ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ବ୍ରାହ୍ମଣ ମହାସଭା ଵାମନଘାଟୀ ଶାଖା ତରଫରୁ ରେଳ ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ଯରେ ଜଗନ୍ନାଥ ମନ୍ଦିରରେ ଦୀପଦାନ

ମୟୂରଭଞ୍ଜ- ୫/୬ (ମସିହା)ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଗତ ଜୁନ ୨ ତାରିଖ ଦିନ ସଂନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସର ଭୟଙ୍କର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୩୦୦ ପାଖାପାଖି ଆବାଳ,ବୃଦ୍ଧ ,ବନିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଗୁରୁତର ଆହତ ହୋଇଥିଲେ ।ସେହି ମୃତକଙ୍କ ଆତ୍ମା ଏବଂ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର,ବାମନଘାଟୀ ଶାଖା ପକ୍ଷରୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀରାମ ମନ୍ଦିର ସମ୍ମୁଖରେ ଏକ ସମୂହ ଦୀପଦାନ ପୂଜନ ଆଜି ସଂଧ୍ୟା ୬ ଘଟିକା ରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ଠାକୁରଙ୍କ ପାଖରେ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରଵ ପ୍ରାର୍ଥନା କରିଥିଲେ । ତାଙ୍କ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ଏଭଳି ଦୁଃଖଦ ସମୟରେ ଦିଅନ୍ତୁ ।ତଦସହ ଆହତ ଲୋକମାନଙ୍କର ଶିଘ୍ର ଆରୋଗ୍ୟ ଓ ସୁସ୍ଥ କରନ୍ତୁ ।ଠାକୁରେ ଏଭଳି ଦୁଃଖ ଆଉ ଦିଅନ୍ତୁ ନାହିଁ ।କରୋନା ମହାମାରୀ ପରେ ଏହା ସାରା ବିଶ୍ବରେ ଏହା ଏକ ଅତିବ ଦୁଃଖଦ ଘଟଣା ।ଏହି ଦୀପଦାନ କାର୍ଯ୍ୟରେ ଅନୁଷ୍ଠାନର ସଭାପତି ପ୍ରଭାସ କବି, ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ଶିକ୍ଷାବିତ୍ ଗଣେଶ୍ୱର ଦାସ, ସତ୍ୟବ୍ରତ ମହାପାତ୍ର,ବାଇଧର ପଣ୍ଡା, କ୍ଷୀରୋଦ ତ୍ରିପାଠୀ,କଟି ପଣ୍ଡା,ନୃପତି ମିଶ୍ର, ଗୋକୁଳ ପାଣି,କାଳିଆ ନନା,ଓମ୍ ପ୍ରକାଶ ଷଡ଼ଙ୍ଗୀ,ବୀରେଶ କବି, ସଂଗ୍ରାମ କବି,ଆଲୋକ ମିଶ୍ର ଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିମଳ କିଶୋର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ନିମ୍ନ ମାନର ରାସ୍ତା କାମ ନିର୍ମାଣ ଅଭିଯୋଗ ରାସ୍ତା କାମ କୁ ନେଇ ତାତିଲେ ଅଂଚଳବାସୀ କିଛି ସମୟ ଯାଏ ଏସଡ଼ିଓ ଙ୍କୁ ଅଟକ ରଖିଲେ ଆନ୍ଦୋଳନ କାରି ପଦା ରେ ପଡିଲା ବିଭାଗୀୟ ଅଧିକାରୀ ଏବି ଠିକାଦାର ଙ୍କ ମଧୁଚନ୍ଦ୍ରିକା  

Sunil Chandra Nayak

ମୁଁ ଜଣେ ସେବକ, ସମସ୍ୟାର ସମାଧାନ ଓ ବିକାଶ ଧାରାକୁ ଆଗେଇ ନେବା ମୋ ଲକ୍ଷ୍ୟ – ଦୂର୍ଗା ତନ୍ତୀ

masiha

Leave a Comment

error: Content is protected !!