ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ ,  ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ , 

ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା

ଜୁନାଗଡ଼,୫/୧୦_ // କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ଗତ ରବିବାର ଦିନ ସନ୍ଧ୍ୟା ସମୟରେ ଏକ ଲୋମହର୍ଷଘଟଣା ଦେଖିବାକୁ ମିଳିଥିଲା । ଏଥିରେ ଜଣେ ଅଭିଯୁକ୍ତ ଜଣେ ମାଁ ,ଦୁଇବର୍ଷର ନିଷ୍ପାପ ଶିଶୁ ଓ ଜଣେ ବୃଦ୍ଧଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା । ୫ ଦିନ ପରେ ଆଜି ପୁଲିସ ଅଭିଯୁକ୍ତକୁ ଗରିଫ କରି କୋର୍ଟ ଚାଲାଣ କରିଛି । ଆଜି ଜୁନାଗଡ଼ ଥାନାରେ ଧର୍ମଗଡ଼ ଏସଡିପିଓ ଧରିଜ ଚୋପଦାର ଓ ଜୁନାଗଡ଼ ଆଇଆଇସି ଶେଷଦେଵ ବେହେରା ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ଗତ ୧ ତାରିଖ ରବିବାର ଦିନ ଶଙ୍କରପଲା ଗ୍ରାମର ରାଏମତି ମାଝୀ ତାଙ୍କ ଦୁଇବର୍ଷ ର ପୁଅ ଶିବଶକ୍ତି ମାଝୀକୁ ଧରି ଅନ୍ୟ ଲୋକଙ୍କ ବିଲକୁ କାମ କରିବାକି ଯାଇଥିଲେ । ସନ୍ଧ୍ୟାରେ ମାଁ ଓ ପୁଅ ଘରକୁ ଫେରୁଥିଲେ । 

 ଦୁର୍ବୁତ୍ତ ପୁତୁରା ମହେନ୍ଦ୍ର ମାଝୀ(୩୦) ଆଗରୁ ବାଟରେ ହତ୍ୟା କରିବା ପାଇଁ ରାସ୍ତାରେ ଛପି ରହିଥିଲେ । ପରେ ମାଁ ଓ ପୁଅ ଯିବା ପରେ ବାଟରେ ଧାରୁଆ ଅସ୍ତ୍ରରେ ଦୁଇଜଣଙ୍କୁ ବେକକାଟି ନୃଶଂସ ଭାବେ ହତ୍ୟା କରିଥିଲେ । ସେହି ଭଳି କିଛି ମିନିଟ ପରେ ବିଜରାଦର ଗ୍ରାମରୁ ଆସି ଶଙ୍କରପଲା ଗ୍ରାମରେ ରହୁଥିବା ବୃଦ୍ଧ ମହେନ୍ଦ୍ର କୁମାରଙ୍କୁ ମଧ୍ୟ ସେହି ଧାରୁଆ ଅସ୍ତ୍ରରେ ଗଲାକଟି ହତ୍ୟା କରିଥଲା ।  

 ମୃତ ଵୃଦ୍ଧ ମହେନ୍ଦ୍ର କୁମାରଙ୍କ ସ୍ତ୍ରୀ ମୂଳା କୁମାରଙ୍କ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ଡ଼ଗ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଆରମ୍ଭ କରିଥିଲେ । ପରେ ଅଭିଯୁକ୍ତ ମହେନ୍ଦ୍ର ମାଝୀ(୩୦) ଙ୍କୁ ପୁଲିସ ଗିରଫ କରିଥିଲେ ।ଅଭିଯୁକ୍ତ ମହେନ୍ଦ୍ର ମାଝୀଙ୍କୁ ମୃତ ରାଏମତି ମାଝୀ ଓ ମହେନ୍ଦ୍ର କୁମାର ଗୁଣିଗାରେଡି କରୁଥିଲେ । ସେଥିପାଇଁ ଅନେକ ସମୟରେ ମହେନ୍ଦ୍ରଙ୍କ ଦେହ ଖରାପ ହେଉଥିଲା । ତେଣୁ ସବୁବେଳେ ମୃତ ରାଏମତି ମାଝୀଙ୍କ ସହିତ ପୁତୁରା ମହେନ୍ଦ୍ର ମାଝୀ ଙ୍କ ସହିତ ଝଗଡା ହେଉଥିଲା । ତେଣୁ ସେ ଗତ ୧ ତାରିଖରେ ୩ ଜଣଙ୍କୁ ହତ୍ୟାକରିଥିବା ପୁଲିସ ଆଗରେ ଅଭିଯୁକ୍ତ ସ୍ୱୀକାର କରିଛି । ମୃତ ରାଏମତିଙ୍କ ସ୍ୱାମୀ ବ୍ରଜ ମାଝୀ ଗତ ୧୦ ବର୍ଷ ତଳେ ଜମିବାଡ଼ିକୁ କେନ୍ଦ୍ର କରି ନିଜ ଖୁଡି ଶିବ ରାତ୍ରି ମାଝୀଙ୍କୁ ହତ୍ୟା କରିବା ଯୋଗୁଁ ଜେଲରେ ଅଛନ୍ତି । ବର୍ତ୍ତମାନ ରାଏମତିଙ୍କ ମୃତ୍ୟୁ ପରେ ଘର ଏବେ ଖାଁ ଖାଁ । ଗୋଟିଏ ବୋଲି ଝିଅକୁ ଆଗରୁ ବିବାହ କରିଦେଇଛନ୍ତି । ଘରେ ଏବେ ବି ତାଲା ପଡିଛି । ସେହିଭଳି ବୃଦ୍ଧ ମହେନ୍ଦ୍ର କୁମାରଙ୍କୁ ହତ୍ୟା ପରେ ବୃଦ୍ଧା ସ୍ତ୍ରୀ ମୂଳା କୁମାର ଏକା ହୋଇଯାଇଛନ୍ତି । ଆଗରୁ ତାଙ୍କର ଦୁଇଝିଅ ପୁଷ୍ପା ସୁନାନୀ ଓ କରଫୁଲ ବାଗଙ୍କୁ ବିବାହ ଦେଇଥିବା ବେଳେ ପୁଅ ବିଦ୍ୟା କୁମାର ଭିନ୍ନକ୍ଷମ ଅଛନ୍ତି । ତେଣୁ ଏହି ଅସହାୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

Sunil Chandra Nayak

ନିଆଁ ଲାଗି ପୋଡ଼ି ଗୁରୁତର ଆହତ ଗର୍ଭବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ 

Sunil Chandra Nayak

ପୃଥକ ପୃଥକ ଚୋରୀ ଘଟାଣା ଏବଂ ବହୁ ଚର୍ଚ୍ଚିତ ରାଇରଙ୍ଗପୁର ଗୋଶାଳାର ଚୋରୀ ଘଟଣାରେ ସଂପୃକ୍ତ ୫ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ରାଇରଙ୍ଗପୁର ପୋଲିସ

masiha

Leave a Comment

error: Content is protected !!