ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା ! କୁଦରସାହୀ ନିକଟରେ ବସ ବାଇକ୍ ଆମନାସାମନା; ଆଦିବାସୀ ଯୁବ କଳାକାରଙ୍କ ମୃତ୍ୟୁ 

ତିରିଂ ଥାନା ! କୁଦରସାହୀ ନିକଟରେ ବସ ବାଇକ୍ ଆମନାସାମନା; ଆଦିବାସୀ ଯୁବ କଳାକାରଙ୍କ ମୃତ୍ୟୁ 

ରାଇରଙ୍ଗପୁର :- ୨୬/୦୬  ତିରିଂ ଥାନା ଅନ୍ତର୍ଗତ ଯଶିପୁର ପଞ୍ଚାୟତ କୁଦରସାହି ଗ୍ରାମ୍ୟ ରାସ୍ତାରେ ଆଜି ସକାଳ ୭.୩୦ ଟା ପାଖାପାଖି ସମୟରେ ଏକ ଘରୋଇ ବସ ସହ ବାଇକ୍ ର ଆମନା ସାମନାରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ବଡସାଦମ ଗ୍ରାମର ସାରଗାମ ପୁରୁଙ୍କ ଏକୋଇର ବାନା ବିଶିକେସନ ଆସନ୍ତୁ ଟୁଡୁ(୨୫) କୌଣସି ବ୍ୟକ୍ତିଗତ କାମରେ ବାଇକ୍ (JH0P8934) ଯୋଗେ ଝରାଡିହି ଅଞ୍ଚଳକୁ ଯାଉଥିବାବେଳେ ସାମନା ପଟୁ ଗୋରୁମହିଷାଣି ଥାନା ଅନ୍ତର୍ଗତ ଗୁହାଳଡାଙ୍ଗିରୁ ଟାଟା ନଗର ଯାଉଥିବା ଘରୋଇ ବସ୍ ରାଜୁରାଜା ବସ୍ ( JHO5CP1950)ସହିତ ମୁହାଁମୁହିଁ‌ହେବା ଫଳରେ ବାଇକ ଚାଳକ ରାସ୍ତାରେ ଛିଟିକିପଡି ରକ୍ତଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ।ତାଙ୍କୁ ରକ୍ତାକ୍ତ ଅବସ୍ଥାରଜ‌ଝରାଡିହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣା ଯାଇଥିଲା ।ଡାକ୍ତର‌ମୃତ ଘୋଷଣା କରିଥିଲେ ।ପରେ ତିରିଂ ପୋଲିସ ଶବ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଏକ ମାମଲା କେଶ ନମ୍ର ୧୦୩/୨୬ ରୁଜୁ କରି ମୃତକକୁ ରାଇରଙ୍ଗପୁର ରେ ଶବ ବ୍ୟବଚ୍ଛେଦ କରାଇ ପରାବାରଵର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତ ଆସନ୍ତୁ ଟୁଡୁ ଜଣେ ଯୁବ କଳାକାର ,ଆଲବମ ହିରୋ ,ମେଳାପି,ମିଷ୍ଟଭାଷୀ ଯୁବ ସମାଜସେବୀ ଥିଲେ । ତାଙ୍କ ଅକାଳ ବିୟୋଗରେ ତିରିଂ‌ଵହଳଦା ଯାତ୍ରା ଅଞ୍ଚଳରେ‌ଯୁବ କଳାକାରମାନଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି ।ବାପା ସାରଗାମ ଏବଂ ତାଙ୍କ ପତ୍ନୀ ଏକମାତ୍ର ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।ତାଙ୍କ ପରିବାରକୁ କ୍ଷତିପୂରଣ ଦାଵିରେ ଗ୍ରାମବାସୀ ଦାବି କରିଛନ୍ତି

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣା..ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ବାମୀଙ୍କୁ କୋର୍ଟଚାଲାଣ

Sunil Chandra Nayak

ପ୍ରେମ ସମ୍ପର୍କକୁ ନେଇ ଶାଳୀ ଭିଣେଇ ଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…. ଭିଣୋଇ ମୃତ

masiha

ବେକରେ ଦଉଡି ଲଗାଇ ମହିଳାଙ୍କ ଆତ୍ମହତ୍ୟା

Leave a Comment

error: Content is protected !!