ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗରେ ଶାରଦା ଏକାଡେମୀ 2000 ବ୍ୟାଚ ର ବନ୍ଧୁ ମିଳନ

ତିର୍ତ୍ତୋଲ :– 01/02/23 ବାଣିକ୍ଷେତ୍ର ଝଙ୍କଡ ସାରଳାପୀଠ କନକପୁର ସ୍ଥିତ ଶାରଦା ଏକାଡେମୀର 2000 ମସିହା ମ୍ୟାଟ୍ରିକ ବ୍ୟାଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବୁଧବାର ଦିନ ବସନ୍ତ ବଗିଚା ସାରଳା ପବ୍ଲିକ ସ୍କୁଲ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ! ଦୀର୍ଘ ବାଇଶି ବର୍ଷ ପରେ ପ୍ରାକ୍ତନ ସହପାଠୀ ମାନେ ପରସ୍ପର ମଧ୍ୟରେ ଏହି ଭେଟଭାଟ ସମୟରେ ଅପୂର୍ବ ଭାବମୟ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା !ଅତୀତର ସ୍ମୃତିକୁ ରୋମନ୍ଥନ କରୁ କରୁ କେତେକ ଭାବବିହ୍ଵଳ ହୋଇ ଉଠିଥିଲେ !ଦିବଂଗତ ଶିକ୍ଷକ ମାନଙ୍କ ପାଇଁ ପ୍ରାରମ୍ଭରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇ ପରେ, ନିଜ ନିଜର ଅନୁଭବ ଓ ଅନୁଭୂତି ବ୍ୟକ୍ତ କରିଥିଲେ !ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ,ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ! ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଶଙ୍କର ରାଉଳ, ଇଞ୍ଜିନିଅର ନୃସିଂହ ନାଥ ସାହୁ, ବୈକୁଣ୍ଠ ନାଥ ରାଉଳ,ସୁନୀଲ ଦାସ, ସହଦେଵ ସାହୁ, ରଞ୍ଜିତ ମହାନ୍ତି , ମାମିନା ବେହେରା, ମାନସୀପଣ୍ଡା, ବିଷୟା ସ୍ବାଇଁ , ରିଙ୍କି ପ୍ରଧାନ , ସୁଜାତା ରାଉଳ , ସ୍ୱୟଂପ୍ରଭା ମିଶ୍ର , ରଶ୍ମିରଞ୍ଜନ ଦାସ , ଅମିତା ଦାସ , ପୁଷ୍ପା ମହାରଣା , ମୋନାଲିସା ଦାସ , କୀର୍ତ୍ତିମୟୀ ଓଝା , ଜଲି ବେହେରା , ବରଦା ପ୍ରସାଦ ସାହୁ , ଶରତ ମହାରଣା , ଓ ପ୍ରଭାତ ବେହେରା ଙ୍କ ସମେତ ସମସ୍ତ ସହପାଠୀ ବୃନ୍ଦ ସହଯୋଗ କରିଥିଲେ !ବିଶେଷକରି ଏହି ସହପାଠୀ ମାନେ ନିଜ ନିଜର ପରିବାର ସହିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାରୁ ଖୁସିର ମାହୋଲ ଦେଖିବାକୁ ମିଳିଥିଲା! ସମସ୍ତ ବନ୍ଧୁ ଓ ବାନ୍ଧବୀ ମାନେ ଆନନ୍ଦରେ ଡିଜେ ବଜେଇ ନୃତ୍ୟ କରିଥିଲେ ! ଏ ଅପୂର୍ବ ପରିବେଶ ସତେ ଯେପରି 2000 ବର୍ଷ ତଳର ବିଦ୍ୟାଳୟ ସମୟର ସ୍ମୃତିକୁ ଜାଗ୍ରତ କରି ଦେଇଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

Sunil Chandra Nayak

ଜଳଛତ୍ର ନାଁରେ ଲୋକଙ୍କ ଟଙ୍କାର ଅପବ୍ୟୟ ? ମହାନଗର ନିଗମର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

Leave a Comment

error: Content is protected !!