ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

 ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ସଭାପତି ହିମାଂଶୁ ଦିଗାଲ ଙ୍କର ତତ୍ବାବଧାନରେ ପାଣ ସମାଜ କୁ ଅଧିକ ସୁଦୃଢ କରିବା ପାଇଁ ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠନ କରାଯାଇଥିଲା। ଏହି ଅବସରରେ ତା ୩/୫/୨୦୨୩ ରିଖ ରବିବାର ଦିନ ଫୁଲବାଣୀ ସ୍ଥାନୀୟ ଡି ଆର ଡି ଏ ଛକ ସ୍ଥିତ ପୋୖର ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ଆଇନ ଜୀଵ କମଳ କୁମାର ବେହେରା ଦାୟିତ୍ୱ ବହନ କରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉକ୍ତ ନିର୍ବାଚନ ରେ ସର୍ବ ସମ୍ମତି କ୍ରମେ ପୋୖର ପରିଷଦ ପାଣ ସମାଜ ନୂତନ ସଭାପତି ଭାବେ ଜୟ ବେହେରା ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ବିଷ୍ଣୁ ଚରଣ ବେହେରା, ସାଧାରଣ ସମ୍ପାଦକ ଭାବେ ବିଷ୍ଣୁ ଚରଣ ଦିଗାଲ,ସହ ସମ୍ପାଦକ ଭାବେ ସୁଶାନ୍ତ ନାୟକ ନିର୍ବାଚିତ ହୋଇଥିବା ବେଳେ ସଙ୍ଗଠନ ସମ୍ପାଦକ ଭାବେ କର୍ଣ୍ଣ ବେହେରା ନିର୍ବାଚିତ ହୋଇଥିଲେ। ଉକ୍ତ ନିର୍ବାଚନ ସମୟରେ ପାଣ ସମାଜ ମୁଖ୍ୟ ଉପଦେଷ୍ଟା ଦାରୁଣ କୁମାର ବେହେରା ଏବଂ ଉପଦେଷ୍ଟା ଆଇନଜୀବୀ ପଙ୍କଜ ବେହେରା ସହ ଜିଲ୍ଲା ସ୍ତରୀୟ ପାଣ ସମାଜ ସମସ୍ତ କର୍ମକର୍ତ୍ତା ଙ୍କର ଉପସ୍ଥିତ ରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନବ ନିର୍ବାଚିତ ସଭାପତି ସମାଜ ର ଲୋକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ରବି କାନୁନଗୋ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ କବି ଓ ସାମ୍ବାଦିକ 

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ଓ ଉନ୍ନତି ପାଇଁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ 

masiha

Leave a Comment

error: Content is protected !!