ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦନ୍ତ ଚିକିତ୍ସକ ସଂଘର ଅଧିଷ୍ଠାନ ଉତ୍ସବ, ଡା. ମାଇତି ହେଲେ ନୂତନ ସଭାପତି

ରାଉରକେଲା : ଭାରତୀୟ ଦନ୍ତ ଚିକିତ୍ସକ ସଂଘ ରାଉରକେଲା ଶାଖାର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂତନ କର୍ମକର୍ତ୍ତା ଚୟନ ପରେ ଏହି ତାଲିକା ବିଧିବଦ୍ଧ ଭାବେ ଘୋଷିତ ହୋଇଛି l ତଦନୁଯାୟୀ ଡାକ୍ତର ଚନ୍ଦନ ମାଇତି- ସଭାପତି, ଡା ଦୀପ୍ତି କୌର-ସମ୍ପାଦକ, ଡା. ଅମରଦୀପ ଛାବ୍ରା- ସମ୍ପାଦକ, ନିର୍ବାଚିତ ସଭାପତି-ଡା. ଶୈଳେନ୍ଦୁ ପଟ୍ଟନାୟକ, ପୂର୍ବତନ ସଭାପତି-ଡା. ମିଲନ ପଶାୟତ ରହିଛନ୍ତି l ଏହି ସଂଘ ୨୦୧୧ରେ ଗଠିତ ହୋଇଥିଲା l ସଂଘ ପକ୍ଷରୁ ସମାଜର ଉନ୍ନତି କଳ୍ପେ ଏବଂ ଦନ୍ତ ସମ୍ବନ୍ଧରେ ସଚେତନତା ସୃଷ୍ଟି ନେଇ କାର୍ଯ୍ୟକ୍ରମ ମାନ କରି ଚାଲିଛି l ସଂଘ ପକ୍ଷରୁ ନିଃଶୁଳ୍କ ଦନ୍ତ ଶିବିର ମାନ ଆୟୋଜନ କରି ତା’ର ସାମାଜିକ ଦାୟିତ୍ୱବୋଧ ତୁଲାଇ ଆସୁଛି । ନବନିର୍ବାଚିତ ସଂଘ କର୍ମକର୍ତ୍ତାଙ୍କୁ ନେଇ ଡା. ମାଇତି ସମାଜରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯିବା ଲକ୍ଷ୍ୟରେ ଅଧିକ କାର୍ଯ୍ୟକ୍ରମ କରିବା ସହ ସମାଜର ହିତକଳ୍ପେ କାମ କରିବାକୁ ସଂକଳ୍ପ ନେଇଛନ୍ତି l ବିଶେଷକରି, ଗରିବ ଓ ପଛୁଆ ଶ୍ରେଣୀର ଲୋକଙ୍କ ବିକାଶକଳ୍ପେ ସାଧ୍ୟମତେ କାମ କରାଯିବ ବୋଲି ଡା. ମାଇତି କହିଛନ୍ତି l ଦନ୍ତ ଚିକିତ୍ସା କ୍ଷେତ୍ରରେ ନକଲି ଡାକ୍ତର ମାନଙ୍କ ଉପରେ ଲୋକେ ଯେପରି ନିର୍ଭରଶୀଳ ନ ହୁଅନ୍ତି ଏବଂ ଉପଯୁକ୍ତ ତଥା ବାସ୍ତବ ଚିକିତ୍ସା ଯେପରି ସବୁଠି ପହଞ୍ଚିବ ସେଥିପାଇଁ ସଂଘ ପକ୍ଷରୁ ଆବଶ୍ୟକ ଉଦ୍ୟମ କରାଯିବ ବୋଲି ସଂଘ କର୍ମକର୍ତ୍ତା ମାନେ କହିଛନ୍ତି l ସଂଘ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଦିଆଯାଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାୟଗଡ଼ ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ 

masiha

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଦ୍ବାରା ଆମ୍ବାବାଡି ଆଦିବାସୀ ଝିଅ ସମ୍ମାନିତ

Leave a Comment

error: Content is protected !!