ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ନାଟ୍ୟସଂଘର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ନାଟ୍ୟସଂଘର ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁର- ତା :-୨୬/୦୯/୨୬ ରିଖ ‘ବାରିପଦାର ନାଟକ ପରମ୍ପରା : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଉପରେ ଆଲୋଚନାଚକ୍ର ଓଡ଼ିଶା ନାଟ୍ୟସଂଘର ପ୍ରତିଷ୍ଠା ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ବାରିପଦାସ୍ଥିତ ମୟୂରଭଞ୍ଜ ସାହିତ୍ୟ ପରିଷଦରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାରିପଦା ତଥା ମୟୂରଭଞ୍ଜର ବିଭିନ୍ନ ନାଟ୍ୟସଂସ୍ଥାର ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକର୍ମୀମାନେ ଯୋଗଦେଇ ଜିଲ୍ଲାର ନାଟ୍ୟ ପରମ୍ପରାକୁ ସମୃଦ୍ଧ କରିବା ନେଇ ମତବିନିମୟ କରିଥିଲେ। ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ କୁମାର ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱରେ ଓଡ଼ିଶା ନାଟ୍ୟସଂଘର ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ଅଭିନେତା ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

 ଆଲୋଚନାଚକ୍ରରେ ରୂପାନ୍ତର ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ପରେଶ ସାହୁ, ନୂପୁର ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ଡ. କୁମାରମଣି ନାୟକ, ଓମ ନାଟ୍ୟ ସଂସ୍ଥାର ଉପସଭାପତି ଅସିତ କୁମାର ଗିରି, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅନ୍ନଦା ଶଙ୍କର ଦାଶ ଏବଂ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ବାରିପଦାର ନାଟ୍ୟ ଆନ୍ଦୋଳନର ଐତିହ୍ୟ, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ବକ୍ତାମାନେ କହିଥିଲେ ଯେ ବାରିପଦାର ନାଟ୍ୟ ପରମ୍ପରା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ; ଏହା ଅଞ୍ଚଳର ସାମାଜିକ ଚେତନା, ସାଂସ୍କୃତିକ ପରିଚୟ ଓ ସୃଜନଶୀଳ ପରମ୍ପରାର ଏକ ଅବିଚ୍ଛିନ୍ନ ଅଂଶ। ପୁରୁଣା ପିଢ଼ିର ଅନୁଭବ ସହ ନୂଆ ପିଢ଼ିର ସୃଜନଶୀଳତାକୁ ଯୋଡ଼ି ନାଟ୍ୟଚର୍ଚ୍ଚାକୁ ଆହୁରି ଗତିଶୀଳ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା ପ୍ରୟାସ କୁମାର ଶତପଥୀ, ପ୍ରସନ୍ନ କୁମାର ମହାନ୍ତି, ସୋମନାଥ ସିଂହ, ସତ୍ୟନାରାୟଣ ଦାସ, ଅମିତ ଦେବଦର୍ଶୀ, କୁନ୍ଦନ ଭଞ୍ଜ, ଅଶୋକ କୁମାର ପଟ୍ଟନାୟକ, ମହେଶ କୁମାର ସାହୁ, ରାଜେନ୍ଦ୍ର ସାହୁ, ରବୀନ୍ଦ୍ର ବେହେରା,ଅଭିଷେକ କୁମାର, ଦୀପ୍ତିସ୍ମିତା ସାହୁଙ୍କ ସମେତ ବିଭିନ୍ନ ନାଟ୍ୟଦଳର ବହୁ କଳାକାର ଓ ନାଟ୍ୟକର୍ମୀ ଉପସ୍ଥିତ ଥିଲେ I ଶେଷରେ ବରିଷ୍ଠ ଅଭିନେତା ପ୍ରଫେସର ସମରେନ୍ଦ୍ର ବସା ଧନ୍ୟବାଦ ଅର୍ପଣ କରିଥିଲେ I

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

Related posts

Massive Corruption in Rayagada Forest Division: Forest squad appears before Lokayukta in response to complains made by Rayagada activists

masiha

ରାଉରକେଲା ଅର୍ବାନ ର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!