ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

ଡାବୁଗାଁ, ୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ଗୁରୁବାର ପାଳିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଓ ଥାନା ର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ ସହ ବରିଷ୍ଟ ନାଗରିକ ବୃନ୍ଦ ଙ୍କ ସହଯୋଗ ରେ ରାଷ୍ଟ୍ରୀୟ ଏକତା ଦିବସରେ ଶପଥ ପାଠ କରିଥିଲେ l ଶପଥ ପାଠରେ ମୁଁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସତ୍ୟନିଷ୍ଠ ଶପଥ ନେଉଛି କି ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସୁରକ୍ଷା କୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି ଏବଂ ଆମର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବି l ମୁଁ ଏହି ଶପଥ ମୋର ଦେଶର ଏକତା ର ଭାବନା ରୁ ନେଉଛି, ଯାହାକି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦୂର ଦର୍ଶିତା ଏବଂ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଥିଲା l ମୁଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବା ପାଇଁ ନିଜର ଯୋଗଦାନ ଲାଗି ମଧ୍ୟ ସତ୍ୟ ନିଷ୍ଠା ସହିତ ସଂକଳ୍ପ କରୁଛି l ଏହି ଶପଥ ପାଠ ସମୟରେ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ, ବରିଷ୍ଠ ନାଗରିକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ରବି ନାରାୟଣ ମହାନ୍ତି, ହରେନ୍ଦ୍ର ନାଥ ଜେନା, ପରେଶ ନାଥ ଚକ୍ରବର୍ତ୍ତୀ, ସେନାପତି ବେହେରା, ମୁରଲୀଧର ଡାକୁଆ, ଶ୍ୟାମ ସୁନ୍ଦର ମହାନ୍ତି, ଗଗନ ମହାନ୍ତି, ଟି. ମୁରଲୀ ରାଓ, ଏ ବାଲରାଜୁ, ସୀମାଞ୍ଚଳ ଦାସ ଓ ସମସ୍ତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

Sunil Chandra Nayak

କେସିଙ୍ଗାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ଡବ୍ଲ୍ୟୁଓଡିସି ସିଇଓଙ୍କ କୋକସରା ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!