ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀ ଥିଲା ବେଳେ ଗୁହାରି କରିଥିଲେ, ଏବେ ସ୍ବାମୀ ଆରପାରି ରେ ! ହେଲେ ବି ମିଳୁନି ଆବାସ ଘର ?  

ତେନ୍ତୁଳିଖୁଣ୍ଟି -୧୩/୦୨/୨୩- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସଦର ଗ୍ରାମପଞ୍ଚାୟତ ର ବିଧବା ରତ୍ନମଣି ପୁଜାରୀ (୬୪)ଆବାସ ଯୋଜନା ରେ ଘର ଟିଏ ପାଇବାକୁ ତାଙ୍କ ସ୍ବାମୀ ଜୀବିତ ଥିବା ବେଳେ ପଞ୍ଚାୟତ କାର୍ଯ୍ୟଳୟ ଯାଇ ଗୁହାରି କରି କରି ସ୍ବାମୀ ଆର୍ ପାରିରେ ଚାଲିଗଲେ ସିନା ଘର ପାଇ ପାରିଲେ ନାହିଁ। ଏବେ ଏକମାତ୍ର ପୁଅ ରଘୁନାଥ ପୁଜାରୀ (୩୦) ସ୍ତ୍ରୀ ସୁମିତ୍ରା ପୁଜାରୀ(୨୩) ତାଙ୍କର ଗୋଟିଏ ଝୀଅ ଶୃତି ପୁଜାରୀ(୯) ପୁଅ ଅଂଶୁୁମାନ ପୁଜାରୀ(୬) ୫ ପ୍ରାଣୀ କୁଟୁମ୍ବ ରହୁଛନ୍ତି। ଭଙ୍ଗା ଦଦରା ମାଟି ଘରେ,ବର୍ଷା ଆସିଲେ ଭଗବାନ ଙ୍କୁ ସ୍ମରଣ କରି ରହିବା ଛଡା ଅନ୍ୟ କୌଣସି ଉପାୟ ନାହିଁ। ବର୍ଷା ଆସିଲେ ଘର ଭର୍ତ୍ତି ପାଣି ଜମିଥିବା ବେଳେ, ରାତ୍ରୀ ରେ ଚନ୍ଦ୍ର ଓ ତାରା ଦେଖା ଯାଉଛି। ବର୍ଷା ଦିନେ କୌଣସି ପରିବାର କଚା ଘରେ ରହିବେ ନାହି ପକ୍କା ଘରେ ରହିବେ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଆବାସ ଯୋଜନା ରେ ଘର ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ପର ଘର କୁଲି ଲାଗିଲେ, ପେଟକୁ ମୁଠାଏ ଦାନା ଯୋଗାଡ଼ କରୁଛନ୍ତି। ଏଭଳି ପରିବାର ପାଇଁ ଆବାସ ଯୋଜନା ରେ ତାଲିକାରେ ନାମ ନାହିଁ। ସରକାରୀ ଯୋଜନା କହିଲେ ତାଙ୍କୁ ବିଧବା ଭତ୍ତା ମାସିକ ୫ଶହ ଟଙ୍କା ମାସିକ ୫କିଲୋ ଚାଉଳ ମିଳୁଛି। ୫ପ୍ରାଣୀଙ୍କୁ ୨୫କିଲୋ ଚାଉଳ ସେତିକିରେ ଦିନ କେଇଟା ଚଳିବା ସହିତ ପୁଅ କିଛି କୁଲି କାମ କରି ଯାହା ରୋଜଗାର କରି ଆଣେ ସେତିକି ରେ ଅତି କଷ୍ଟରେ ପରିବାର ଚଲୁଥିବା ରତ୍ନମଣି କହିଛନ୍ତି।ସେ ଜଣେ ବିଧବା ହୋଇଥିବାରୁ ତାଙ୍କୁ କିଏ ଘର ପାଇଁ କୌଣସି ସରକାରୀ ଅଧିକାରୀ ଗୁହାରି କରିଲେ ଶୁଣୁନାହାନ୍ତି ବୋଲି କ୍ଷୋଭର ସହ କହନ୍ତି। ଆଗରେ ସ୍ବାମୀ ଥିଲେ ସ୍ବାମୀ ସହିତ ମଧ୍ୟ ପଞ୍ଚାୟତ କୁ ଯାଇ ଗୁହାରି କରୁଥିଲେ। ସ୍ଵାମୀ ଦୁନିଆରୁ ସବୁ ଦିନ ପାଇଁ ଚାଲିଗଲେ, ହେଲେ ମଧ୍ୟ ଘର ପାଇଁ ପାରିଲେ ନାହି। ମୋର ଜୀବନ ଏ ଶେଷ ପର୍ଯ୍ୟାୟରେ ରେ ବି ସରକାରୀ ଘର ଟିଏ ପାଇଁ ଶାନ୍ତି ରେ ଦିନ କେଇଟା ରହି ଥାନ୍ତି କି ବୋଲି ସେ କହିଛନ୍ତି।ଏ ନେଇ ଆମେ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରି ଆବାସ ଯୋଜନା ରେ ଘର ପାଇବାକୁ ସୁବ୍ୟବସ୍ଥା କରିବି ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପଦ୍ମପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଝାରସୁଗୁଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

Leave a Comment

error: Content is protected !!