଚିକିତ୍ସାକୁ ରାଜ୍ୟ ସରକାର ଅଷ୍ଟିଓପାଥୀ ପାରିଷଦ ଗଠନ ପାଇଁ ଖସଡ଼ା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ‌ ।ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଗର ନାାଏକ ,ପ୍ରାକ୍ତନ ଏସଡିଏମଓ ଡାକ୍ତର ପି ଏସ ମାଣିକେଶ୍ଵରୀ, ରାଇରଙ୍ଗପୁର ହସ୍ପିଟାଲ ମେନେଜର ଲିପ୍ସା ରାଜନନ୍ଦିନୀ ମହାପାତ୍ର,ଅନ୍ୟ ହସ୍ପିଟାଲ କର୍ମଚାରୀ ଉପସ୍ଥିତ ଥିଲେ । ହସ୍ପିଟାଲ କର୍ମଚାରୀଙ୍କୁ କିଛିଦିନ ହେଲା ଓଷ୍ଟେଓପାଥି ଉପରେ ଚିକିତ୍ସା କରାଯିବା ସହ ତାଲିମ ଦିଆଯାଉଛି ।କିଛି ଚିକିତ୍ସା ହେଉଥିବା ବ୍ୟକ୍ତି ସୁଫଳ ପାଉଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ । ବିଦ୍ୟାର୍ଥୀମାନେ ଏହି ଓଷ୍ଟେଓପାଥି ବିଷୟ ନେଇ ପାଠ ପଢି ବିଭିନ୍ନ ସ୍ଥାନରେ ତଥା ଦେଶ ବିଦେଶରେ କର୍ମ ନିଯୁକ୍ତି ପାଇପାରିବେ ବୋଲି ନିର୍ଦେଶିକା ବିଜୟା ଲକ୍ଷ୍ମୀ ମହାନ୍ତି ଗଣମାଧ୍ୟମକୁ କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ମୁଡିଙ୍ଗ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ବେଦାନ୍ତ ହସ୍ପିଟାଲ ପକ୍ଷରୁ ଏଥର ରୋଗୀଙ୍କ ପାଇଁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ

Sunil Chandra Nayak

Leave a Comment

error: Content is protected !!