ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ରା ଦେବୀ ଶିଶୁଭବନର ୩୮ତମ ବାର୍ଷିକ ଉତ୍ସବ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ପବିତ୍ରା ଦେବୀ ଶିଶୁଭବନର ୩୮ତମ ବାର୍ଷିକ ଉତ୍ସବ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ଔପଦା,୧୨/୪/୨୫- ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅଧିନସ୍ଥ ଅଘିରାପଦା ପଂଚାୟତରେ ଥିବା ଚିଞ୍ଚିଡ଼ା ପାବିତ୍ରାଦେବି ଶିଶୁଭବନରେ ନବନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହର ଲୋକାର୍ପଣ ହେବାସହ ଅନୁଷ୍ଠାନର ୩୮ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି । ନିଳଗିରି ବିଧାୟକ ସନ୍ତୋଶ କୁମାର ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଥଲେ । ପରେ ପରେ ଅନୁଷ୍ଠାନର ସଭାପତି ନିତ୍ୟାନନ୍ଦ ମୁଦୁଲିଙ୍କ ସଭାପତିତ୍ବରେ ଆୟୋଜିତ ଏକ ସଭାରେ ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗଦେଇ ଖୁବ୍ ଶୀଘ୍ର ଏକ ଛାତ୍ରୀ ନିବାସ ଓ ଏକ ସୁନ୍ଦର ତୋରଣ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବି ସି ବିପିସା ପାତ୍ର, ଜିଲ୍ଲାପରିଷଦ ସଭ୍ୟା ମୁନିସିଂ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁଶିରାମ ଗହିରି, ସରପଂଚ ଅନୁପମା ବିଶ୍ଵାଳ, ପୁରୁବାଈ କନ୍ୟାଶ୍ରମର ସଭାପତି ସୁମତି ଦାସଯୋଗଦେଇ ବକ୍ତବ୍ୟ ରଖିଥିଲେ ।ସମ୍ପାଦକ ରାମଚନ୍ଦ୍ର ନାୟକ ସଂପାଦକୀୟ ବୀବରଣୀ ପାଠକରିଥିଲେ । ଅତିଥି ମାନଂକ ପରିଚୟ ପ୍ରଦାନ ସହ ଧନ୍ୟବାଦ୍ ଅର୍ପଣ କରିଥଲେ ମଦନ ମୋହନ ନାୟକ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା ବ୍ଲକ ପ୍ରାଙ୍ଗଣରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ 

masiha

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

masiha

ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର  ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର 

masiha

Leave a Comment

error: Content is protected !!