ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

ଦିଲ୍ଲୀ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥା ଆଇ ଆଇ ଏମ ସି ନିର୍ଦେଶକ ପ୍ରଫେସର ରାକେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଖ୍ୟାତନାମା କବି ଓ ସମ୍ପାଦକ ଡ଼. ଭବାନୀ ଶଙ୍କର ନିଆଲ କଳାହାଣ୍ଡି ଆଜି ଓ ଗତକାଲି ଶୀର୍ଷକ ଉପରେ ଏକ ବ୍ୟାଖ୍ୟାନ ମାଲାରେ ସାମିଲ ହୋଇଥିଲେ। ଉକ୍ତ ବିଷୟ ଉପରେ କି-ନୋଟ ଦେଇଥିଲେ ଆଇ ଆଇ ଏମ ସି ର ଏସୋସିଏଟ ପ୍ରଫେସର ଡ଼. ପ୍ରଦୀପ ସୌରଭ। ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଯାହା ଦୁର୍ଭିକ୍ଷ,ଅନାଟନ ଓ ପଳାୟନ ଶୀର୍ଷକ ଗତ ତିନି ଦଶକ ତଳେ ଯାହା ଚର୍ଚ୍ଚା ହେଉଥିଲା ଆଜି କେନ୍ଦ୍ର ରାଜ୍ୟ ସରକାରଙ୍କର ନୀତିଗତ ଫଇସଲା, ନୀତିଗତ ନିଷ୍ପତି ଏବଂ କ୍ରମଶଃ ଏହା ଉପରେ ପଞ୍ଚବର୍ଷୀୟ ଯୋଜନା ଏବଂ ନୀତି ଆୟୋଗ ଦ୍ୱାରା କଳାହାଣ୍ଡି ଉପରେ ଗବେଷଣା ଏବଂ ସଂସଦ ରେ ବିଭିନ୍ନ ସମୟରେ ଏହା ଚର୍ଚ୍ଚା ପରିଶରକୁ ଆସୁଥିବାର ଏବଂ ମାନବ ସମ୍ବଳର ସତ୍ ବିନିଯୋଗ କରଣରୁ ଆଜି କଳାହାଣ୍ଡି ଗୋଟେ ଭାରତର ଭାତ ହାଣ୍ଡିରେ ପରିଣତ ହେଇଛି ଏବଂ ସଶ୍ୟ ଉତ୍ପାଦନ କ୍ଷେତ୍ରରେ, ଧାନ ଉତ୍ପାଦନ କ୍ଷେତ୍ରରେ ଏକ ସଠିକ ଠିକଣା ସ୍ଥାନରେ ପହଂଚିପାରିଛି। କୃଷି କ୍ଷେତ୍ରରେ ଏହି ଜିଲ୍ଲା ବାର୍ଷିକ ୭ ହଜାର କୋଟିରୁ ଉର୍ଦ୍ଧ୍ବ ରାଜସ୍ୱ ପାଉଛି। କଳାହାଣ୍ଡି ବିଶ୍ୱସ୍ଥରୀୟ କପା ଉତ୍ପାଦନ କରି ଦେଶ ବାହାରକୁ ରପ୍ତାନୀ କରୁଛି। ବର୍ଷରେ ୫୦୦କୋଟି ଟଙ୍କାର କପା ଉତ୍ପାଦନ ହେଉଥିବାବେଳେ ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଗଡ଼ ଏବଂ ଅନ୍ୟ ରାଜ୍ୟରେ କଳାହାଣ୍ଡି କପାର ଚାହିଦା ବୃଦ୍ଧି ପାଇଛି। ଜିଲ୍ଲାରୁ କପା ରପ୍ତାନୀ କରାଯାଉଥିବାବେଳେ ଅଞ୍ଚଳର କପା ଚାଷୀ ଆର୍ଥିକ ସ୍ୱାବଲମ୍ବୀ ହେବାର ବାଟ ଫିଟିଛି।

ଜଳ ସେଚନର ପ୍ରବନ୍ଧନ, ନଦୀବନ୍ଧ ଯୋଜନାର ଆରମ୍ଭ, ଏବଂ ରାସ୍ତା ଯୋଗାଯୋଗ ତଥା ଶିକ୍ଷା କ୍ରାନ୍ତି, ସ୍ୱାସ୍ଥ୍ୟ କ୍ରାନ୍ତି ଜରିଆରେ କଳାହାଣ୍ଡି ରଚିଛି ଅନେକ ଇତିହାସ। ସେହି କ୍ରମରେ କଳାହାଣ୍ଡି ର ପରକାପିଟା ଇନକମ ରେ ଏବଂ ଜିଡିପି ରେ ବୃଦ୍ଧି ହୋଇଛି ଏହା ସଙ୍ଗେ ସଙ୍ଗେ କଳାହାଣ୍ଡି ରେ ଉତ୍ପାଦନ ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ କପା। ଏହା କଳାହାଣ୍ଡିର ଅର୍ଥନୀତି କୁ ଆହୁରି ମଜବୁତ କରିଛି। ଏହି ସନ୍ଦର୍ଭରେ ଡ଼ ଭବାନୀ ଶଙ୍କର ନିଆଲ ଏସୋସିଏଟ ପ୍ରଫେସର ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଲାପ କରି ତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପରଖିଥିଲେ। ଦିଲ୍ଲୀ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାର ଏହି ବ୍ୟାଖ୍ୟାନମାଳାରେ କଳାହାଣ୍ଡିର ଜଣେ ବୁଦ୍ଧିଜୀବୀଙ୍କୁ ରଖିବା ନିଶ୍ଚିତ ଭାବେ କଳାହାଣ୍ଡି ପାଇଁ ଗର୍ବ ଓ ଗୌରବର କ୍ଷଣ ଅଟେ।

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ମୁ

masiha

୧୦୪ ଦିନରେ ୩୨% ଲକ୍ଷ୍ୟ ସାଧନ: ବ୍ରହ୍ମପୁରରେ ବନ୍ଧ୍ୟାକରଣ ଅଭିଯାନ ଆଗୁଆ

A Blood Donor Hero Social Worker Er.Bipra Ranjan

masiha

Leave a Comment

error: Content is protected !!