ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ 

ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ 

 ରାଉରକେଲା: ସେକ୍ଟର ୭ ସ୍ଥିତ ରାଉରକେଲା ସ୍କୁଲ ଫର ଦି ଡିଫ୍ ( ମୁକ ବଧିର ବିଦ୍ୟାଳୟ)ରେ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଦେଶର ବରପୁତ୍ର ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ରାଉରକେଲା ର ବିଶିଷ୍ଟ ଶିଳ୍ପପତି ତଥା କ୍ଲିନ୍ ଆଣ୍ଡ ଗ୍ରୀନ୍ ର ର ସମ୍ପାଦକ ପ୍ରଦୀପ କୁମାର ଦାସ ମୁଖ୍ୟଅତିଥି ତଥା ରାଉରକେଲା ତଥା ଦେଶ ର ପୂର୍ବତନ କ୍ରୀଡାବିତ ଓ ସେୟାର ନିଦ୍ଦେର୍ଶକ ନିଖିଲ କଳାକାର ପ୍ରଧାନ , ସେୟାର ର ସଭାପତି ସମାଜସେବୀ ବିଜୟ କୁମାର ଦାସ , ଅନୁଷ୍ଠାନ ର ସମ୍ପାଦକ ଅଶୋକ କକ୍କଡ, ପ୍ରୋଜେକ୍ଟ ସମ୍ପାଦକ ରାକେଶ ଗୋୟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ଦାସ ଧ୍ୟାନଚାନ୍ଦ ଙ୍କ ଶୃଙ୍ଖଳିତ ଜୀବନ ଓ ବ୍ୟକ୍ତିଗତ ଜୀବନ ସହ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଷୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ କ୍ରୀଡା ଶିକ୍ଷକ ଓ କ୍ରୀଡାବିତ ମାନଙ୍କର ଦେଶ ପ୍ରେମ ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଷୟ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଟିତ ସଭା ରେ ଶ୍ରୀ ଗୋୟେଲ ବିଦ୍ୟାଳୟ ର ଉନ୍ନତି କରଣ କାର୍ଯ୍ୟକ୍ରମ ଯାହା ରୋଟାରୀ କ୍ଲବ ରାଉରକେଲା ମିଡ ଟାଉନ ଦ୍ଵାରା ସମ୍ଭବ ହୋଇ ପାରିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ କକ୍କଡ ବିଦ୍ୟାଳୟ ପରିଚାଳନା ପାଇଁ ସ୍ଥିର କରାଯାଇଥିବା କାର୍ଯ୍ୟପନ୍ଥା ବିଷୟ ଉପରେ ଆଲୋକପାତ କରିଥିଲେ। ସମାଜସେବୀ ଶ୍ରୀ ଦାସ ବିଦ୍ୟାଳୟ ର ସମସ୍ତ ଉନ୍ନତି ପାଇଁ ସହଯୋଗ ର କାମ୍ୟ ଅଭିବ୍ୟକ୍ତ କରିବା ସହ ପିଲାମାନଙ୍କର ଶିକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଭୂରି ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଆନୁଷ୍ଠାନ ର ପ୍ରଶାସକ ତଥା ଏସିଆ ପାସିଫିକ ନ୍ୟାସନାଲ ପ୍ରଶିକ୍ଷକ ସରୋଜ କୁମାର ମହାନ୍ତି ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ସାଙ୍କେତିକ ଜାତୀୟ ସଙ୍ଗୀତ ଗାନ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଅତିଥି ପରିଚୟ ରୁ ଆରମ୍ଭ କରାଯାଇ, ଭିନ୍ନକ୍ଷମ ଜାତୀୟ ଓ ରାଜ୍ୟସ୍ତରରେ କୃତକାର୍ଯ୍ୟ ହୋଇଥିବା ଖେଳାଳୀ ମାନଙ୍କୁ ସମ୍ମାନିତ କରିବା ସହ ସମାପନ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ମନୋଜ କୁମାର ନାୟକ ସକ୍ରୀୟ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରାଜଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ କାର୍ଯ୍ୟକ୍ରମ କୁ ସାଙ୍କେତିକ ଭାଷା ରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ରେ ସୁନିତା ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା

masiha

ମୋଟରସାଇକେଲ ଦୁର୍ଘଟଣା ଜଣେ ଗୁରୁତ୍ତର, ଜଣେ ଆହତ 

masiha

ଯୁବ ପତ୍ରକାର ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!