ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧବା ପତ୍ନୀଙ୍କୁ ସାହାଯ୍ୟ କଲା ଧର୍ମଗଡ଼ ଉପଖଣ୍ଡ ବସ କର୍ମଚାରୀ ସଂଘ

ଜୁନାଗଡ଼,୨୭/୧(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଳାସ ଗ୍ରାମର ପ୍ରଦୁନ୍ୟ କୁମାର ମେହେରଙ୍କ ଗତ ଜାନୁଆରୀ ୧୯,ତାରିଖ ଦିନ କର୍ତ୍ତବ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ଏହାକୁ ଦୃଷ୍ଟିରେ ରଖି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଧର୍ମଗଡ଼ ଉପଖଣ୍ଡ ଘରୋଇ ବସ କର୍ମଚାରୀ ସଂଘ ଜୁନାଗଡ଼ ତରଫରୁ ଆଜି ମୁତକଙ୍କ ପତ୍ନୀ ଭୂମିସୁତା ମେହେରଙ୍କୁ ସଂଘ ପକ୍ଷରୁ.୨୦,୧୦୧ ଟଙ୍କା ପ୍ରଦାନ କରାଯାଇଛି।ଏହି ସମୟରେ ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକ, କୋଷାଧ୍ୟକ ପୁରୁଷୋତ୍ତମ ମାଝୀ, ଉପଦେଷ୍ଟା ଧନମାଲି ଧଙ୍ଗଡା ମାଝୀ, ସଭ୍ୟ ଗୌରଚନ୍ଦ୍ର ନାଏକ,ଗୌତମ କଟା, ପ୍ରସାଦ ଦଣ୍ଡସେନା, ନେତ୍ରାନନ୍ଦ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାର ଏହି ପ୍ରଥମ ପଦକ୍ଷେପ ଓ ସାହାଯ୍ୟ ବିଷୟରେ ପଚାରିବାରୁ ଆଗାମୀ ଦିନରେ ସକ୍ରିୟ ସଦସ୍ୟ ମାନଙ୍କ ପ୍ରତି ଏହି ସାହାଯ୍ୟ ଜାରି ରହିବ ବୋଲି ସମ୍ପାଦକ ବସନ୍ତ କୁମାର ନାୟକ ଓ ସଭାପତି ଶିଶିର ପଟ୍ଟନାୟକ ପ୍ରକାଶ କରିଛନ୍ତି।ମୃତକ କଣ୍ଡକ୍ଟର ପ୍ରଦୁମନ ମେହେରଙ୍କ ସାହାଯ୍ୟ କରିବା ବିଷୟରେ ସ୍ଥାନୀୟ ସରପଞ୍ଚ ପ୍ରଭାକର ସେଠୀଙ୍କୁ ପଚାରିବାରୁ ମୃତକ ପରିବାର କୁ ଯଥାଶୀଘ୍ର ହରିଶ୍ଚନ୍ଦ୍ର ଯୋଜନା, ବିଧବା ଭତ୍ତା, ଏନଏଫବିଏସ,କରାଯିବ ବୋଲି ପ୍ରକାଶ କରିବା ସହ ଘରୋଇ ବସ କର୍ମଚାରୀ ସଂଘ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ସରକାର ବଦଳିଲା ହେଲେ ସୁଧୁରୁ ନାହିଁ ରାସ୍ତା ଅବସ୍ଥା, ଦୃଷ୍ଟି ପଡିବ କି ବିଧାୟକ ? 

masiha

ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

ଆମ ଓଡିଶା ନବୀନ ଓଡିଶା’ରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ବକେୟା ଅର୍ଥ ମିଳି ନଥିବାରୁ ଜିଲ୍ଲାପାଳଙ୍କୁ ୬ ଗୋଟି ଗ୍ରାର ଲୋକମାନେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!