ଦାଣ୍ଡବୋଷ ଏୟାରଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ୪୩ ପରିବାରଙ୍କୁ ବିସ୍ଥାପନ ସରଜମିନ ତଦନ୍ତ ନେଇ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳଙ୍କ ସରଜମିନ ତଦନ୍ତ ଓ ସାମ୍ବାଦିକ ସମ୍ମିଳନୀ
ମୟୂରଭଞ୍ଜ- ୧୧/୦୪ // ରାଇରଙ୍ଗପୁର ସହରଠାରୁ ୬ କିମି ଦୂର ଦାଣ୍ଡବୋଷ ଏୟାର ଷ୍ଟ୍ରିପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନେଇ ସରକାରୀ ଜମିରେ ଦିର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ଆଦିବାସୀଙ୍କୁ ତରବରିଆ ଭାବରେ ଉଛେଦ କରାଯାଇଥିବାରୁ ସେମାନେ ନାନା ହଇରାଣ ହରକତ ହୋଇ ଦିନ କାଟୁଛନ୍ତି । ସେମାନଙ୍କୁ ସରକାରୀ ସହାୟତା ଦିଆ ଯାଇନାହିଁ ।ଢୋ ଢୋ ଖରାରେ ପ୍ରଶାସନ ତରଫରୁ ୩ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା ।ଲୋକେ ବାଧ୍ୟ ହୋଇ ନିଜେ ନିଜର ଘର ଭାଙ୍ଗି କବାଟ,ଝରକା, ଆସବାବପତ୍ର ନେବାକୁ ବାଧ୍ୟ ହୋଇଥିଲେ ।କିଛି ଘର ପ୍ରଶାସନ ବୁଲ ଡୋଜର ଲଗାଇ ଭାଙ୍ଗି ଥିଲେ । ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗରୀଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନ କାରୀ ପ୍ରତିନିଧି ଦଳ କେନ୍ଦୁଝର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ,ଲିପିକା ମାଝୀ,ଅମିତା ବିଶ୍ଵାଳ, ମାଗୁଣି ମେଳା ପ୍ରମୁଖ ଆଜି ଅପରାହ୍ନରେ ଦାଣ୍ଡବୋଷ ଏୟାରଷ୍ଟିପ ଯାଇ ପିଡିତା ପରିବାରଙ୍କ ସହ ସାକ୍ଷାତ କରି ଆଲୋଚନା କରି ସମସ୍ତ ତଥ୍ୟ ନୋଟ କରିଥିଲେ ।ପରେ ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।ତଥ୍ଯ ଅନୁସନ୍ଧାନ କାରୀ ଦଳର ମୁଖ୍ୟ ଯଶୋବନ୍ତ ସିଂ ଲାଗୁରୀ ଓଡିଶାରେ ଡବଲ ଇଞ୍ଜିନି ସରକାର ଜନମାରଣ, ଆଦିବାସୀମାରଣ ନୀତି ଆପଣେଇଛି ।ଏୟାର ଷ୍ଟ୍ରିପ ନିର୍ମାଣ ନାମରେ ନିରିହ ଆଦିବାସୀ ଯେଉଁମାନେ ୪୦ ବର୍ଷ ଧରି ରହି ଆସିଛନ୍ତି ସେମାନଙ୍କୁ ମାନସିକ ଚାପରେ ରଖି ସରକାରୀ ଜମିରୁ ଉଚ୍ଛେଦ କରିଛନ୍ତି ।ଏହା ଅତ୍ୟନ୍ତ ଅମାନବୀୟ ।ସେମାନଙ୍କୁ ସରକାର କ୍ଷତିପୂରଣ ସହ ଅନୁକମ୍ପାମୂଳକ ଅର୍ଥ ଦେବାସହ ବାସ ନିର୍ମାଣ ଓ ଅଭିଯାନର ବ୍ୟବସ୍ଥା କରନ୍ତୁ । ଆଦିବାସୀଙ୍କ କୋହଭରା କଥା ସେମାନଙ୍କୁ ଦୋହଲାଇ ଦେଇ ଦେଇଛି । ଘଟଣାକୁ ନେଇ ସେମାନେ ରାଜ୍ୟ ପିସିସି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବାପରେ ଆଇନ ଵାଟରେ, ବିଧାନସଭାରେ , ଲୋକସଭା ଏବଂ ରାଜ୍ୟ ସଭାରେ ଉପସ୍ଥାପନା କରିବା ପାଇଁ ଦଳନିଷ୍ପତ୍ତି ନେଇପାରେ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ମାଝୀ, ଭୁବନ ସାହୁ,ଵହଳଦା ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ବସନ୍ତ ପଟ୍ଟନାୟକ,ଭାଗୀରଥୀ ପାତ୍ର,ଭଜହରି ମହାନ୍ତ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

