ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

ବିଶୋଇ ରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

       ମୟୂରଭଞ୍ଜ- ୫/୧୦ ( ମସିହା )ସାଂପ୍ରତିକ ପରିସ୍ଥିତିରେ ଅନଲାଇନ ଠକେଇ ସମାଜରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଡିଜିଟାଲ ଯେତେ ସହଜ ଓ ଆଗେଇ ଚାଲିଛି ସାଇବର ଠକ୍ ତା’କୁ ତାଳ ଦେଇ ସେତିକି ଚ୍ୟାଲେଞ୍ଜ କରୁଛି । ବର୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଜନତାର କଷ୍ଟ ଉପାର୍ଜିତ ସଂପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ରଖିଛନ୍ତି ସାଇବର ଠକ୍ । ତେଣୁ ଟିକେ ଅସାବଧାନ ହେଲେ ସବୁକିଛି ଲୁଟ ହୋଇଯିବ ଅନଲାଇନ ମାଧ୍ୟମରେ । ଆମ ମାନଙ୍କ ମଧ୍ୟରେ ଥିବା ଅତ୍ୟଧିକ ଲୋଭ, ମାଗଣା ପାଇବା,ଡରିବା ଯୋଗୁଁ ଆମେ ସାଇବର ଠୋକେଇ ର ଶିକାର ହେଉଛୁ। ତେଣୁ ଫୋନ୍ କରି ଆମକୁ ଲୋଭ ମାଗଣା ଓ ଭୟ ଦେଖାଇ ଆଧାର ନମ୍ବର, ପାସବୁକ ନମ୍ବର, ATM ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ। ବର୍ତମାନ ଏହି ଠୋକେଇକୁ ଲକ୍ଷ୍ୟକରି ଓଡ଼ିଶା ପୋଲିସ ଅକ୍ଟୋବର ମାସରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଗତ ୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କଓଣନଉକଓଣରଏ ରଥସାଇବର ସୁରକ୍ଷା ସଚେତନତା ରଥ ଭ୍ରମଣ କରି ସାଧାରଣ ଜନତାଙ୍କୁ ସଚେତନ କରାଇବା ।ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସାଇବର ସଚେତନ ରଥ ପରିକ୍ରମା କରିବାକୁ ଥିବା ସହିତ ସଚେତନତା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ମୟୂରଭଞ୍ଜ ପୋଲିସ। ଆଜି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାର ବିଭିନ୍ନ ଅଂଚଳରେ ଏହି ରଥ ପରିକ୍ରମା କରିବା ସହିତ ବିଶୋଇ ଥାନା ରେ ଏକ ସୋଭା ର ଆୟୋଜନ ହୋଇଥିଲା। ଏଥିରେ SDPO-ଗୋକୁଳାନନ୍ଦ ସାହୁ ମୋଞ୍ଚ ପରିଚାଳନା କରିଥିବା ବେଳେ, A.Sp- ଉମାଶଙ୍କର ମହାରଣା,DSP -ଦଲାମଣି ଭୋଇ ଯୋଗ ଦେଇ ଲୋକଙ୍କୁ ସାଇବର ସଚେତନତା ସୃଷ୍ଟି ପାଇଁ ବାର୍ତ୍ତା ଦେଇଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଇଗା ଜନଜାତି, ସମାଜ ସଂସ୍କୃତି ପରିବେଶ ଉପରେ ଜନ ଜାଗରଣ ସଭା ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁରେ ଖାଦ୍ୟ ସୁରକ୍ଷା ମେଳା

Sunil Chandra Nayak

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ନବନିର୍ବାଚିତ କର୍ମକର୍ତ୍ତା

masiha

Leave a Comment

error: Content is protected !!