ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କର୍ମ ମୋର ହରି ନିତି ସେବା କରି
     ମାଗୁଛି ମୋ ସୁଖ ଶାନ୍ତି
ପାପି ତରି ଯାଉ ତୁମ ନାମ ଜପି
    ତାଙ୍କୁ ମିଳୁ କ୍ଷମା ମୁକ୍ତି।
ପାପିଙ୍କୁ ଉଦ୍ଧାର କରିଛ ଠାକୁର
     ବିପଦେ ହୋଇଛ ଠିଆ
କାଳତ ଆସୁଛି ରକ୍ଷା କର ପ୍ରଭୁ
    ଦେଖାଇ ତୁମର ହିଆ।
ମନର ମନ୍ଦିର ପୂଜା ପାଉ ଅଛ
   ବୁଝ ଦୁଃଖ ଆଉ ସୁଖ
ଜଗତ ବାସୀଙ୍କୁ ମଙ୍ଗଳ ବିଧାନ
   ଚାହିଁ ଦେଲେ ତୁମ ମୁଖ।
ଏମିତି ଠାକୁର ଜଗତର ଏକ
    ତୁମ ଲୀଳା ସବୁଠାରେ
ବିଜୟ କରିଛ ନୀଳାଞ୍ଚଳ ଧାମ
    ଭକ୍ତ ମେଳା ତୁମ୍ଭ ଦ୍ବାରେ।
ବିଶ୍ବର ଦେବତା ତୁମେ ପିତାମାତା
    ଜାଣ ମୋ ବଂଶ ଜଞ୍ଜାଳ
ସୁଖରେ ରହିବା ଶାନ୍ତିରେ ଚଳିବା
      ଦିଅ ପ୍ରଭୁ ମୋତେ ବଳ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବୟସ ଯାଇଛି ହଜି

Sunil Chandra Nayak

ପିଞ୍ଛାବଣିଆଁ ଗୁରୁକୁଳ ଆଶ୍ରମ ପରିସରରେ ସେବାକାର୍ଯ୍ଯ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!