ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ପାଞ୍ଜିଆରୀଗୁଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ 

ବଡ଼ପାଞ୍ଜିଆରୀଗୁଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ 

ଡାବୁଗାଁ, ୧୨/୨ (ମ.ନି.ସ.) – ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ବଡ଼ପାଞ୍ଜିଆରୀଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ବୁଧବାର ପାଳନ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲାର ବରିଷ୍ଠ ଗଣିତ ଶିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼କୁମୁଲି ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଜେନା ମୁଖ୍ୟ ଅତିଥି, ସରକାରୀ ଉଛ ବିଦ୍ୟାଳୟ ପଣ୍ଡିକୋଟ ର ପ୍ରଧାନଶିକ୍ଷକ ଶ୍ରୀ ଶିବଶଙ୍କର ସାମଲ ମୁଖ୍ୟ ବକ୍ତା ଓ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାମାଳ ର ବିଜ୍ଞାନ ଶିକ୍ଷକ ଜ୍ୟୋତି ରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ନାୟକ ଆଦି ସମ୍ମାନିତ ଅତିଥି ରୂପେ ମଞ୍ଚ ଅଳଙ୍କୃତ କରିଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାଳକୃଷ୍ଣ ଦାଶ ସଭାପତିତ୍ୱ କରିଥିଲେ l ସହକାରୀ ଶିକ୍ଷକ ବିନୋଦ ବିହାରୀ ରଣା ମଞ୍ଚ ସଂଯୋଜନା କରିଥିଲେ l ବାର୍ଷିକ ଉତ୍ସବ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ତରଫରୁ ମୁଖ୍ୟ ଅତିଥିଙ୍କୁ ଏକ ମାନପତ୍ର ସହ ଦୀର୍ଘାୟୁ କାମନା ସହ ସମ୍ବର୍ଦ୍ଧିତ କରାଯାଇଥିଲା I ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏକ ସୁନ୍ଦର ଶିକ୍ଷଣ ଧର୍ମୀ ସାମାଜିକ ନାଟକ ଯେତେ କାନ୍ଦିଲେ ବି ଲୁହ ସରେନି ପ୍ରକାଶ ରଞ୍ଜନ ମୁଦୁଲି ଙ୍କ ନିର୍ଦେଶନାରେ ପରିବେଷଣ କରାଯାଇଥିଲା l ବାର୍ଷିକ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ l ପରିଶେଷରେ ପ୍ରଧାନ ଶିକ୍ଷକ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ରାଇରଙ୍ଗପୁରର ନୂତନ ଉପଜିଲ୍ଲାପାଳ ଭାବେ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଉଗ୍ରସେନ ଓରାମଙ୍କ ଯୋଗଦାନ

ପେଟ ପାଇଁ କାଲିଆ ଭରସା

Sunil Chandra Nayak

ଧର୍ମାନ୍ତରୀକରଣ ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!