ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାସମାରୋହରେ ମାତା ପାର୍ବତୀ ଙ୍କ ସହ ଜଳେଶ୍ୱର ଦେବଙ୍କ ଦିବ୍ୟ ବିବାହ ସମ୍ପନ୍ନ

ମହାସମାରୋହରେ ମାତା ପାର୍ବତୀ ଙ୍କ ସହ ଜଳେଶ୍ୱର ଦେବଙ୍କ ଦିବ୍ୟ ବିବାହ ସମ୍ପନ୍ନ

ରାଉରକେଲା : ଗତ ଗୁରୁବାର ଦିନ ଆଦ୍ୟା ଶକ୍ତି ମାତା ପାର୍ବତୀଙ୍କ ବିବାହ ଜଳେଶ୍ୱର ମହାଦେବଙ୍କ ସହ ସ୍ଥାନୀୟ ଉଦିତନଗର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଧ୍ୟାତ୍ମିକ କନ୍ୟାପକ୍ଷରୁ ଡ଼କ୍ଟର କିଶୋରୀ ଦାଶଙ୍କ ଆୟୋଜନ ଓ ଆଧ୍ୟାତ୍ମିକ ପୁତ୍ର ପକ୍ଷରୁ ରାଜୁ ମଲ୍ଲଙ୍କ ଆୟୋଜନ ରେ ସମସ୍ତ ଲୌକିକ ପରମ୍ପରାନୁସାରେ ମହା ସମାରୋହରେ ବିବାହ ସମ୍ପନ୍ନ ହୋଇଯାଇଛି। ଦେବବିବାହ ପୂର୍ବରୁ ବୁଧବାର ଦିନ କନ୍ୟା ପିତ୍ରାଳୟ,ବାସନ୍ତୀ କଲୋନୀ ସ୍ଥିତ ମିରlଶିଷ ଷ୍ଟଡ଼ିସର୍କିଲ ଠାରେ ଉଭୟ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତି ରେ ପତ୍ରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମାପନ ପରେ ସନ୍ଧ୍ୟାରେ ଜଗତଜନନୀଙ୍କୁ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଅଣାଯାଇ ସ୍ୱାଗତପାଇଁ ମହାପୂଜା ଓ ମଙ୍ଗଳ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଡ଼କ୍ଟର କିଶୋରୀ ଦlଶଙ୍କ ମାତା ଦିବଂଗତା ଇନ୍ଦୁମତୀ ଦାଶଙ୍କ ଜନ୍ମଶତବାର୍ଷିକ ପାଳନ ଉପଲକ୍ଷେ ଆୟୋଜିତ ଏହି ଦିବ୍ୟକର୍ମ ର ଏକ ଅଂଶ ଭାବରେ ମଙ୍ଗଳଉତ୍ସବ ସନ୍ଧ୍ୟା ରେ ଆୟୋଜିତ ସ୍ୱତନ୍ତ୍ର ପାଠଚକ୍ରର ବିଷୟବସ୍ତୁ ଥିଲା “ମାତା ପାର୍ବତୀଙ୍କ ପୃଥିବୀ ପୃଷ୍ଠରେ ମାନବୀୟ ଲୀଳାଖେଳା” ଯାହାର ବରେଣ୍ୟ ବକ୍ତା ଭାବେ ସୁଦୂର ବ୍ରହ୍ମପୁରରୁ ଆସିଥିବା ବିଶିଷ୍ଟ ମାତୃ ସାଧକ ଭାଗିରଥି ମହାପାତ୍ର ଯୋଗଦେଇଥିଲେ । ଦେବବିବାହ ଦିନ ସକାଳେ ବରପିତା ମଲ୍ଲ ପରିବାର ତରଫରୁ ଶ୍ରୀ ଶ୍ରୀ ଜଳେଶ୍ୱରଙ୍କ ଉପଲକ୍ଷେ ଆୟୋଜିତ ରୁଦ୍ରାଭିଷେକ ରେ ଉଭୟ ପରିବାର ର ଉପସ୍ଥିତରହି ଦେବାଶିଷ ଗ୍ରହଣ ଥିଲେ। ସନ୍ଧ୍ୟା ରେ ମହାଦେବଙ୍କ ପିତା ଲୌକିକ ଦାୟିତ୍ୱ ଥିବା ରାଜେନ୍ଦ୍ର ମଲ୍ଲ ଓ ତାଙ୍କ ବନ୍ଧୁ ପରିବାର ମହାଆଡମ୍ବରେ ବାଜା ରୋଶଣି ସହ ବରଯାତ୍ରୀ ହୋଇ ଆସିଥିବା ବେଳେ କନ୍ୟାପିତା ଭାବେ ଶରତ କୁମାର ଦାଶ ଓ ତାଙ୍କ ବନ୍ଧୁ ପରିଜନ ଓ ପରିବାରବର୍ଗ ବରଯାତ୍ରୀ ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଓ ପ୍ରାୟ ଦେଢ଼ ହଜାର ଲୋକ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ। ଏହି ଅବସର ରେ ଏକ ଭଜନ ସନ୍ଧ୍ୟା ର ମଧ୍ୟ ଆୟୋଜନ ହୋଇଥିଲା। ଏହି ଦେବ ବିବାହ ରାତ୍ରି ୮ଟା ରେ ଆରମ୍ଭ ହୋଇ ୧୨ଟା ରେ ସମାପ୍ତ ହୋଇଥିଲା। ପ୍ରକାଶ ଥାଉକି ପଶ୍ଚିମ ଓଡିଶା ର ସାଂସ୍କୃତିକ ରୀତି ନୀତି ଅନୁଯାୟୀ ଯଥା ବରକୁ ବାଟବରଣ, କେବଳ ମହିଳା ମାନଙ୍କ ଦ୍ୱାରା ପାନପତ୍ରରେ ମହାଦେବଙ୍କୁ ଗାଲସେକା, ବେଦିରେ ସମୁଦୀ ଭେଟ ଇତ୍ୟାଦି କର୍ମ କରାଯାଇଥିଲା । ପ୍ରକାଶ ଥାଉକି ପାଣିଗ୍ରହଣ ସମୟ ରେ ସର୍ବ ସର୍ବସାଧାରଣ ମନେ ମଧ୍ୟ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ମାତା ଙ୍କ ବଡ଼ଭାଇ ଭାବେ ଇଂ. ଅଜିତ ଦାଶ, ଅନ୍ତର୍ଯ୍ୟାମୀ ଓ ଗିରିନ୍ଦ୍ର କାର୍ଯ୍ୟ ନିର୍ବାହ କରିଥିଲା ବେଳେ ମାମୁଁ ଭାବେ ଭାଗିରଥି ମହାପାତ୍ର, ଡାକ୍ତର ଗୋପାଳ କର ଓ ଗୋପାଳ ଦାଶ ବେଦୀ କାର୍ଯ୍ୟ ତୁଲାଇ ଥିଲେ। ଏଥିରେ ସୁଦୂର ଉଦୟପୁର ପ୍ରଫେସର ହେମଲତା ତଲେଶ୍ରା, ନାଗପୁର ରୁ ଆଇଏଏସ ଉଷାଶୀ ଗୁହ ,ସମ୍ବଲପୁରର ରୁ ମୀନକେତନ ପାଠୀ, ସୂର୍ଯ୍ୟ ପଟ୍ଟନାୟକ, ଜିତେନ୍ଦ୍ରିୟ ସେଠ୍, ପାର୍ବତୀ ସେଠ୍ ଓ ନିରୁପମା ବଡ଼ପଣ୍ଡା ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ। ଏହି ଦେବ କାର୍ଯ୍ୟରେ ପ୍ରକାଶ ଚନ୍ଦ୍ର ପାଢ଼ୀ, ସ୍ୱରୂପ ପାଣିଗ୍ରାହୀ,ଅକ୍ଷୟ ଦାସ,ଡ଼କ୍ଟର ଚନ୍ଦ୍ରକାନ୍ତି ନାୟକ,ଡ଼କ୍ଟର ସରୋଜିନୀ ସାହୁ,ଡ଼କ୍ଟର ବିଜୟ ସାହୁ, ଭଗବାନ ପତି,ସୂର୍ଯ୍ୟ ପାଢ଼ୀ, ଡାକ୍ତର ପ୍ରଶାନ୍ତ ପାତ୍ର,ଡାକ୍ତର ସୌଭାଗ୍ୟ ଦାଶ, ମଦନ ବେହେରା, ଶୁଭେନ୍ଦୁ ପଣ୍ଡା,ଅଶୋକ ଭାଇନ୍ସଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା କୈବଲ୍ୟ ମୁନି (ଅଗ୍ନି ବାବା ), ପୂର୍ବତନ ମନ୍ତ୍ରୀ ଓ ରାଉରକେଲାର ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ର ବିଧାୟକ ତଥା ଜ଼ିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ,ଭାରତ ଭୂଷଣ ମହାନ୍ତି, ଶିଳ୍ପପତି ଫକୀର ମହାନ୍ତି,ଡାକ୍ତର ଗୋଷ୍ଠୀବିହାରୀ ପତ୍ରି,ଡାକ୍ତର ଉତ୍ତମ ଜେନା,ଡାକ୍ତର ଗୀତାଞ୍ଜଳି ପତ୍ରି,ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ଡାକ୍ତର ପ୍ରଫୁଲ୍ଲ ମହାପାତ୍ର, ଡାକ୍ତର ର।. ବି. ପଟ୍ଟନାୟକ, ଡ଼କ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ,ଭବାନୀ ଚଂଦେଲ ଭଳି ବହୁ ବିଶିଷ୍ଟ ବ୍ୟକ୍ତି, ସଂସ୍ଥା ର ପ୍ରତିନିଧି, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ସମାଗମ ହୋଇଥିଲା। ଏଥିପାଇଁ କନ୍ୟା ପକ୍ଷରୁ ଡ.କିଶୋରୀ ଦାଶ ପଞ୍ଚଦେବ କଲଚରାଲ ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତା ସଦସ୍ୟ, ବନ୍ଧୁବାନ୍ଧବ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଦିବ୍ୟ ଜନନୀ ମା ଶ୍ରୀମାଙ୍କୁ ଗଭୀର କୃତଜ୍ଞତା ର ଅର୍ଘ୍ୟ ଅର୍ପଣ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ ସହରର ସାଇପ୍ରିୟା ନଗର ବାସୀନ୍ଦା ଙ୍କ ନେତୃତ୍ବରେ ମାଁ ମଝିଘରୀଆଣୀଙ୍କ ଘଟଯାତ୍ରା

କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଆଜି ଠାରୁ ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସ ଆରମ୍ଭ

Leave a Comment

error: Content is protected !!