ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଖଣ୍ଡିଆଗୁଡା ରେ ଅନ୍ଧବିଶ୍ୱାସ ଆଗରେ ସଚେତନତା କାର୍ଯ୍ୟକ୍ରମ ତୁଛ ହୋଇଗଲା : ଗୁରୁମାଇ ଆଣି ପୂଜା ଓ ବଳି ଦେଲେ

ତେନ୍ତୁଳିଖୁଣ୍ଟି : ୧୫/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ଗ୍ରାମପଞ୍ଚାୟତ ର ଖଣ୍ଡିଆଗୁଡା ଗ୍ରାମରେ ସରପଞ୍ଚ ସମିତି ସଭ୍ୟ। ପଂଚାୟତ ନିର୍ବାହୀ ଅଧିକାରୀ ତଥା,ସ୍ୱାସ୍ଥ୍ୟ ବିଭାଗ ଟିମ ର ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ପରଜା ସାହି ବାସୀ ଅନ୍ଧ ବିଶ୍ୱାସ କୁ ହିଁ ଆପଣେଲେ। ଗତକାଲି ଠାରୁ ଗୁରୁମାଇ ଭିକୁ ଜାନୀ ଙ୍କୁ ଆଣି ପୂଜା ଓ ବଳି କାର୍ଯ୍ୟକ୍ରମ ଚାଲିଛି। କୁକୁଡ଼ା ବଳି ଓ ଘୁଷୁରୀ ବଳି ସରିଛି ଆଗକୁ କଣ ବଳି ଦେଉଛନ୍ତି ଦେଖିବାକୁ ରହିଲା। ଖଣ୍ଡିଆଗୁଡା ଗ୍ରାମର ପରଜା ସାହି ରେ 13 ଦିନରେ ଛ ଜଣ ଙ୍କ ମୃତ୍ୟୁ ପରେ ଗ୍ରାମର ଉକ୍ତ ସାହି ବାସୀ ବୈଠକ କରି ଦେବୀ କୋପ ବା ଆସୁରିକ ଶକ୍ତି ଯୋଗୁଁ ଏଭଳି ଜୀବନ ଯାଉଛି ,ଗୁରୁମାଇ ଆଣି ପୂଜା କରିବେ ବୋଲି ନିଷ୍ପତ୍ତି ନେଇଥିଲେ।କିନ୍ତୁ ପଂଚାୟତ ପ୍ରତିନିଧି ଓ ସ୍ୱାସ୍ଥ୍ୟ ବିଭାଗ ଟିମ ଏହା ମଦ୍ୟପାନ ଜନିତ ବୋଲି ବୁଝାଇ ଥିଲେ। ତଥାପି ଦୁଇ ଦିନ ପୂଜା ଅନ୍ଧବିଶ୍ୱାସ ଆଗରେ ସଚେତନତା କୁ ତୁଛ ବୋଲି ମନେହେଉଛି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ କଲା ହ୍ୟୁମାନ କେୟାର ଫାଉଣ୍ଡେସନ ଓ ବଜରଙ୍ଗ ସେନା

ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

Sunil Chandra Nayak

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ

masiha

Leave a Comment

error: Content is protected !!