ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଆମେ ଓଡିଆ”ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

“ଆମେ ଓଡିଆ”ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା: ଆସନ୍ତା ଏପ୍ରିଲ ୧୪ ତାରିଖ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଆମେ ଓଡିଆ ଅନୁଷ୍ଠାନ ତରଫରୁ ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲା ଠାରେ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହିତ ଏହି ବିଷୟ ଉପରେ ୧୧ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ମାନିତ ଅତିଥି ଡ଼ ସନାତନ ପ୍ରଧାନ ସଭାପତିତ୍ବ କରି ସ୍ୱାଗତ ଭାଷଣ ଦେବା ସହିତ ଆମ ପରମ୍ପରା ଓ ସଂସ୍କୃତିର ମହନୀୟତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡ ସମର ମୁଦାଲି ଯୋଗଦାନ କରି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ଯୁବପିଢି ଆଗେଇ ଆସିବା ଦରକାର ବୋଲି ମତପୋଷଣ କରିଥିଲେ। ସଭାର ଅନ୍ୟତମ ଅତିଥି ଶମ୍ଭୁନାଥ ପରିଡ଼ା, ଗବେଷିକା ଓ ସ୍ତମ୍ଭକାର ଡ଼ ଅନ୍ତର୍ଜିତା ନାୟକ ସଂସ୍କୃତି ଓ ପରମ୍ପରାର ଅବକ୍ଷୟ ଉପରେ ଆଲୋକପାତ କରିଥିଲେ।ମ୍ୟୁନିସିପାଲ ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ବୈଦେହୀ ମାଝୀ ସଂଯୋଜନା କରିଥିଲାବେଳେ ବାଜି ରାଉତ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସୌଦାମିନୀ ମୁଦାଲି ଓ ସ୍ତମ୍ଭକାର ତଥା ଲେଖିକା ଡ଼ ଅନ୍ତର୍ଜିତା ନାୟକ ବିଚାରକ ଆସନରେ ରହି ବକ୍ତୃତାର ମୂଲ୍ୟାୟନ କରିଥିଲେ। ବରିଷ୍ଠ ସଦସ୍ୟ ଅନିଲ କୁମାର ଦାଶ, ଶଶଧର ପାତ୍ର, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ, ଓ ଗଙ୍ଗାଧର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମ୍ୟୁନିସିପାଲ ମହାବିଦ୍ୟାଳୟର ଦୀପକ କୁମାର ସାହୁ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରସ୍ପିତା ପ୍ରିୟଦର୍ଶିନୀ ଓ ଇସ୍ପାତ ବିଦ୍ୟାମନ୍ଦିରର ଶୁଭ ସ୍ମିତା ସେନାପତି ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସମସ୍ତ ପ୍ରତିଯୋଗିଙ୍କୁ ଅଂଶ ଗ୍ରହଣକାରୀ ପ୍ରମାଣପତ୍ର ଓ ବିଜେତାଙ୍କୁ ଫଳକ ପ୍ରଦାନ କରାଯାଇଥିଲା। ମହିଳା ଶାଖାର ସରସ୍ଵତୀ ପରିଡ଼ା ଓ ଦୁଇ ଜଣ ବିଚାରପତି ପ୍ରତିଯୋଗି ମାନଙ୍କୁ ଉପଦେଶ, ପରାମର୍ଶ ଓ ପ୍ରେରଣା ପ୍ରଦାନ କରିଥିଲେ। ଶେଷରେ ଅଂଶଗ୍ରହଣକାରୀ ସମସ୍ତ ପ୍ରତିଯୋଗିଙ୍କୁ ଓ ମହାବିଦ୍ୟାଳୟ ମାନଙ୍କୁ ଉପଦେଷ୍ଟା ପ୍ରଫେସର ଡ ସନାତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହିପରି ଅଧିକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଅଛି ବୋଲି ଅନ୍ୟାନ୍ୟ ବକ୍ତା ମାନେ ମତପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ବକ୍ତବ୍ୟ ଉଚ୍ଚକୋଟୀର, ତଥ୍ୟ ଭିତ୍ତିକ ଓ ଓଡ଼ିଆ ସଂସ୍କୃତି, ପରମ୍ପରା, ଐତିହ୍ୟ,ସ୍ୱାଭିମାନ ଏବଂ ଅସ୍ମିତା ଉପରେ ପର୍ଯ୍ୟବେସିତ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶୋଇ ଥାନା! ନିଆଁ ରେ ପୋଡ଼ି ମହିଳା ମୃତ

masiha

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

Sunil Chandra Nayak

ଏକାଦଶାହ କ୍ରିୟା ଉପଲକ୍ଷେ ଶୋକସଭା ଅନୁଷ୍ଠିତ

masiha

Leave a Comment

error: Content is protected !!