ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ

ରାଜନଗର -25.1.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଵନଵିହାରିପୁରୁର ନିମାଇଁ ଚରଣ ଖଟୁଆଙ୍କ ପ୍ରାୟ 35ଵର୍ଷର ସ୍ତ୍ରୀ ଆଜି ମଧ୍ୟାହ୍ନରେ ପୋଖରିରେ ବାସନ ମାଜୁଥିବା ସମୟରେ ଗଭିର ପୋଖରିରେ ଗୋଡ ଖସିଯାଇ ମୃତ୍ୟୁ ବରଣ କରିଥିବା ମୃତ ଜ୍ୟୋତ୍ସ୍ନାର ପରିଵାର ଲୋକ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏପରି ଅଭାବନୀୟ ଘଟଣା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବିବରଣୀରୁ ପ୍ରକାଶ ମୃତ ଜ୍ୟୋତ୍ସ୍ନା ସଵୁଦିନ ପରି ଶାଶୁ ପିଲାଙ୍କ ସହ ଖାଇସାରି ବାସନ ମାଜିବାକୁ ମଧ୍ୟାହ୍ନରେ ପୋଖରୀକୁ ଯାଇଥିଲେ, ଏହିସମୟରେ ବଡଝିଅ ଓ ଶାଶୁ ତାଙ୍କର ଅନ୍ୟ ଘରକୁ ଯାଇଥିଲେ। ଏପଟେ ଜ୍ୟୋତ୍ସ୍ନା ବାସନ ମାଜୁଥିବା ସମୟରେ କୌଣସି ଅସାବଧାନତା ଯୋଗୁଁ ପୋଖରିରେ ଖସିଯାଇ ଥିଲେ। ଗଭିର ପୋଖରିରେ ମାକୁ ଦେଖି ପାଞ୍ଚ ବର୍ଷର ପୁଅ କାନ୍ଦିବା ଦେଖି ଗ୍ରାମବାସୀ ପୋଖରୀରୁ ଜ୍ୟୋତ୍ସ୍ନାକୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ ରାଜନଗର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପୋଲିସ୍ ଅପମୃତ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଶବଵ୍ୟଵଛେଦ ପରେ ଯାହା ଫଳାଫଳ ଜଣାପଡିବ। ଏହି ଦୁଃଖଦ ଖବର ପାଇ କଂଗ୍ରେସ ବ୍ଲକ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା, ସହଦେଵ ସାହୁ, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସତ୍ୟ ପାଣି ସମେତ ବହୁସହକରର୍ମୀ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚି ଭଲମନ୍ଦ ବୁଝାସୁଝା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବଜ୍ରା ଘାତରେ ଦୁଇ ମଇଁସି ମୃତ

Sunil Chandra Nayak

କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

Sunil Chandra Nayak

ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!