ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଆହ୍ୱାନ । ଗଛ ଲଗାଇବା ,ପ୍ଲାଷ୍ଟିକ ହଟେଇବା

କାମାକ୍ଷାନଗର -(ମନିସ )5/6/23 //ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । “ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ” ହେଉଛି ଚଳିତ ବିଶ୍ୱ ପରିବେଶ ଦିବସର ମୁଖ୍ୟ ପ୍ରସଙ୍ଗ । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବନାଞ୍ଚଳ ଅଧିକାରୀ ମାନଙ୍କ ଉପସ୍ଥିତରେ ଉପଜିଲ୍ଲାପାଳଙ୍କ ବାସଭବନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ,ବିଡିଓ ବିକାଶ ମହାନ୍ତି ଯୋଗଦାନ କରିଥିଲେ । ସେହିପରି କାମାକ୍ଷାନଗର ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ରେଞ୍ଜର ବନବିହାରୀ ସର୍ଦ୍ଦାର ଓ ପୂର୍ବାଂଚଳ ଡେ଼ପୁଟି ରେଞ୍ଜର ଅଜିତ ଦଳେଇଙ୍କ ସମେତ ଉଭୟ ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ରେଞ୍ଜର ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରିବେଶକୁ ସୁରକ୍ଷା ଦେବା ସହିତ ବୃକ୍ଷରୋପଣକୁ ଗୁରୁତ୍ୱ ଏବଂ ଏଥିସହିତ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ କରିବାକୁ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ପରେ ବନ କର୍ମଚାରୀ ଓ ଭିଏସଏସ ମେମ୍ବର ମାନଙ୍କୁ ନେଇ କାମାକ୍ଷାନଗର ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 

masiha

ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!