ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା

ନର୍ଲା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା

ନର୍ଲା, (ମନିସ): କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି। ଏଥିରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି, ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ନର୍ଲା ବ୍ଲକ ଶୈକ୍ଷିକ ସଂଯୋଜିକା ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ପ୍ରତୀକ୍ଷା ପ୍ରତିଶ୍ରୁତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ। ଏହି ଅବସରରେ ବ୍ଲକର ୧୭ଗୋଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଳ୍ପମୂଲ୍ୟ ଓ ବିନାମୂଲ୍ୟରେ ନିର୍ମିତ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଏଥିରେ ମୌଳିକ (୧ମ-୩ୟ ଶ୍ରେଣୀ) ସ୍ତରରେ କୁସୁମପଡ଼ା ପ୍ରାଥମିକ ବିଦ୍ୟାଳୟ, ଅଇଁଲାପାଲି ପ୍ରାଥମିକ ବିଦ୍ୟାଳୟ ଓ ପାଜିଦୁହୁନି ପ୍ରାଥମିକ ବିଦ୍ୟାଳୟ, ପ୍ରାରମ୍ଭିକ (୪ର୍ଥ-,୫ମ ଶ୍ରେଣୀ) ସ୍ତରରେ ଜୁର୍କାଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନର୍ଲାରୋଡ଼ ପ୍ରାଥମିକ ବିଦ୍ୟାଳୟ ଓ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଧ୍ୟମ (୬ଷ୍ଠ-୮ମ ଶ୍ରେଣୀ) ସ୍ତରରେ ଅସୁରଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଯୋଗଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବ୍ଲକର ସମସ୍ତ ସିଆରସିସି, ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀଙ୍କ ଦଶରା, ୩ ଦିନ ଧରି ଉତ୍ସବ ମୁଖର ଦଣ୍ଡପାଟ ଅଞ୍ଚଳ

masiha

ଖଇରାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!