ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରିଷିଡା ଚୈତ୍ର ମହୋତ୍ସବ: ଦେବୀଙ୍କ ନଗର ପରିକ୍ରମା ଓ ଛତରଯାତ୍ରା 

ରିଷିଡା ଚୈତ୍ର ମହୋତ୍ସବ: ଦେବୀଙ୍କ ନଗର ପରିକ୍ରମା ଓ ଛତରଯାତ୍ରା 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ମାଁ ତାରିଣୀ ଅଷ୍ଟ ଚଣ୍ଡୀ ଙ୍କ ଚୈତ୍ର ମହୋତ୍ସବ ଆରମ୍ଭ ହୋଇଯାଇଛି l ଶନିବାର ଦେବଦେବୀଙ୍କ ନିଷାନ ବୀରବାଦ୍ଯ ସହିତ ନଗର ପରିକ୍ରମା ଛତରଯାତ୍ରା ଆୟୋଜିତ ହୋଇଯାଇଛି l ଏହି ଅବସରରେ ଶକ୍ତି ପୀଠ ରେ ଦେବୀ ବରୁଆମାନଙ୍କ ଦେହରେ ସବାର ହୋଇ କାଲି ଶ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ l ଏହି ଯାତ୍ରା ଶକ୍ତି ପୀଠରୁ ଗ୍ରାମରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା କରାଯାଇଛି l ଏଥିରେ ଭକ୍ତଙ୍କ ସମେତ ରାଜନେତା ସମାଜସେବୀ ତଥା ସରପଞ୍ଚ ସାମିଲ ହୋଇଥିଲେ l ମୂଖ୍ୟ ରାସ୍ତାରେ କଳସ ସ୍ଥାପନ କରି ଦେବଦେବୀଙ୍କୁ ସ୍ବାଗତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା, ସଂପାଦକ ସୁଶାନ୍ତ ମଲ୍ଲିକ, ଦେହୁଁରି ସେବାୟତ ସୁମନ୍ତ ଭୋଇ, କଫୁଳ ରଣା, ରାଧେଶ୍ୟାମ ପଟ୍ଟନାୟକ, ତପନ ରଣା, ନିଲକମଳ ପୁଟେଲ, କୁଞ୍ଜ ରଣା, ରଂଜନ ରଣା ପ୍ରସନ୍ନ ରଣା ମହେନ୍ଦ୍ର ପ୍ରଧାନୀ ସେଷଦେବ ରଣା, ଲମ୍ବଧର ରଣା, ବୃହସ୍ପତି ରଣା, ହୃଦାନନ୍ଦ ମଲ୍ଲିକ, ମହିମା ରଣା, ବିକାଶ ରଣା, ବିଷ୍ଣୁ ରଣା, ହରି ବାରିକ, ମାର୍କଣ୍ଡ ପ୍ରଧାନୀ, ମଥୁରାମ ରଣା, ଫୋଟୋ ରଣା, ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣାଙ୍କ ସମେତ ବଲାଙ୍ଗୀର କଳାହାଣ୍ଡି ଜିଲ୍ଲା ବିଭିନ୍ନ ଅଂଚଳରୁ ବାର ଦେହେଲିଆ, ସେବାୟତ ବୁଦ୍ଧିଜୀବିମାନେ ଯୋଗଦେଇ ଥିଲେ l ରବିବାରରେ ପଞ୍ଚ ଦିନାତ୍ମକ ଉପଚାର ପୂଜା ପରେ ଦେବୀମାନେ ବରୁଆ ଦେହରେ ସବାର ହୋଇ ଝାମୁଯାତ୍ରା ନିଆଁରେ ଚାଲିବା କାର୍ଯ୍ୟକ୍ରମ ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୬ ରେ..

Sunil Chandra Nayak

ଜାଗର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ

Sunil Chandra Nayak

ଏପ୍ରିଲ୍ ୧୨ତାରିଖରୁ ୧୪ ତାରିଖ ୩ ଦିନ ଧରି ରାଉରକେଲା ମେଫେୟାର ଭିଲେଜରେ ଆଧ୍ଯାତ୍ମିକ ଉତ୍ସବ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ଯାତ୍ମିକ ଉତ୍ସବ

masiha

Leave a Comment

error: Content is protected !!