ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା, ୧୨/୪/୨୫ // ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଛେଣ୍ଡ୍ ର ବାର୍ଷିକ ସାଧାରଣ ସଭା ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ସଂଘର ବିଦାୟୀ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି l ଶ୍ରୀ ସାହୁ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ସଂଘ ସମସ୍ତ ଘାତ ପ୍ରତିଘାତ ସତ୍ତ୍ୱେ ରାଉରକେଲାର ଏକ ବିଶିଷ୍ଟ ଅନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇପାରିଛି l ସଂଘର ସାଧାରଣ ସମ୍ପାଦକ, ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l କୋଷାଧ୍ୟକ୍ଷ ହରିହର ନାୟକ, ୨୦୨୪-୨୫ ମସିହାର ଆୟ ଓ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ l ତାପରେ ବିଜ୍ଞ ସଦସ୍ୟ ମାନେ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ନିଜର ସୁଚିନ୍ତିତ ମତାମତ ରଖିଥିଲେ l କାର୍ଯ୍ୟକ୍ରମକୁ ଉପ ସଭାପତି ସୁବାଷ ମହାପାତ୍ର ସଂଯୋଜନା କରିଥିଲେ l

ଶେଷରେ , ଡା. ଗୋକୁଳାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ଓ ନାରାୟଣ ଚନ୍ଦ୍ର ଜେନାଙ୍କ ସହାୟତାରେ, ୨୦୨୫- ୨୭ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ନିମ୍ନଲିଖିତ କର୍ମକର୍ତ୍ତା ବୃନ୍ଦଙ୍କୁ ଚୟନ କରାଯାଇଥିଲା l

ସଭାପତି: ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ଉପସଭାପତି: ଡ. ଶକ୍ତି ପ୍ରସାଦ ସାମନ୍ତରାୟ ଏବଂ ସୁବାସ ଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ: ହରିହର ନାୟକ, ଯୁଗ୍ମ ସମ୍ପାଦକ: ରବିନାରାୟଣ ସିଂହ, କ୍ଷେତ୍ରୀୟ ସମ୍ପାଦକ: କୈଳାଶ ଚନ୍ଦ୍ର ସାମଲ, ତ୍ରିଲୋଚନ ମିଶ୍ର ଏବଂ ହରିଶ୍ଚନ୍ଦ୍ର ଭୂମିଜ, କୋଷାଧ୍ୟକ୍ଷ: ଗୋପାଳ ପ୍ରସାଦ ଜେନା, କାର୍ଯ୍ୟକାରୀ କମିଟି ସଦସ୍ୟ: ଧୃବ ଚରଣ ନାୟକ, ହରିହର ଶତପଥୀ, ମୃତ୍ୟୁଞ୍ଜୟ ବାରିକ, ଅଞ୍ଜଳି ହୋତା, ପ୍ରକାଶ କୁମାର ମହାନ୍ତି ଏବଂ ରମେଶ ଚନ୍ଦ୍ର ସିଂହ। ନବଘନ ସାହୁଙ୍କୁ ସଂଘର ପୃଷ୍ଠପୋଷକ ଭାବେ ମନୋନୀତ କରାଗଲା।

ଶେଷରେ ନୂତନ କୋଷାଧ୍ଯକ୍ଷ ଗୋପାଳ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

masiha

କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘ ତରଫରୁ ଆନ୍ଦୋଳନ ଚେତାବନୀ

Sunil Chandra Nayak

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!