ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କନ୍ଧମାଳ,ତା,୨୬/୦୨:(ମନିସ): ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ କୁ ବାଲିଗୁଡା ପୋଲିସ ସୋମବାର ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅର୍ନ୍ତଗତ ପାଙ୍ଗାପଡ଼ା ଗ୍ରାମର ଶପନ ପାଟ୍ଟମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଘର ନିର୍ମାଣ କାମ କରିବାକୁ ଯାଇ ଗୁମୁଡୁମାହାରୁ ଘର ମାଲିକଙ୍କ ସମ୍ପର୍କୀୟଙ୍କ ୧୭ ବର୍ଷର ନାବାଳିକା ଝିଅକୁ ଗତ ଡ଼ିସେମ୍ବର ୨୬ ତାରିଖରେ ଅପହରଣ କରିନେଇ ତା ସହ ଦୁଷ୍କର୍ମ କରିବା ପରେ ବାଲିଗୁଡ଼ାରେ ଛାଡ଼ି ଚାଲିଯାଇଥିଲା ଶପନ । ସମ୍ପୃକ୍ତ ନାବାଳିକା ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଧାରା ୩୭୬(୧),୩୬୩,୫୦୬,ଓ ଆଇପିସି ୬ ପୋକ୍ସୋ ଦଫା ଅନୁଯାୟୀ ପାଙ୍ଗାପଡ଼ା ଗ୍ରାମରୁ ଅଭିଯୁକ୍ତ ଶପନ ପାଟ୍ଟମାଝୀକୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

Sunil Chandra Nayak

*POLICE CRACKDOWN: 2 ACCUSED ARRESTED, 10 STOLEN MCs RECOVERED IN RAYAGADA*

masiha

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

Leave a Comment

error: Content is protected !!