ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ

ଡାବୁଗାଁ,୨୭/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀଙ୍କ ଅଧ୍ୟକ୍ଷତାରେ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଯୋଗ ଦେଇ ପିଲା ମାନେ କିପରି ଗଣିତ, ଇଂରାଜୀ, ବିଜ୍ଞାନ ପାଠ କିପରି ସହଜରେ ମନେ ରଖିପାରିବେ ସେ ଉପରେ ବିଭିନ୍ନ ଉପାୟ ଗୁଡିକ ବୁଝାଇବା ସହ ୧୦ ଶ୍ରେଣୀ ପାସ କରିବା ପରେ କେଉଁ ବିଭାଗରେ ପାଠ ପଢିଲେ ପିଲା ଜିଜେ ନିଜ ଗୋଡରେ ଛିଡା ହୋଇ ରୋଜଗାର କ୍ଷମ ହୋଇପାରିବେ ସେ ଦିଗ ପିଲା ନିଜେ ଆପଣାଇବାକୁ ପରାମର୍ଶ ଦେଇଥିଲେ | ଡାବୁଗାଁ ବିଡିଓ ଶରତ ମାଝି ଯୋଗ ଦେଇ ବିଦ୍ୟାଳୟ ବଗିଚା ହେଲେ ଶିକ୍ଷୟତ୍ରୀଶିକ୍ଷକ ହେଉଛନ୍ତି ମାଳୀ, ପସନ୍ଦ ଓ ଚୟନ, କେଉଁ ବିଭାଗରେ ପାଠ ପଢିଲେ କେଉଁ ଚାକିରି ପାଇପାରିବେ ସେ ଉପରେ ଆଲୋଚନା କରିଥିଲେ | ଜିଲା ନିଯୋଜନ କାର୍ଯ୍ୟ|ଳୟର ଏମଜିଏନଏଫ ତପସ୍ଵିନୀ ଦାସ ଯୋଗଦେଇ ଛାତ୍ରୀଛାତ୍ର ମାନେ ଦୃଢ ମନୋବଳ ରଖି ପାଠ ଉପରେ ଧ୍ୟାନ ଦେଇ ସ୍ଵରୋଜଗାରକ୍ଷମ ହେବା ଓ ଝିଅ ମାନେ ୨୨ ବର୍ଷ ପର୍ଯ୍ୟନ୍ତ ବିବାହ ଚିନ୍ତା ନକରି ପାଠ ପଢିବାକୁ ପରାମର୍ଶ ଦେବଥିଲେ | ଏଥିରେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ, ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା କିରଣମାଳା ତିର୍କୀ, ବଡଓଲମା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା, ଜଟାବାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାଶ, ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ନାୟକ, ଶିକ୍ଷକ ସନାତନ ଭୋଇ, ମହେଶ୍ଵର ନାଥ, ହଲଧର ଛତ୍ର, ଦୀପକ ସାହୁ, ସଂଜୀବ ପଣ୍ଡା, ସୋମ୍ୟରଞ୍ଜନ ନୈକ, ରଶ୍ମୀରଞ୍ଜିତା ନାୟକ, ସୁପ୍ରିୟା ମହାଙ୍କୁଡ, ଜ୍ଞାନ ରଞ୍ଜନ ବେହେରା, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକ ଅଧୀନ ୪ ଟି ବିଦ୍ୟାଳୟର ୫୦୦ ଜଣ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବାଗତଙ୍କୁ ସ୍ୱାଗତ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ସ୍ଵୀକୃତ 

masiha

ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

masiha

Leave a Comment

error: Content is protected !!