କଟକ : ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନ ଏବଂ ଏଟିଏଚ ଗ୍ରୁପ ଓଡିଶାର ମିଳିତ ପ୍ରୟାସରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟବଣ୍ଟନ,ଜଳ ବଣ୍ଟନ,ବଡ଼ ଦାଣ୍ଡ ସ୍ୱଛତା ନିମନ୍ତେ ସଫେଇ କାଯ୍ୟକ୍ରମ ସ୍ୱେଚ୍ଛାସେବୀଙ୍କ ଦ୍ୱାରା କରାଯାଇଥିଲା l ଉକ୍ତ କାଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜସେବୀ ଦୀପକ ଶ୍ରୀବତ୍ସଵ,ଅବସରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମହାନ୍ତି,ପ୍ରଧାନ ଶ୍ରୀକ୍ଷୟତ୍ରି ଅର୍ଣ୍ଣପୂର୍ଣା ସାହୁ,ଏଟିଏଚ ଗ୍ରୁପ ଓଡିଶାର ସଭାପତି ରଘୁନାଥ ପଣ୍ଡା ଉଦୁଘାଟାନ କରିଥିଲେ l ସଂଗଠନର ସଭାପତି ସୌମ୍ୟରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ,ସଦସ୍ୟ ରଞ୍ଜନ କୁମାର ସାହୁ, କିଶୋର ଚନ୍ଦ୍ର ଦାସ,ଜ୍ଞାନେନ୍ଦ୍ର ବିଶ୍ୱାଳ, ଗବେଷକ ସାଗର ପ୍ରଧାନ,ଭକ୍ତିପ୍ରସାଦ ମିଶ୍ର,ସଂଗ୍ରାମ ବେହେରା,ବିକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସେବାକାଯ୍ୟରେ ନିଜକୁ ନିୟୋଜିତ କରିଥିଲେ l