ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଟୋଲବ୍ରାହ୍ମଣୀରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ 

ଟୋଲବ୍ରାହ୍ମଣୀରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ 

ନର୍ଲା 12/03( ଫଟୋ ଅଛି ): ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନକୁଟିର ମହିTVମା ଆଶ୍ରମରେ ଆରମ୍ଭ ହୋଇଛି ୬୭ତମ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ ବାଲ୍ୟଲିଳା ମହୋତ୍ସବ-୨୦୨୫। ମଙ୍ଗଳବାର ପ୍ରାତଃ ବ୍ରହ୍ମ ମୁହୁର୍ତ୍ତରେ ଅଖଣ୍ଡ ବତୀ ପ୍ରଜ୍ଜ୍ୱଳନ ଓ ଧୂନି ସ୍ଥାପନ ସହ ବ୍ରହ୍ମନାମ ଆରମ୍ଭ ହୋଇଛି। ମଙ୍ଗଳବାର, ବୁଧବାର ଓ ଗୁରୁବାର ତିନି ଦିନ ଧରି ବ୍ରହ୍ମ ଯଜ୍ଞ ସହ ଭଜନ, କିର୍ତ୍ତନ, ପ୍ରବଚନ, ବ୍ରହ୍ମନାମ, ଅବକାଶ ଜଣାଣ, ଆଠ ଭଜନ, ପାଲା, ନାଟକ ଆଦି ଆୟୋଜିତ ହୋଇ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମର ସମାପନ ହେବ ବୋଲି ସୂଚନା ରହିଛି। ମହିମା ସମାଜ ପଶ୍ଚିମାଞ୍ଚଳ ଲତା ଆଶ୍ରମ ପରିଚାଳନା ସମିତି ଯୋରନ୍ଦାର ସଭାପତି ତଥା ସିଦ୍ଧ ରତ୍ନକୁଟିର ଟୋଲବ୍ରାହ୍ମଣୀର ମଠାଧିଶ ବ୍ରହ୍ମ ଅବଧୂତ ଭଗବାନ ବାବା ଏହି ବ୍ରହ୍ମଯଜ୍ଞର ଯାଜ୍ଞିକ ଥିବାବେଳେ ଅନେକ ସାଧୁସନ୍ଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ସେହିପରି ଭାବେ ବୈଦ୍ୟରାଜ ପବିତ୍ର ଶବର, ପଦ୍ମା ଶବର ଓ ପୁଷ୍ପା ଶବର ଯଜ୍ଞ କର୍ତ୍ତା ଦାଇତ୍ବ ନିର୍ବାହ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଭକ୍ତବୃନ୍ଦ ଓ ଗ୍ରାମବାସୀମାନେ ସହଯୋଗ କରୁଥିବାବେଳେ ପଶ୍ଚିମାଞ୍ଚଳର ଅନେକ ସିଦ୍ଧ ବାବା, ସାଧୁ, ମହିମା ଧର୍ମାବଳମ୍ବୀଙ୍କ ସମେତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୭ ରୁ ୩୦…..

masiha

ବାର୍ଷିକୀ ଶ୍ରାଦ୍ଧ ଦିବସରେ ଜମିଲା ସତସଙ୍ଗ ର ଆସର

masiha

ରାମଚନ୍ଦ୍ରପୁର ଗାଁରେ ଭୂମି ଝାଙ୍କିର ପୂଜା 

Sunil Chandra Nayak

Leave a Comment

error: Content is protected !!