ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଚାଷୀମୂଲିଆ ଆଦିବାସୀ ସଂଘ ପକ୍ଷରୁ ବନ୍ଧୁଗାଁ ବ୍ଲକରେ ଶତାଧିକ ସମର୍ଥକଙ୍କ ସହ ଟ୍ରାକ୍ଟର ପଟୁଆର ସହିତ ପ୍ରତିବାଦ ଆନ୍ଦୋଳନ

ବନ୍ଧୁଗାଁ ତା ୨୭/୧/୨୩ ଆଜି କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକରେ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବ୍ଲକରେ ଥିବା ଚାଷୀମୂଲିଆ ଆଦିବାସୀ ସଂଘ ପକ୍ଷରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ବଡ଼ସରପୋଲି ଠାରୁ ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବାଦ୍ୟ ଓ ନାଚ ସହିତ ଟ୍ରାକ୍ଟର ପଟୁଆର ସହିତ ପ୍ରତିବାଦ ଆନ୍ଦୋଳନ କରିଛନ୍ତି । ଚାଷୀମୂଲିଆ ଆଦିବାସୀ ସଂଘର କୋରାପୁଟ ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରି ପାଇଡିଅମା, ବନ୍ଧୁଗାଁ ବ୍ଲକ ସଭାନେତ୍ରୀ ଶୁରାମା ପିଡ଼ିକା ଓ ରାଜ୍ଯ ସଭାପତି ଶ୍ରୀକାନ୍ତ ମହାନ୍ତି ଙ୍କ ନେତୃତ୍ବରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଦିଲ୍ଲୀରେ ବିରାଟ କୃଷକ ଆନ୍ଦୋଳନ ସମୟରେ ମୋଦି ସରକାରଙ୍କ ତରଫରୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ସେହି ପ୍ରତିଶ୍ରୁତି ମୋଦି ସରକାର ବର୍ତ୍ତମାନ ସୁଦ୍ଧା ପାଳନ କରି ନାହାନ୍ତି । କେନ୍ଦ୍ର ସରକାରଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବହୁବାର ଅବଗତ କରୁଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରୁ ନ ଥିବାରୁ ଦେଶ ବ୍ୟାପି ଥିବା କୃଷକ ମାନଙ୍କ ନ୍ୟାୟଚିତ ନିମ୍ନ ୯ ଗୋଟି ଦାବି ହାସଲ ପାଇଁ ଆଜି ବନ୍ଧୁଗାଁ ବ୍ଲକରେ ୬ ଟି ଟ୍ରାକ୍ଟରରେ ପଟୁଆରରେ ଶତାଧିକ ଚାଷୀ ଓ ଚାଷୀମୂଲିଆ ଆଦିବାସୀ ସଂଘର ଶତାଧିକ ସମର୍ଥକ ମାନଙ୍କ ଉପସ୍ଥିତି ରେ ବାଦ୍ୟର ତାଳେ ତାଳେ ନାଚ କରି ସମର୍ଥନ ଜଣାଇଥିଲେ । ସମସ୍ତ ସମର୍ଥକଙ୍କ ହାତରେ ରଙ୍ଗ ପତକା, କିଷାନ ମାନଙ୍କ ଦାବି ଲେଖିତ ପ୍ଲା କାର୍ଡ ଓ ବେନାର ଗୁଡ଼ିକ ହାତରେ ଧରିଥିବା ଦେଖିବାକୁ ମିଳିଥିଲା । ଚାଷୀମୂଲିଆ ଆଦିବାସୀ ସଂଘକୁ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ବନ୍ଧୁଗାଁ,ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକର ସମସ୍ତ ଜନସାଧାରଣ ସମର୍ଥନ ଜଣାଇବା ପାଇଁ ଆହ୍ବାନ କରିବା ସହିତ ଆଦିବାସୀଙ୍କ ଜଙ୍ଗଲ, ଜଳ ଓ ଜମି ଅଧିକାର ଉପରେ ସ୍ଲୋଗାନ ଦେଇଥିଲେ । ନିମ୍ନ ଦାବି ଗୁଡ଼ିକ ହେଲା ୧) ସ୍ବାମୀନାଥାନ କମିଶନଙ୍କ ସୁପାରିଶ ଅନୁଯାଇ ଫସଲର ଦାମ ଖର୍ଚ୍ଚର ଦେଡଗୁଣା କରି ସର୍ବନିମ୍ନ ସହାୟତା ମୂଲ୍ୟ ନିର୍ଦ୍ଧାରଣ କରାଯାଉ ଏଵଂ ଏହାକୁ ସବୁ ଫସଲ ପାଇଁ ଲାଗୁ କରି ଚାଷୀଙ୍କୁ ପ୍ରଦାନ କରିବା ପାଇଁ ଆଇନ ପ୍ରଣୟନ କରାଯାଉ।୨) ସମସ୍ତ କୃଷି ୠଣ ଛାଡ କରାଯାଉ ।୩) ବିଦ୍ୟୁତ୍ ସଂଶଧନ ବିଲ ୨୦୨୨ କୁ ପ୍ରତ୍ୟାହାର କରାଯାଉ।୪) ଏହି ଚାଷୀ ଆନ୍ଧୋଲାନ ପରିପେଖିରେ କୃଷକ ମାନଙ୍କ ଉପରେ ହୋଇ ଥିବା ସମସ୍ତ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରାଯାଉ।୫) ସମସ୍ତ ଚାଷୀଙ୍କୁ ମାସିକ ୫୦୦୦ ଟଙ୍କା ପେନସନ ଦିଆଯାଉ।୬) ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ଅକାମୀ କରିବା ପାଇଁ ତଥା ଜଙ୍ଗଲକୁ କମ୍ପାନୀ ମାନଙ୍କ ହାତରେ ଟେକିଦେବା ଉଦ୍ଦେଶ୍ୟରେ ଆସିଥିବା ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ କୁ ତୁରନ୍ତ ପ୍ରତ୍ୟାହାର କରାଯାଉ।୭) ଉତ୍ପାଦିତ ସମସ୍ତ ଧାନକୁ ସରକାରୀ ଘୋଷିତ ଦରରେ ମଣ୍ଡିରେ କିଣାଯାଉ । କ୍ୟୁଣ୍ଟଲ ପିଛା ୩ ରୁ ୫ କି ଗ୍ରା କଟଣିଛଟଣି କୁ ବନ୍ଦ କରାଯାଉ।୮) ଭାଗ ଚାଷୀଙ୍କୁ ମାନଙ୍କୁ ଚାଷୀର ମାନ୍ୟତା ଦେଇ ମଣ୍ଡି ରେ ଧାନ ବିକିବା ସହ ଚାଷୀ ପାଉଥିବା ସମସ୍ତ ସୁବିଧା ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଉ।୯) ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତ ଆଦିବାସୀ ପରିବାରକୁ ଜଙ୍ଗଲ ଜମିର ଅଧିକାର ପ୍ରଦାନ କରାଯାଉ । ଏହି ପ୍ରତିବାଦ ଠାରେ ଚାଷୀ ମୂଲିଆ ଆଦିବାସୀ ସଂଘର କେଣ୍ଡୁରୁକା ସୁବାରାଓ ,ମାଣ୍ଡିଙ୍ଗି ଶ୍ରୀନୁ, କ୍ରୀଷ୍ଣା ପିଡ଼ିକା, ଆଦନା କାଡ୍ରାକା ଙ୍କ ସମେତ ଅନେକ ଲୋକ ଉପସ୍ଥିତ ରହି ଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ତାଲିମ 

Sunil Chandra Nayak

ଜିଲ୍ଲାସ୍ତରୀୟ ବାବା ସାହେବ ଡଃ. ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!