ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ : ଦଣ୍ଡ ସଂସ୍କୃତି ବିଷୟକ ଆଲୋଚନା ଚକ୍ର

ମ.ରାମପୁର:୧୭/୨(ମସୀହା):୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହେଇ ୨୦୨୨ ମସିହାରେ ଏକଶହ ବର୍ଷ ପୂର୍ତ୍ତି ଅବସରରେ ଶତବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ଏକ ଆଲେଚନା ଚକ୍ର ପରିଷଦର ଉପଦେଷ୍ଟା ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା । ଏହି ଅବସରରେ ଆଲୋଚକମାନେ କାମନା ଦଣ୍ଡ ଲୋକ ସଂସ୍କୃତିର ଆଉ ଏକ ବଳିଷ୍ଠ ବିଭବ ବୋଲି କହିବା ସହିତ ଏହି ସଂସ୍କୃତିରେ ଜୀବନ ,ସମାଜ,ସାମାଜିକ ଚଳଣୀ,ସାଂସ୍କୃତିକ ବୈଭବ,ବ୍ରହ୍ମ ଜ୍ଞାନ,ଶରୀର ତତ୍ତ୍ୱ ଭଳି ବିଭିନ୍ନ ବିଭବର ସମାହାର ଏବଂ ଏହି ଦଣ୍ଡ କେବଳ କାମନା ର ଦଣ୍ଡ ନୁହେଁ ବରଂ ଜୀବନକୁ ପ୍ରକୃତ ଉପଲବ୍ଧି କରିବାର ଏକ ମହାର୍ଘ୍ୟର୍ ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଥିଲେ । ବଲାଙ୍ଗୀର ରୁ ଡ଼ଃ ଘାସିରାମ ମିଶ୍ର,ଦଶପଲ୍ଲାରୁ ସୁରେନ୍ଦ୍ର କୁମାର ମିଶ୍ର ଆଲୋଚକ ଭାବରେ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ହେମନ୍ତ ସାହୁ। ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଧନ୍ୟବାଦାର୍ପଣ କରିଥିବାବେଳେ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ,ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ,ସହ ସଂପାଦକ ଲଳିତ ସ୍ୱାଇଁ,କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଧନ୍ୟବାଦାର୍ପଣ କରିିଥିଲେ ପରମାନନ୍ଦ ବିଶି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

Sunil Chandra Nayak

ସତର ବର୍ଷ ଧରି ବ୍ୟକ୍ତିଗତ ଘରେ ପାଠପଢା, ବହୁବାର ଅଭିଯୋଗ ସତ୍ତ୍ବେ ହୋଇପାରୁନି ଅଙ୍ଗନବାଡ଼ି ଗୃହ ନିର୍ମାଣ 2-ମଟରସାଇକେଲ-ସ୍କୁଟି ଧକ୍କା ,୧ ମୃତ ଓ ଜଣେ ଗୁରୁତର

masiha

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

Leave a Comment

error: Content is protected !!