ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳସେଚନ କଣଠେସା,,,କୁର୍ଲୁମୁଣ୍ଡା ପ୍ରକଳ୍ପ ହିଁ ଗ୍ରାମବାସୀଙ୍କ ସାହା ଭରଷା 

ଜଳସେଚନ କଣଠେସା,,,କୁର୍ଲୁମୁଣ୍ଡା ପ୍ରକଳ୍ପ ହିଁ ଗ୍ରାମବାସୀଙ୍କ ସାହା ଭରଷା 

ଜୁନାଗଡ଼,୨୮/୮.(ମନି ସ): ଜୁନାଗଡ଼ ବ୍ଲକ ଅଧିନ ଦୁନ୍ଦେଲମାଲ ପଞ୍ଚାୟତ ଏକ ଆଦିବାସୀ ବହୁଳ ଅଣ ଜଳସେଚିତ ପଞ୍ଚାୟତ ଅଟେ। ଜିଲ୍ଳାର ଜୀବନରେଖା କୁହାଯାଉଥିବା ଇଦ୍ରବତୀ ବହୁମୁଖି ଜଳସେଚନ ପ୍ରକଳ୍ପ ଦ୍ବାରା ବ୍ଲକର ସିଂହଭାଗ ପଞ୍ଚାୟତ ଜଳସେଚିତ ହୋଇଥିଲେ ମଧ୍ୟ ଏଥିରୁ ବାଦ୍ ପଡ଼ିଛି ଦୁନ୍ଦେଲମାଲ ଗ୍ରାମ ପଞ୍ଚାୟତ । ସଂପୃକ୍ତ ପଞ୍ଚାୟତର ଏକ ମାତ୍ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କୁର୍ଲୁମୁଣ୍ଡା ଉପେକ୍ଷିତ ହୋଇ ରହିଥିବା ଯୋଗୁଁ ଏହା ଲୋକଙ୍କ କାମରେ ଆସିପାରୁନାହି। କଟିଙ୍ଗପଦର୍ ରାଜସ୍ବ ଗ୍ରାମର ରାବଣ ପାହାଡ ତଳେ ଏହି ପ୍ରକଳ୍ପ ରହିଛି । ପ୍ରକଳ୍ପର କେନାଲ କାମ ଗାଁ ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ଗ୍ରାମର ଅଦ୍ୟାବଦି ମଧ୍ୟ ଚାଷଜମିକୁ ଜଳସେଚନ ହୋଇ ପାରୁନାହିଁ। ଏହି ପ୍ରକଳ୍ପକୁ ସଠିକ୍ ଢଙ୍ଗରେ ନିର୍ମାଣ କରାଗଲେ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଗଲେ ଅନ୍ତତଃ ଗ୍ରାମର ଶତାଧିକ ଏକର ଜଳସେଚିତ ହୋଇପାରନ୍ତା। ପ୍ରକଳ୍ପର ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ବିଭିନ୍ନ ସମୟରେ ଗ୍ରାମବାସୀ ଶାସନ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଁ, ଅଦ୍ୟାବଦୀ ମଧ୍ୟ ସୁଫଳ ପାଇପାରି ନାହାଁନ୍ତି। ଯାହା ଫଳରେ ଏହି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ସ୍ଵାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଅଣଜଳସେଚିତ ହୋଇ ରହିଛି। ଉକ୍ତ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରି ଜଳସେଚିତ କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପବିତ୍ର ରଜଉତ୍ସବ ପାଳନ ଉପଲକ୍ଷେ ହିନ୍ଦୋଳରେ ଲୋକକଳା ଦିବସ ପାଳିତ

Sunil Chandra Nayak

ଟାଟା-ବାଦାମପାହାଡ ଟ୍ରେନ ରୁ ଦୁଇ ନାବାଳକ ଉଦ୍ଧାର

Sunil Chandra Nayak

ଖବର ସଂଗ୍ରହ ପାଇଁ ଯାଉ ଥିବା ବେଳେ ବାଇକକୁ ପଛପଟୁ ପିଟିଲା ଟ୍ରକ, ସାମ୍ବାଦିକ ଆହତ

masiha

Leave a Comment

error: Content is protected !!