ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଡାବୁଗାଁ, ୨୦/୧୧(ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଡାବୁଗାଁ ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟ|ଳୟ ତରଫରୁ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ବନ୍ଦ କରିବା, କମ ବୟସରେ ବିବାହ କଲେ ଉକ୍ତ ମହିଳା ସରକାର ଙ୍କ ମମତା ଯୋଜନାରୁ ବଞ୍ଚିତ ହେବା, ତାଙ୍କ ଠାରେ ରକ୍ତ ହୀନତା ଦେଖାଦେବା, କମ ଓଜନ ଓ ଭିନ୍ନକ୍ଷମ ପିଲା ଜନ୍ମ ହେବା, ଏନେଇ କିପରି ଜନସାଧାରଣଙ୍କୁ ସଚେତନ କରାଯିବା, ପ୍ରତି ଗ୍ରାମ ସ୍ତରରେ ବୈଠକ କରି ଲୋକ ଙ୍କୁ ସଚେତନ କରିବା ଆଦି ଉପରେ ଆଲୋଚନା ହୋଇଥିଲା | ଏଥିରେ ବିଡିଓ ଶରତ ମାଝି, ତହସିଲଦାର ସଦାଶିବ ଭତ୍ରା, ସିଡିପିଓ ମିନତୀ ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଅଙ୍ଗନୱାଡି ସୁପରଭାଇଜର କୁନମୁନ ସେନାପତି, ରୋଜାଲିନ ପ୍ରଧାନ, ପ୍ରଣମିତା ପଟ୍ଟନାୟକ, ବିମଳା କୁମାରୀ ନାୟକ ଓ ସାଇରା ବାନୁ, ଡ଼ଙ୍ଗରିଗୁଡା ସରପଞ୍ଚ ରାମକୁମାର ଗଣ୍ଡ, ଜୁନାପାଣି ସରପଞ୍ଚ ଦୟାନିଧି ଭତରା, ସମସ୍ତ ଏମବିକେ ଏବଂ ସିଆରପି ମାନେ ଯୋଗ ଦେଇଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ