ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ସମୂହ ” ବନ୍ଦେ ମାତରମ୍ ” ଗୀତ ଗାନ 

କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ସମୂହ ” ବନ୍ଦେ ମାତରମ୍ ” ଗୀତ ଗାନ 

 ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟର ସହ ସହ ଛାତ୍ରୀ ମାନଙ୍କୁ ନେଇ ସମୂହ ” ବନ୍ଦେ ମାତରମ୍ ” ଗୀତ ଗାନ କରାଯାଇଥିଲା | ବନ୍ଦେ ମାତରମ୍ ଗୀତକୁ ୧୫୦ ବର୍ଷ ପୁର୍ତ୍ତି ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ଏହି ଜାତୀୟ ଗୀତକୁ ଗାନ କରାଯାଉଥିବା ବେଳେ କିସ୍ ଛାତ୍ରୀ ମାନେ ମଧ୍ୟ ସମୂହ ବନ୍ଦେ ମାତରମ୍ ଗାନ କରିଥିଲେ | କିସ୍ ବିଦ୍ୟାଳୟର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଧାନ, ଉପ-ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନିତା ପଣ୍ଡା ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ | ଆମର ଜାତୀୟ ଗୀତ ” ବନ୍ଦେ ମାତରମ୍ ” ଗୀତର ରଚନା କରିଥିଲେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ | ଏହି ଗୀତଟି ତାଙ୍କ ଲିଖିତ ” ଆନନ୍ଦ ମଠ ” ପୁସ୍ତକରୁ ସଂଯୋଜିତ ଥିଲା | ଏହି ପ୍ରସିଦ୍ଧ ଗୀତଟି ୧୮୭୫ ସେପ୍ଟେମ୍ବର ୭ ତାରିଖରେ ଲେଖାଯାଇ ୧୮୮୨ ମସିହାରେ ପ୍ରକାଶ ପାଇଥିଲା | ପରିଶେଷରେ ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଗୀତଟି ଜାତୀୟ ଗୀତ ଭାବରେ ସ୍ୱୀକୃତି ପାଇଥିଲା ବୋଲି ଶ୍ରୀ ପଧାନ ଛାତ୍ରୀ ମାନଙ୍କୁ କହିଥିଲେ |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

କୋରାପୁଟ ଜିଲ୍ଲା ସିମିଳିଗୁଡା ରେ FIDR ସଂସ୍ଥା ପକ୍ଷରୁ ତୃତୀୟ ରାଉଣ୍ଡ ଟେବୁଲ୍ ବୈଠକ

masiha

ଡାବୁଗାଁ ବ୍ଲକ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟରେ “ଜାତୀୟ ସମର ଶିକ୍ଷାର୍ଥୀ” ଶିବିରର ନୂତନ ଶାଖା ଅନୁଷ୍ଠିତ

Sunil Chandra Nayak

କରାଟେ ର ଗ୍ରୀଷ୍ମ କାଳୀନ ଶିବିର 

Leave a Comment

error: Content is protected !!