ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୮ତମ ପୁସ୍ତକ ମେଳା ଉଦଘାଟିତ

ରାଉରକେଲା/ ସହରର ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଆୟୋଜିତ ୨୮ତମ ପୁସ୍ତକ ମେଳା ଆଜି ଭଂଜଭବନ ଠାରେ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶୁଭ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ପୁସ୍ତକ ହେଉଛି ପ୍ରକୃତ ବଂଧୁ । କେବଳ ଜ୍ଞାନ ଆହରଣ ନୁହେଁ ବରଂ ଏକାକିତ୍ବକୁ ଦୂରେଇ ବାରେ ପୁସ୍ତକ ପଠନ ସହାୟକ ହୋଇଥାଏ । ଆଜିର ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଭୟ କୁମାର ଦାସ, ବିଷ୍ଣୁ ମହାନ୍ତି,ଗୋପୀନାଥ ପଟ୍ଟନାୟକ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଉପସଭାପତି ଡା ବସନ୍ତ କୁମାର ଦାସ, ଡଃ ସନାତନ ପ୍ରଧାନ, ବାଉରୀବଂଧୁ ସାହୁ, ଡା ୟୁ ସି ଜେନା,ଜ୍ଞାନେନ୍ଦ୍ର କୁମାର ଦାଶ, ବିଜୟ କୁମାର ପାତ୍ର, ଟୁକୁଲା ପାଢୀ, ଅନିଲ ମଲ୍ଲିକ, ଅର୍ଚ୍ଚନା ମହାନ୍ତି, ମନୋଜ ପଣ୍ଡା, କୁଞ୍ଜବିହାରୀ ରାଉତ, ଦୀନବଂଧୁ ରଥ, ଜ୍ୟୋତି ରଂଜନ ମହାପାତ୍ର, ଟି ଏସ ମଧୁସୂଦନ, ପ୍ରଦୀପ ପଟ୍ଟନାୟକ, ଅଟମ ରଥ, ଅମରେନ୍ଦ୍ର ପାଢୀ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ସ୍ମିତା ମିଶ୍ର,କନକଲତା ମିଶ୍ର, ପ୍ରେମାନନ୍ଦ ସାମଲ, ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଆଦ୍ଯଶା ଦାସ ଓଡିଶୀ ଓ ଅପୂର୍ବା ମହାନ୍ତି ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଉପସଭାପତି ଡଃ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ

ମହାବିଷୁବ ସଂକ୍ରାନ୍ତି  ଅବସରରେ ରେ ପୁରୀସ୍ଥିତ ଟାଉନ ହଲ୍‌ରେ ଆନ୍ତର୍ଜାତିୟ ଶ୍ରୀ ଜଗନ୍ନାଥ ଦିବସ ପାଳିତ

Sunil Chandra Nayak

ବ୍ଲକ ସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ମେଳା ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!