ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ପ୍ରକୃତି ମିତ୍ର ସମ୍ମାନ

ନର୍ଲା : (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ” ପ୍ରକୃତି ମିତ୍ର” ସମ୍ମାନରେ ସମ୍ମାନିତ କରାଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପାଳ ସୁବ୍ରତ କୁମାର ନାଏକ,ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ବିଶିଷ୍ଟ ବାଗ୍ମୀ ସତ୍ୟନାରାୟଣ ମୁଣ୍ଡଛିନା,ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥୀ,,କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସିପିଜିପି ମେଜର ଡ଼. ଜୟଦେବ ସାହୁ,ନୂଆପଡା ଜିଲା ଯୁବ ଅଧିକାରୀ ଆଶିଷ କୁମାର ଠାକୁର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରତାପ ଚନ୍ଦ୍ର ଦାସ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ବ୍ଲକର ବିଭିନ୍ନ କ୍ଲବ,ମହିଳା ମଣ୍ଡଳ,ସ୍କୁଲ ,କଲେଜ ,କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ,ଏନସିସି ଏନଏସଏସର ପ୍ରାୟ ୮୦୦ ଛାତ୍ର ସଦସ୍ୟ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନକୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର,ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର ଓ ୫ଟି କ୍ଲବକୁ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ନର୍ଲା ବ୍ଲକ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ କୁ” ପ୍ରକୃତି ମିତ୍ର” ଓ ନର୍ଲା ବ୍ଲକ ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀକା ଉତ୍କଳିକା ସାହୁ ଙ୍କୁ” ପ୍ରକୃତି ବନ୍ଧୁ ” ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅନୁଷ୍ଠାନ ପୂର୍ବରୁ ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ,ପଶୁପକ୍ଷୀଙ୍କ ବାସସ୍ଥଳି ନିର୍ମାଣ, ଜଳ ସଂରକ୍ଷଣ ଏବଂ କରୋନା ସମୟରେ ମାସ୍କ ସାନିଟାଇଜର ବଣ୍ଟନ , ରକ୍ତଦାନ ଶିବିର ଏବଂ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସ୍ୱାଧୀନ ଭୋଇ , ସମ୍ପାଦକ ମିଲନ କୁମାର ଭୋଇ , ଉପ ସଭାପତି ସୁକଦେଵ ସାହୁ, କ୍ଲବର ସଦସ୍ୟ ଅସୀମ ଭୋଇ, ସୁନନ୍ଦ ଭୋଇ, ପ୍ରତ୍ୟୁଷ ଭୋଇ , ଅଜିତ ସାହୁ ,ପପୁ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ ପାଇଁ ପୋଷ୍ଟମର୍ଟମ ସେଣ୍ଟର , ସ୍ଥାପନ ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

Sunil Chandra Nayak

ଜିଲ୍ଲାରେ ମା ଓ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ବୈଠକ 

Sunil Chandra Nayak

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା

Sunil Chandra Nayak

Leave a Comment

error: Content is protected !!