ରାଉରକେଲା : ଭାରତୀୟ ଦନ୍ତ ଚିକିତ୍ସକ ସଂଘ ରାଉରକେଲା ଶାଖାର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂତନ କର୍ମକର୍ତ୍ତା ଚୟନ ପରେ ଏହି ତାଲିକା ବିଧିବଦ୍ଧ ଭାବେ ଘୋଷିତ ହୋଇଛି l ତଦନୁଯାୟୀ ଡାକ୍ତର ଚନ୍ଦନ ମାଇତି- ସଭାପତି, ଡା ଦୀପ୍ତି କୌର-ସମ୍ପାଦକ, ଡା. ଅମରଦୀପ ଛାବ୍ରା- ସମ୍ପାଦକ, ନିର୍ବାଚିତ ସଭାପତି-ଡା. ଶୈଳେନ୍ଦୁ ପଟ୍ଟନାୟକ, ପୂର୍ବତନ ସଭାପତି-ଡା. ମିଲନ ପଶାୟତ ରହିଛନ୍ତି l ଏହି ସଂଘ ୨୦୧୧ରେ ଗଠିତ ହୋଇଥିଲା l ସଂଘ ପକ୍ଷରୁ ସମାଜର ଉନ୍ନତି କଳ୍ପେ ଏବଂ ଦନ୍ତ ସମ୍ବନ୍ଧରେ ସଚେତନତା ସୃଷ୍ଟି ନେଇ କାର୍ଯ୍ୟକ୍ରମ ମାନ କରି ଚାଲିଛି l ସଂଘ ପକ୍ଷରୁ ନିଃଶୁଳ୍କ ଦନ୍ତ ଶିବିର ମାନ ଆୟୋଜନ କରି ତା’ର ସାମାଜିକ ଦାୟିତ୍ୱବୋଧ ତୁଲାଇ ଆସୁଛି । ନବନିର୍ବାଚିତ ସଂଘ କର୍ମକର୍ତ୍ତାଙ୍କୁ ନେଇ ଡା. ମାଇତି ସମାଜରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯିବା ଲକ୍ଷ୍ୟରେ ଅଧିକ କାର୍ଯ୍ୟକ୍ରମ କରିବା ସହ ସମାଜର ହିତକଳ୍ପେ କାମ କରିବାକୁ ସଂକଳ୍ପ ନେଇଛନ୍ତି l ବିଶେଷକରି, ଗରିବ ଓ ପଛୁଆ ଶ୍ରେଣୀର ଲୋକଙ୍କ ବିକାଶକଳ୍ପେ ସାଧ୍ୟମତେ କାମ କରାଯିବ ବୋଲି ଡା. ମାଇତି କହିଛନ୍ତି l ଦନ୍ତ ଚିକିତ୍ସା କ୍ଷେତ୍ରରେ ନକଲି ଡାକ୍ତର ମାନଙ୍କ ଉପରେ ଲୋକେ ଯେପରି ନିର୍ଭରଶୀଳ ନ ହୁଅନ୍ତି ଏବଂ ଉପଯୁକ୍ତ ତଥା ବାସ୍ତବ ଚିକିତ୍ସା ଯେପରି ସବୁଠି ପହଞ୍ଚିବ ସେଥିପାଇଁ ସଂଘ ପକ୍ଷରୁ ଆବଶ୍ୟକ ଉଦ୍ୟମ କରାଯିବ ବୋଲି ସଂଘ କର୍ମକର୍ତ୍ତା ମାନେ କହିଛନ୍ତି l ସଂଘ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଦିଆଯାଇଛି l
previous post