ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତପ୍ରତିଶତ ଶ୍ରବଣଶକ୍ତିହୀନ ପ୍ରମାଣପତ୍ର ସତ୍ତ୍ୱେ ୩୫୦୦/- ଟଙ୍କା ବର୍ଦ୍ଧିତ ଭତାରୁ ବଞ୍ଚିତ 

ସତପ୍ରତିଶତ ଶ୍ରବଣଶକ୍ତିହୀନ ପ୍ରମାଣପତ୍ର ସତ୍ତ୍ୱେ ୩୫୦୦/- ଟଙ୍କା ବର୍ଦ୍ଧିତ ଭତାରୁ ବଞ୍ଚିତ 

ହିଞ୍ଜିଳିକାଟୁ,ତା ୩୦୧/୦୩ ନିଜ ଅଧିକାର ତଥା ସରକାରଙ୍କ ଉପଯୁକ୍ତ ବର୍ଦ୍ଧିତ ଭତ୍ତା ସହାୟତା ରାଶିରୁ ବଞ୍ଚିତ ରହିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ । ୧୦୦% ଶ୍ରବଣଶକ୍ତିହୀନ ପ୍ରମାଣପତ୍ର ରହିଥିବା ସତ୍ତ୍ୱେ ମିଳୁନି ସରକାରୀ ଉପଯୁକ୍ତ ରାଶି ୩୫୦୦/- ଟଙ୍କା । ରାଜ୍ୟ ସରକାରଙ୍କ ଠାରୁ ଭତ୍ତା ବାବଦରେ ପ୍ରତିମାସ ୧୨୦୦ ଟଙ୍କା ଭତ୍ତା ପାଉଛନ୍ତି ।ଏହି ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ୬୯ ନଂ ଜୋନାର ଭାବନ୍ଦ ଗ୍ରାମ ପଞ୍ଚାୟତର ବାସିନ୍ଦା ନନ୍ଦିନୀ ସାହୁ (ପିତା – ପୀତବାସ ସାହୁ) ଜନ୍ମରୁ ୧୦୦% ପ୍ରତିଶତ ଶ୍ରବଣଶକ୍ତିହୀନ ରହିଥିଲେ ମଧ୍ୟ ସରକାରଙ୍କ ବର୍ଦ୍ଧିତ ଦିବ୍ୟାଙ୍ଗ ଭତା ୩୫୦୦/- ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି । ସମସ୍ତ ଉପଯୁକ୍ତ କାଗଜପତ୍ର ରହିଥିଲେ ସୁଦ୍ଧା ବର୍ତ୍ତମାନ ମାସିକ ୧୨୦୦/- ଟଙ୍କା ଭତ୍ତା ପାଉଛନ୍ତି ଏବଂ ବାରମ୍ୱାର ଅଭିଯୋଗ କଲାପରେ ମଧ୍ୟ ଉପଯୁକ୍ତ ସରକାରୀ ସହାୟତା ରାଶି ୩୫୦୦/- ଟଙ୍କା ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ନନ୍ଦିନୀଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରହିଥିବା ବେଳେ ତାଙ୍କ ବାପା ପୀତବାସ ସାହୁ ଦିନ ମଜୁରିଆ ଭାବେ କାମ କରୁଥିବା ସହ ମିଠା କାରିଗର ଭାବେ କାର୍ଯ୍ୟ କରି ସ୍ୱଳ୍ପ ଆୟରେ ପରିବାର ପାଳନ ପୋଷଣ କରି ଆସୁଛନ୍ତି । ଜମିଜମା କିମ୍ବା ସ୍ଥାୟୀ ଆୟ ସ୍ରୋତ ନଥିବାରୁ ପରିବାର ଦୁର୍ବିଷହ ଅବସ୍ଥାରେ ନାନା ପ୍ରକାର ସମସ୍ୟା ଭିତରେ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛନ୍ତି । ନନ୍ଦିନୀ ୨୦୧୪ ଡିସେମ୍ବର ମାସରୁ ୧୨୦୦ ଟଙ୍କା ଭତା ପାଉଛନ୍ତି । କିନ୍ତୁ ୨୩ ଅକ୍ଟୋବର ୨୦୨୫ ରେ ତାଙ୍କୁ ୧୦୦ ପ୍ରତିଶତ ଶ୍ରବଣଶକ୍ତି ନଥିବା ବୋଲି ଡିଜିଟାଲ ପ୍ରମାଣପତ୍ର ମିଳିଥିଲେ ମଧ୍ୟ ବର୍ଦ୍ଧିତ ଭତ୍ତା ବାବଦରେ ସରକାରଙ୍କ ଧାର୍ଯ୍ୟ ସହାୟତା ରାଶି ୩୫୦୦/- ଟଙ୍କା ମିଳୁ ନାହିଁ । ଏନେଇ ପରିବାର ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ସମାଧାନ ମିଳିନାହିଁ। ଏହା ସମ୍ପର୍କରେ ହିଞ୍ଜିଳି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଗତ ବର୍ଷ ନଭେମ୍ବର ମାସରେ ବର୍ଦ୍ଧିତ ଭତା ପାଇଁ ତାଙ୍କର ଆବେଦନ ଛତ୍ରପୁର ଉପଖଣ୍ଡ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ସରକାରଙ୍କ ପକ୍ଷରୁ ଟାର୍ଗେଟ ଆସିଲେ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତା ପ୍ରଦାନ କରାଯିବ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଦେଉନଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ଏବଂ ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣି ଏହାକୁ ଅବହେଳା କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନନ୍ଦିନୀଙ୍କ ଦୁଃଖ ଶୁଣିବାକୁ ସରକାରଙ୍କ ଇଚ୍ଛା ନଥିବା ଭଳି ଲାଗୁଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହାସହ ତାଙ୍କର ସରକାର ଉପରେ ଭରସା ମଧ୍ୟ କମିଯାଇଥିବା କଥା ସେମାନେ କହିଛନ୍ତି ଏବଂ ଶୀଘ୍ର ଏହାର ସମଧାନ କରିବା ପାଇଁ ପ୍ରଶାସନିକ ଅଧିକାରୀ ଙ୍କୁ ଗୁହାରି କରିଛନ୍ତି । ଦେଖା ଯାଉ ଏହି ଗରିବ ଶ୍ରବଣହୀନ ନନ୍ଦିନୀର ଦୁଃଖ କେବେ ବୁଝିବ ବ୍ଳକ୍ ପ୍ରଶାସନ।

Related posts

ରିସର୍ଚ୍ଚ ଇନଫରମେସନ ସିଷ୍ଟମ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

masiha

ମଙ୍ଗଳପୁର ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ନିର୍ବାଚନ ମଣ୍ଡଳୀର 16ଗୋଟି ପ୍ରକଳ୍ପର ଭୂମି ପୂଜନ ,ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀ

masiha

Leave a Comment

error: Content is protected !!