ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଳିତ ମହାସଭା ପକ୍ଷରୁ ତହସିଲଦାର ଓ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ 

ଦଳିତ ମହାସଭା ପକ୍ଷରୁ ତହସିଲଦାର ଓ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ 

ଆସିକା, ୩୧/୩/୨୬ (ଶିବ ଶଙ୍କର ମିଶ୍ର ) ଓଡ଼ିଶା ଦଳିତ ମହାସଭା ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଆଜି ଶତାଧିକ ଦଳିତ ବର୍ଗର ପୁରୁଷ ଓ ମହିଳା ସେମାନଙ୍କୁ ସ୍ଥାୟୀ ଘର ପଟ୍ଟା ପ୍ରଦାନ ଓ ପ୍ରକୃତ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ପାଇଁ ଆଜି ଅତିରିକ୍ତ ତହସିଲଦାର ଓ ବି ଡି ଓ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଦଳିତ ମହାସଭା ର ଜିଲ୍ଲା ସଭାପତି ସଞ୍ଜୀବ ନାୟକ,ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ,ବ୍ଲକ ସଭାପତି ନିରଞ୍ଜନ ନାୟକ,ଉପ ସଭାପତି ରୋହିତ ନାୟକ,ସହ ସମ୍ପାଦକ ମିଥୁନ ପରିଚ୍ଛା,କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ ଓ ଏ ଆଇ କେ ଏମ ଏସ ର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ ଙ୍କ ନେତୃତ୍ୱରେ ଧରାକୋଟ ବ୍ଲକର ବରଡାବିଲି ପଞ୍ଚାୟତ ର ହରିପୁର, ପ୍ରତାପୁର, ବରଡାବିଲି,ବନ୍ୟା ନଗର ପ୍ରଭୃତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟଳୟରେ ପହଞ୍ଚି ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ଙ୍କୁ ସ୍ଥାୟୀ ଘର ପଟ୍ଟା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ତହସିଲଦାର ଙ୍କ ସହ ଆଲୋଚନା କରାଯାଇ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହାପରେ ବ୍ଲକ କାର୍ଯ୍ୟାଳୟ ରେ ବିଡିଓ ସଂଗ୍ରାମ କେଶରୀ ଜେନାଙ୍କୁ ପ୍ରକୃତ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ କରିଥିଲେ । ବିଡିଓ ନିରପେକ୍ଷ ଭାବେ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଆବାସ ଗୃହ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଯୋଗ୍ୟ ଧରାକୋଟ ତହସିଲ ଅନ୍ତର୍ଗତ ବରଡାବିଲି,ଧରାକୋଟ, ବାହାରପୁର, ମାଣିକପୁର, ଜାହାଡା ରାଜସ୍ୱ ସର୍କଲ ଅଧିନସ୍ଥ ବହୁତ ରାଜସ୍ୱ ଗ୍ରାମର ଲୋକେ ଏ ପର୍ଯ୍ୟନ୍ତ ସ୍ଥାୟୀ ଘରପଟା ବିଭିନ୍ନ କାରଣରୁ ପାଇନାହାନ୍ତି । ଏଣୁ ପିଲାଙ୍କ ପାଠ ପଢା ସହ କିଣା ବିକା କାର୍ଯ୍ୟରୁ ସେମାନେ ବଞ୍ଚିତ ହୋଇ ରହିଛନ୍ତି । ସେହିପରି ବହୁ ଗରିବ ପରିବାର ମୁଣ୍ଡ ଉପରେ ଏପର୍ଯ୍ୟନ୍ତ ଛାତ ଟିଏ ନାହିଁ । ଏଣୁ ସରକାର ତୁରନ୍ତ ଉପଯୁକ୍ତ ସର୍ଭେ କରି ସ୍ଥାଇ ଘର ପଟ୍ଟା ସହ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ ପାଇଁ ଦଳିତ ମହାସଭା ପକ୍ଷରୁ ଦାବୀ କରାଯାଇଛି ।

Related posts

ନବରଙ୍ଗପୁର ରେ ତୃତୀୟ ଜିଲ୍ଲା ସ୍ତରୀୟ ପେଞ୍ଚକ୍ ସିଲଟ ଚମ୍ଫିୟନସିପ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

masiha

କାମାକ୍ଷାନଗର କେଭିର ପ୍ରଥମ ବାର୍ଷିକ ଉତ୍ସବ ପାଳନ , ଉତ୍କର୍ଷତା ପାଇଁ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!