ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ସୁରକ୍ଷା ଅଧିନିୟମ ଓ ବନ୍ଧକ ଶ୍ରମିକ ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଶିଶୁ ସୁରକ୍ଷା ଅଧିନିୟମ ଓ ବନ୍ଧକ ଶ୍ରମିକ ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଯାଜପୁର /ମସିହା ନିୟୁଜ , ୨୬/୦୬(ପ୍ରଦୀପ କୁମାର ମଲ୍ଲିକ): ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ପ୍ରଶାସନ (ଶିଶୁ ସୁରକ୍ଷା ୟୁନିଟ) ଓ ଆଇ.ଜେ.ଏମ, ଓଡ଼ିଶାର ମିଳିତ ସହଯୋଗରେ ଶିଶୁ ସୁରକ୍ଷା ଅଧିନିୟମ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ସବୁ ଥାନାର ପୁଲିସ ଅଧିକାରୀ, ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ଅଧିକାରୀ ଓ ଅନ୍ୟ ଅଂଶୀଦାର ସମୂହ ସାମିଲ ହୋଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା କ୍ଷେତ୍ରରେ ସମାଜର ପ୍ରମୁଖ ଦାୟିତ୍ୱବୋଧ ରହିଛି। ଆମଦେଶରେ ଶିଶୁମାନଙ୍କ ସାମଗ୍ରିକ ବିକାଶ ଓ ସୁରକ୍ଷା ପାଇଁ ଅଧିନିୟମ ଓ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଆଇନର ସଠିକ କାର୍ଯ୍ୟକାରିତା ପାଇଁ ଜନ ସଚେତନତାର ଆବଶ୍ୟକତା ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ ପୋଲିସ ଅଧିକାରୀମାନଙ୍କୁ ଶିଶୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ ୨୦୧୨ ଓ ବନ୍ଧକ ଶ୍ରମ ପ୍ରଥା ଉଚ୍ଛେଦ ଆଇନ-୧୯୭୬ ପ୍ରଶିକ୍ଷଣ ଦିଆଯାଇଥିଲା। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିତିକଣ୍ଠ କାନୁନଗୋ ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦିବ୍ୟଭୂଷଣ ମହାନ୍ତି ସୁରକ୍ଷା ଲୋଡୁଥିବା ପିଲାମାନଙ୍କୁ କମିଟିରେ ଉପସ୍ଥାପନ ଓ ଥଇଥାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସେବକ ସମାଜର ସମ୍ପାଦକ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକର ବରିଷ୍ଠ ଆଇନଜୀବୀ ଡ. ଅମିୟ ଭୂଷଣ ବିଶ୍ୱାଳ ବିଷୟ ବିଶାରଦ ଭାବେ ଯୋଗଦେଇ ବନ୍ଧକ ଶ୍ରମ ପ୍ରଥା ଉଚ୍ଛେଦ ଆଇନ-୧୯୭୬ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ବିଶିଷ୍ଟ ଆଇନଜୀବୀ ଓ ଶିଶୁ ସୁରକ୍ଷା ବିଶେଷଜ୍ଞ ପ୍ରମୋଦ କିଶୋର ଆଚାର୍ଯ୍ୟ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ-୨୦୧୨ ଉପରେ ପ୍ରଶିକ୍ଷଣ ପ୍ରଦାନ କରି ଏହାର ବିଭିନ୍ନ ଆଇନଗତ ଦିଗ ଏବଂ ପୁଲିସର ଭୂମିକା ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।

ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ଥାନାର ଆଇ.ଆଇ.ସି, ଏସ.ଆଇ, ଏ.ଏସ.ଆଇ, ଏସ.ଜେ.ପି.ୟୁ ଅଧିକାରୀ, ଚାଇଲ୍ଡ ହେଲ୍ପ ଲାଇନ, ସାମାଜିକ ସଂଗଠନ ଉତ୍କଳ ସେବକ ସମାଜ, ଆଇ. ଜେ.ଏମ କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା କର୍ମୀ ପ୍ରମୁଖ ଯୋଗଦେଇଥିଲେ । ଶିଶୁ ସୁରକ୍ଷା କର୍ମୀ ମଣ୍ଟୁ ଦାସ ଜିଲ୍ଲାରେ ଶିଶୁମାନଙ୍କ ସମସ୍ୟା ଓ ସମାଧାନର ମାର୍ଗ ଉପରେ ଆଲୋକପାତ କରିଥିଲେ। ପ୍ରଶିକ୍ଷଣରେ ଜିଲ୍ଲା ମହିଳା ହବ୍ ସଂଯୋଜକ ପ୍ରଭାତ ଘଡେଇ, ଏକକ ରହଣି କେନ୍ଦ୍ରର ପରିଚାଳିକା ନିବେଦିତା ଶରଣ, ଚାଇଲ୍ଡ ହେଲ୍ପ ଲାଇନ ସଂଯୋଜକ ବରେନ୍ଦ୍ରକୃଷ୍ଣ ଦାସ, ଶକ୍ତି ସଦନର ଅଧ୍ୟକ୍ଷା ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ଅଧିକାରୀ ରୋଜାଲିନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

Cyclone & Hailstorm Devastates Bolangir: ExMP Niranjan Bishi Demands ₹20 Lakh Relief for each affected Farmers of Bolangir.

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଏମବିକେ ଓ ସିଆରପିସି ନିଯୁକ୍ତି ପ୍ରଦାନ

Sunil Chandra Nayak

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!