ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ଆଧ୍ୟାତ୍ମିକ ପ୍ରବଚନ 

ମୟୂରଭଞ୍ଜ –୩୧/୧/୨୩ (ମସିହା) ଜଗଦଗୁରୁ ଶ୍ରୀ କୃପାଳ ଜୀ ମହାରାଜଙ୍କ ପଟ୍ଟଶିଷ୍ଯ ପ୍ରଚାରକ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ମଙ୍ଗଳବାର ଦିନ ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ବାମୀ ମୁକୁନ୍ଦାନନ୍ଦ ସତସଙ୍ଗରେ ପ୍ରବଚନ ଦେଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସଂପର୍କର ଯୋଡ଼ି ଉପରେ ଗୁରୁଙ୍କର ଆବଶ୍ୟକତା ଅଛି । ଗୁରୁ ଭକ୍ତଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଓ ଭଗବତ ଗୀତା ଉପରେ ଆଲୋକପାତ କରିଥିଲେ ।ଗୁରୁ ଦର୍ଶନ,ଗୁରୁବାଣୀ, ସତସଙ୍ଗ,ସତକର୍ମ କଲେ ଭକ୍ତ ସତ୍ୟ ଓ ଶାନ୍ତିରେ ରହିବେ । ଆତ୍ମା ଓ ପରମାତ୍ମା ମିଳନ ପାଇଁ ସମସ୍ତଙ୍କୁ ଧ୍ୟାନ,ଯୋଗ,ତପ କରିବା ଉଚିତ । ବସ୍ତୁବାଦୀ ଦୁନିଆରେ ଲୋକେ ଅଶାନ୍ତ ମନ ନେଇ ଜୀବନ ଅତିବାହିତ କରୁଛନ୍ତି । ଶାନ୍ତି ପାଇଁ ଆଧ୍ୟାତ୍ମିକ ପଥରେ ଯିବା ଉଚିତ୍ ।ଉଭୟ ଭୌତିକ ବିଜ୍ଞାନ ଏବଂ ଆଧ୍ୟାତ୍ମିକ ବିଜ୍ଞାନର ସମନ୍ବୟ ନେଇ ମଣିଷ ଜିଇଁଲେ ସୁନାଗରିକ ଓ ସୁମଣିଷ ହୋଇ ପାରିବ ।ସତସଙ୍ଗରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ବୁଧବାର ଦିନ ସକାଳ ୭ ଠାରେ ଦାଣ୍ଡବୋଷ ଗ୍ରାମରେ ବିମାନ ଉଡାଣ ପଡ଼ିଆରେ ସ୍ଵାମୀ ମୁକୁନ୍ଦାନ୍ଦ ଶ୍ରଦ୍ଧାଳୁଙ୍କ ସହ ପ୍ରଭାତଫେରି କରିବା ସହ ଏକ ସତସଙ୍ଗ କରିଥିଲେ । ଶ୍ରଦ୍ଧାଳୁମାନେ ଭଗବାନଙ୍କ ଉପରେ ଜୀବନରେ ଶାନ୍ତି ପାଇବା ପାଇଁ ବହୁ ପ୍ରଶ୍ନ ସ୍ବାମୀଜୀଙ୍କୁ ପଚାରିଥିଲେ । ସ୍ବାମୀଜୀ ସରଳ ଭାବରେ ପ୍ରଶ୍ନର ଉତ୍ତର ଦେଇଥିଲେ ।ସ୍ବାମୀଜୀଙ୍କୁ ପାଖରୁ ପାଇ ଶ୍ରଦ୍ଧାଳୁମାନେ ଅତି ଆନନ୍ଦିତ ହୋଇଥିଲେ । ରାଇରଙ୍ଗପୁର ସହରଟି ରାଧେ ରାଧେ ସଙ୍ଗରେ ଏକ ଶକ୍ତିମୟୀ ପରିବେଶ ହୋଇ ଉଠିଥିଲା । ସତସଙ୍ଗ କାର୍ଯ୍ୟକ୍ରମ ରଧାଗୋବିନ୍ଦ ନାମ, ରାଇରଙ୍ଗପୁର ଶାଖାର ସଂଯୋଜକ ରିତେଶ ଆଠଗରା ଏବଂ ସଂପାଦକ ସୂର୍ଯ୍ୟକାନ୍ତ ଘଣା ଏବଂ ଅନ୍ୟ ସତ୍ସଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

Sunil Chandra Nayak

ଦ୍ଵିତୀୟ ବର୍ଷରେ ମାଁ ଭୂମେତ ସାର୍ବଜନୀନ ଦୂର୍ଗା ପୂଜା 

Sunil Chandra Nayak

ନୂଆଗଡରେ ରାମ ନବମୀ ପାଳିତ 

Sunil Chandra Nayak

Leave a Comment

error: Content is protected !!