ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଘର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଘର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ

ସଂଘର ଅଧ୍ୟକ୍ଷ ହେଲେ ପ୍ରତିଷ୍ଠାତା ସଭାପତି ରବି ରଥ, ସଂଘର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ରାଜ ରାଜରାସ୍ତାକୁ ଓହ୍ଲାଇବ ସଂଘ

ବାଲେଶ୍ଵର,10/12 : ଓଡିଶାରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସମ୍ପାଦକ, ପ୍ରକାଶକ, ସ୍ଵତ୍ତାଧିକାରୀ ମାନଙ୍କୁ ନେଇ ବାଲେଶ୍ଵର ଉଦ୍ୟଗ ଭବନ ଠାରେ 7 ଓ 8 ଶନିବାର ଓ ରବିବାର ଦୁଇଦିନ ଧରି ପ୍ରଥମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସ 7 ତାରିଖରେ ଓଡ଼ିଶା କ୍ଷୁଦ୍ର ମାଧ୍ୟମ ସମ୍ବାଦପତ୍ର ସୋସାଇଟି ପକ୍ଷରୁ ରାଜ୍ୟ ସମ୍ମିଳନୀ ଉଦଘାଟିତ ହୋଇଥିଲା। ଅଭିନନ୍ଦନ ସମ୍ବାଦପତ୍ରର ସମ୍ପାଦକ ଇଞ୍ଜିନିୟର ଜଗଦୀଶ ମିଶ୍ର ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦୈନିକ ଧ୍ୱନିପ୍ରତିଧ୍ୱନି ସମ୍ବାଦ ପତ୍ରର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଯୋଗଦେଇଥିବା ବେଳେ ଏଥିରେ ସଂଘର ରାଜ୍ୟ ସଭାପତି ରବି ରଥ, ସତ୍ୟଖବର ସମ୍ବାଦପତ୍ରର ସମ୍ପାଦକ ଅକ୍ଷୟ ନାୟକ ଯୋଗଦେଇ ସଂଘର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟରୁ ବିଭିନ୍ନ ଅଞ୍ଚଳରେ ପ୍ରକାଶ ପାଉଥିବା 50 ରୁ ଉର୍ଦ୍ଧ ସମ୍ବାଦପତ୍ର ର ସମ୍ପାଦକ ଓ ପ୍ରକାଶକ ଯୋଗ ଦେଇଥିଲେ। ଦୁଇ ଦିନ ବ୍ୟାପୀ ଆୟୋଜିତ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କ୍ଷୁଦ୍ର ମାଧ୍ୟମ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ର ରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଆଲୋଚନା ହେବ। ଏହା ସହ କ୍ଷୁଦ୍ର ମାଧ୍ୟମ ସମ୍ବାଦପତ୍ର ଉପରେ ରାଜ୍ୟ ସରକାର ଯେଉଁ ଭଳି କ୍ରମାଗତ ଭାବେ ଅବହେଳିତ କରୁଛନ୍ତି ତାର ଦୃଢ ପ୍ରତିବାଦ କରିବା ସହିତ ସଂଘର ନ୍ୟାର୍ଯ୍ୟ ଦାବି ନେଇ ଆଗାମୀ ଦିନରେ ରାଜରାସ୍ତାକୁ ସଂଘ ଓହ୍ଲାଇବା ପାଇଁ ନିଷ୍ପତି ନିଆଯିବ। ଶେଷରେ ରମାକାନ୍ତ ପରିଜା ଧନ୍ୟବାଦ ଦେଇଥିଲେ।

ସେହିପରି ଦ୍ଵିତୀୟ ଦିବସରେ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ର ସମ୍ପାଦକ ମାନେ ପ୍ରକାଶନ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରମାଗତ ଭାବେ ଏହି ସମ୍ବାଦପତ୍ର ଗୁଡିକ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସଦସ୍ୟମାନେ ସରକାରଙ୍କ ଦୃଷ୍ଟି ଭଙ୍ଗୀ ପରିବର୍ତ୍ତନ କରିବା ପାଇଁ ଦାବୀ କରାଯାଇଥିଲା । କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ଗୁଡିକ ପାଇଁ ଏକ ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାପାଇଁ ଦାବୀ କରାଯାଇଥିଲା। ବର୍ଷ ବର୍ଷ ଧରି ସରକାରୀ ଅନୁମୋଦନ ପାଇଁ ଆବେଦନ କରାଯାଇଥିବା ସମ୍ବାଦପତ୍ର ଗୁଡିକ ପ୍ରତି କୋହଳ ମନଭାବ ପ୍ରଦର୍ଶନ କରି ସରକାରୀ ଅନୁମୋଦନ କରାଯାଉ । ଆରଏନଆଇ ପଞ୍ଜିକୃତ ଖବର କାଗଜ ଗୁଡିକୁ ସରକାରୀ ସ୍ଵୀକୃତପ୍ରାପ୍ତ ସମ୍ବାଦପତ୍ର ଭଳି ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ଖବରକାଗଜର ସମ୍ପାଦକ ମାନଙ୍କୁ ବରିଷ୍ଠତା ଭିତ୍ତିରେ ରାଜ୍ୟ ରାଜଧାନୀରେ ସରକାରୀ ଗୃହ ଯୋଗାଇ ଦିଆଯାଉ। ଏହିଭଳି ସାତ ଦଫା ଦାବୀ ସରକାରଙ୍କ ଠାରେ ରଖିବା ପାଇଁ ପ୍ରସ୍ତାବ ଗୃହତ ହୋଇଥିଲା।ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ସାଂଗଠନିକ ନିର୍ବାଚନ କରାଯାଇ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ପ୍ରତିଷ୍ଠାତା ସଭାପତି ରବି ରଥଙ୍କୁ ଅଧ୍ୟକ୍ଷ ପଦବୀ ସୃଷ୍ଟି କରାଯାଇ ସର୍ବସମ୍ମତିକ୍ରମେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଆଗାମୀ ଦୁଇବର୍ଷ ପାଇଁ ସଭାପତି -ବଂଶୀଧର ଜେନା, କାର୍ଯ୍ୟକାରୀ ସଭାପତି-ଡା. ଜୀବନ କୁମାର ଦିକ୍ଷୀତ, ଉପସଭାପତି ଭାବେ ଅକ୍ଷୟ କୁମାର ନାୟକ, ରମାକାନ୍ତ ପରିଜା, ସ୍ଵଦେଶ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ-ଜେ୍ୟାତି ରଞ୍ଜନ ମହାପାତ୍ର, ସଂଗଠନ ସମ୍ପାଦକ-ଇଂ ଜଗଦୀଶ ମିଶ୍ର, ସମ୍ପାଦକ ଭାବେ ଶୁକଦେବ ପରିଡା, ସୁଶାନ୍ତ କୁମାର ସାହୁ, ନିରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ତପନ କୁମାର ପତି, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋଜ ବେହେରା, ଗଣେଷ ବିଶୋଇ, ଭାଗିରଥି ସ୍ଵାଇଁ, ବାବୁଲି ବେହେରା, ଅମର ପଣ୍ଡା, ଆତ୍ରତ୍ରାଣ ପତି,ଅତନୁ ନାଏକ ଙ୍କୁ ସର୍ବ ସମ୍ମତୀ କ୍ରମେ ନିର୍ବାଚିତ ହୋଇଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 6ଜଣ ବିଶିଷ୍ଟ ପ୍ରତିଭା ଶିକ୍ଷାବିତ ଡକ୍ଟର ଘନଶ୍ୟାମ ବିଶ୍ଵାଳ, ସାମ୍ବାଦିକ ଡକ୍ଟର ଅକ୍ଷୟ ଅଗ୍ରୱାଲ, ସ୍ତମ୍ଭକାର ପଞ୍ଚାନନ ବେହେରା, ସମାଜସେବୀ ସଞ୍ଜୀବ କୁମାର ପାଢ଼ି ଓ ଯୁବ ସମାଜ ସେବୀ ସତେନ୍ଦ୍ର ଦାସ ଙ୍କୁ ସଂଗଠନର ଅଧ୍ୟକ୍ଷ ରବି ରଥଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଇତିମଧ୍ୟରେ ପରଲୋକ ଘଟିଥିବା ଇପିଏ ୱିକ୍ଲିର ସମ୍ପାଦକ ଅନିଲ ମିଶ୍ର, କେଉଁଝର ଟାଇମସ୍‌‍ର ସମ୍ପାଦକ ନିରଞ୍ଜନ ନାୟକ, ଅପିଲର ସମ୍ପାଦକ ପୃଥ୍ୱୀରାଜ ସାହୁ, ସାହାଣମେଲା ସମ୍ପାଦକ ଦେବେନ୍ଦ୍ର ନାଥ ଦାଶ ଓ ଇତିହାସର ଡ଼ାଏରୀ ସମ୍ପାଦକ ଡ଼. ପାବକ କାନୁନଗୋଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା।

ରବି ରଥ

ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ ସଂଘ, ଓଡ଼ିଶା

Related posts

ଧର୍ମଗଡ ବ୍ଲକ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ବଜିତ ବେହେରାଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

masiha

ଭିନ୍ନକ୍ଷମ ସୁଶାନ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମ ବାସୀଙ୍କ ଦାବି

Sunil Chandra Nayak

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତା ଙ୍କ ରକ୍ଷା କବଚ ‘ ଉପାନ୍ତ ଖବର ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଅତିଥି ମାନଙ୍କ ମତ 

masiha

Leave a Comment

error: Content is protected !!