ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

 ତେନ୍ତୁଳିଖୁଣ୍ଟି -୧୫/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତଥା ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ଉପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ପାଡେପଦର ପଂଚାୟତ ବାସୀ ନିର୍ଭର କରନ୍ତି। ପାଡେ ପଦର ଠାରୁ ଥୁଆମୂଳ ରାମପୁର ବ୍ଲକ ଅବା କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟ ଦୂରତା ଅଧିକ ରହିଥିବା ବେଳେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ତା ତୁଳନା ରେ କମ ରହୁଛି। ଏଣୁ ପାଡେପଦର ଗ୍ରାମ ପଞ୍ଚାୟତ ର ପ୍ରାୟତଃ ଗର୍ଭବତୀ ମହିଳା ହେଉ ବା ଅନ୍ୟ ରୋଗୀ ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ହିଁ ଆଣିଥାନ୍ତି। ଯାତାୟତ ପାଇଁ ସେମାନଙ୍କ ମୂଖ୍ୟରାସ୍ତା ଖମାର ପଦର ରୁ ମୁଣ୍ଡା ଗୁଡା ଦେଇ ମଙ୍ଗର ଦୋରା ଦେଇ ତେନ୍ତୁଳିଖୁଣ୍ଟି ରେ ପହଁଛନ୍ତି। କିନ୍ତୁ ମୁଣ୍ଡା ଗୁଡା ରୁ ମଙ୍ଗର ଦୋରା ରାସ୍ତା ଖରାପ ଥିବାରୁ 108 ଆମ୍ବୁଲାନ୍ସ ରୋଗୀ ଙ୍କୁ ଆଣିବା କଷ୍ଟ ହେଉଛି ଏଣୁ ଅଧିକ ଦୂରତା ଓ ଅଧିକ ସମୟ ଲାଗୁଥିବା ରାସ୍ତା ବେନାଖମର ଦେଇ ଯିବାକୁ ପଡୁଛି। ଏଣୁ ଖାଲ ଖମା ତଥା କର୍ଦ୍ଧମାକ୍ତ ରାସ୍ତା ମୁଣ୍ଡା ଗୁଡା ଠୁଁ ମଙ୍ଗର ଦୋରା ରାସ୍ତା ମରାମତି କରି ଯାନବାହନ ଚଳାଚଳ ଯୋଗ୍ୟ କରିବା ପାଇଁ ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ପାଡେ ପଦର ସରପଞ୍ଚ ସମ୍ଭାରୀ ମାଝୀ ଆଜି ଏକ ଅନୁରୋଧ ସମ୍ବଳିତ ଦାବୀ ଜଣାଇଛନ୍ତି। ବିଡ଼ିଓ ଭୋଇ ଅନୁରୋଧ ରକ୍ଷା କରିବା ପ୍ରତିଶ୍ରୁତି ଦେଇଛନ୍ତି। ଦେଖିବାକୁ ବାକି ରହିଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ର ଦୂର୍ଗମ ଗ୍ରାମ ଗୁଡିକରେ ସବୁଦିନିଆ ଯାନବାହନ ଚଳାଚଳ ଯୋଗ୍ୟ ରାସ୍ତା କେବେ ହେବ? ସଦର ପଂଚାୟତ ର ମୂଖ୍ୟ ସମସ୍ୟା ଅନ୍ତତଃ ପଡ଼ୋଶୀ ଜିଲ୍ଲା ର ଜଣେ ସରପଞ୍ଚ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ରାସ୍ତା ମରାମତି ପାଇଁ ଅନୁରୋଧ କରିଛନ୍ତି ତାଙ୍କ ଅନୁରୋଧ ଅନ୍ତତଃ ରକ୍ଷା କରି ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ଭଲ ରାସ୍ତା ସଦର ପଞ୍ଚାୟତର ଦୁର୍ଗମ ଗ୍ରାମ ଗୁଡିକ ପାଇଁ କରିଦେଉ ବୋଲି ସାଧାରଣରେ ଚର୍ଚ୍ଚା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଢେଙ୍କାନାଳ ରେ ଆରବିଆଇ ଲୋକପାଳ ଅଫିସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଶିକ୍ଷକ ସମସ୍ୟାକୁ ନେଇ ବିଦ୍ୟାଳୟରେ ପଡିଲା ତାଲା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆମ ମାତୃଭାଷା

Sunil Chandra Nayak

Leave a Comment

error: Content is protected !!