ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ବିକ୍ରୀକୁ ନେଇ ଦ୍ବନ୍ଦରେ ଭାଗ ଚାଷୀ ଛିଣ୍ଡୁନାହିଁ ଲାଖଗୁଡା ଜଗନ୍ନାଥ ମନ୍ଦିରର ବିବାଦ

ଧାନ ବିକ୍ରୀକୁ ନେଇ ଦ୍ବନ୍ଦରେ ଭାଗ ଚାଷୀ

ଛିଣ୍ଡୁନାହିଁ ଲାଖଗୁଡା ଜଗନ୍ନାଥ ମନ୍ଦିରର ବିବାଦ

ନର୍ଲା ,31/11( ): ନର୍ଲା ବ୍ଲକ ଅନ୍ତର୍ଗତ ଲାଖଗୁଡା ଜଗନ୍ନାଥ ମନ୍ଦିରର ବିବାଦ ଥମିବାର ନାଁ ନେଉନାହିଁ। ଏହି ମନ୍ଦିରର ଜମି ଚାଷ କରୁଥିବା ଭାଗ ଚାଷୀ ଖରିଫ ଧାନ ବିକ୍ରୀକୁ ନେଇ ଦ୍ବନ୍ଦରେ ପଡିଛନ୍ତି। ସୂଚନା ଅନୁସାରେ ନାଥ ତିହାଡି ନାମକ ଜଣେ ବ୍ରାହ୍ମଣ ଲାଖଗୁଡା ଜଗନ୍ନାଥ ମନ୍ଦିରକୁ ନିଜର ୫ ଏକର ୯୨ ଡେସିମିଲ ଜମି ଦାନ କରିଥିଲେ। ସ୍ବର୍ଗତ ନାଥ ତିହାଡିଙ୍କ କୈାଣସି ଉତ୍ତରାଧିକାରୀ ମଧ୍ୟ ନାହାଁନ୍ତି। ଏପଟେ ଭୁବନ୍ଦୋବସ୍ତ ସମୟରେ ଜଣେ ବ୍ୟକ୍ତିଙ୍କର ନାମ ମନ୍ଦିର ଜମିର ମାର୍ଫଦଦାର ରହିଲେ। ଅନେକ ବର୍ଷ ହେଲା ସେହି ମାର୍ଫଦାରଙ୍କ ପୁତ୍ର ମନ୍ଦିରର ଜମିର ଧାନ ବିକ୍ରୀ ପାଇଁ ପଞ୍ଜିକରଣ କରି ମଣ୍ଡିରେ ଧାନ ବିକି ଆସୁଛନ୍ତି। ତେଣୁ ଭାଗଚାଷୀମାନେ ନିଜର ଧାନ ବିକ୍ରୀ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଭାଗଚାଷୀମାନେ ରୁପ୍ରାରୋଡ କୃଷି ସେବା ସମବାୟ ସମିତିରେ ପ୍ରତିବାଦ କଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ। ତେଣୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କୁସୁମି ବ୍ଳକରେ ଟିପିଏନଓଡିଏଲ ପକ୍ଷରୁ ଜନପ୍ରତିନିଧିଙ୍କୁ ନେଇ ସଚେତନତା କର୍ମଶାଳା

Sunil Chandra Nayak

୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

ଚକ୍ରଧରପୁର ଏସିଏମ ବିନିତ କୁମାରଙ୍କ ରାଉରକେଲା ରେଳ ଷ୍ଟେସନ ତଦାରଖ

Sunil Chandra Nayak

Leave a Comment

error: Content is protected !!