ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକସ୍ଵାସ୍ଥ୍ୟ

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ନବରଙ୍ଗପୁର—-(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ନବରଙ୍ଗପୁର ଓ ଉମରକୋଟ ମଧ୍ଯ ସ୍ଥଳରେ ଥିବାରୁ ଏଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୫ ଟି ବ୍ଲକର ବହୁ ଗ୍ରାମର ଲୋକେ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ନିର୍ଭର କରିଥାନ୍ତି, ହେଲେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ପଦବୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ଯାନ୍ୟ ପଦବୀ ପୂରଣ ହୋଇ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି lଏତଦ୍ ବ୍ୟତୀତ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଦୁଇଟି ଉପ ସ୍ଵାସ୍ଥ୍ଯ କେନ୍ଦ୍ର ଯଥା — ରାବଣାଗୁଡା ଓ ମେଦେନା ରହିଛି।ତେବେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ପଦବୀ ଗୁଡିକ ପୂରଣ ହୋଇପାରି ନାହିଁ l ଯଦ୍ୱାରା ରୋଗୀ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି l ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ସହ ଡାକ୍ତର ରହିବା କଥା, କିନ୍ତୁ ଦୁଇଜଣ ଡାକ୍ତରଅଛନ୍ତିl ସେଥି ମଧ୍ୟରୁ ଜଣେ ପାପଡାହାଣ୍ଡି ରୁ ଡେପୁଟେସନ ରେ ଆସି ଦୀର୍ଘଦିନ ହେଲା କାର୍ଯ୍ୟ କରୁଛନ୍ତି l ଏପରି ସ୍ଥଳେ ଜଣେମାତ୍ର ଡାକ୍ତର ଙ୍କ ଉପରେ ସମ୍ପୂର୍ଣ୍ଣ ବ୍ଳକର ୧୨ ଗୋଟି ପଞ୍ଚାୟତବାସୀ ଓ ଆଖ ପାଖ ପାପଡାହାଣ୍ଡି, ଉମରକୋଟ, ଝରିଗାଁ ଓ କୋଷାଗୁମୁଡ଼ା ବ୍ଳକର ବହୁ ଗ୍ରାମ ସ୍ଵାସ୍ଥ୍ଯ ସେବା ଉପରେ ନିର୍ଭର କରିଥାନ୍ତି lସ୍ଵାସ୍ଥ୍ଯ ସଚେତନ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ କାର୍ଯ୍ୟ ନିରୀକ୍ଷଣ, ମାସିକ ଦରମା ପ୍ରଦାନ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ରହୁଥିବାରୁ ଜଣେ ଡାକ୍ତର ସମସ୍ତ କାମ କରିବା କଷ୍ଟକର ହୋଇ ପଡ଼ୁଛି l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତର ମାନଙ୍କ ରହଣି ପାଇ ଉପଯୁକ୍ତ ସୁବିଧା ନାହିଁ l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେଜଣେ ଏଲ୍ ଏଚ୍ ଭି ସହ ୫ ଜଣ ନର୍ସ ରହିବାକୁ ଥିବା ବେଳେ ମାତ୍ର ୩ ଜଣ ନର୍ସ ରହୁଛନ୍ତି l ଡାବୁଗାଁ ଥାନା ଅଞ୍ଚଳ ଏକ ଦୁର୍ଘଟଣା ପ୍ରବଣ ହୋଇଥିବାରୁ ଗୁରୁତର ଆହତ ମାନଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥାଏ l ତେବେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିବାକୁ ବାଧ୍ୟ ହୋଇ ଥାଆନ୍ତି l ସେହି ପରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶବ ଗୃହ ନ ଥିବା ଯୋଗୁଁ ଅସୁରକ୍ଷିତ ଅବସ୍ଥା ରେ ଖୋଲା ମେଲା ରେ ରଖିବାକୁ ବାଧ୍ଯ ହେଉଛନ୍ତି l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଠା ବହୁଦିନର ହୋଇ ଥିବାରୁ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି l ବିଶେଷଜ୍ଞ ଡାକ୍ତର ନ ଥିବାରୁ ଜନ୍ତ୍ରପାତି ଗୁଡିକ ଖତ ଖାଉଛି l ଅପର ପକ୍ଷରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ହେଉ ନ ଥିବାରୁ ଡାବୁଗାଁ ବ୍ଳକ ରେ କ୍ଵାକ ମାନଙ୍କର ପ୍ରାଦୁର୍ଭାଵ ଦିନକୁଦିନ ବୃଦ୍ଧି ପାଇ ତାଙ୍କ ସେବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ସହ ନୀରିହ ଆାଦିବାସୀ ଙ୍କ ଜୀବନ ଅକାଳରେ ଚାଲି ଯାଉଛି l

ଏପରିସ୍ଥଳେ ସରକାର ଙ୍କ ଦ୍ଵାରା ମାଗଣା ଚିକିତ୍ସା, ମାଗଣା ଔଷଧ ବଣ୍ଟନ ରେ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହେଉଛି l ସରକାର ଙ୍କ ଦ୍ଵାରା ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି, ତାହା ପ୍ରହସନ ପଲଟିଛି l ଏଥିପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁ ଦ୍ରୁଷ୍ଟି ପକାଇ ତୁରନ୍ତ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ଦିଗରେ ପଦକ୍ଷେପ ନେବା ପାଇଁ ଅଂଚଳବାସୀ ଦୃଢ଼ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Pious lady Pramalata Behura passed away. 

masiha

ରାଇରଙ୍ଗପୁରରେ ନୂଆ ଓ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା ଏବଂ ମହିଳା ବିଭାଗରେ ରାଇରଙ୍ଗପୁର ଚମ୍ପିୟାନ

masiha

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @ ୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!