ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ 

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ

ରାୟଗଡା : ୧୨/୨/୨୦୨୫ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାବରିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ ଏକ ଦିନିଆ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି I ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗର ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ, ଆକ୍ସନ ଏଡ଼ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତନେଶ୍ୱର ସାହୁ ବରିଷ୍ଠ ରାଜସ୍ବ ସହାୟକ ସୂର୍ୟ୍ଯ ନାରାୟଣ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି I ଏହି କାର୍ଯ୍ୟକ୍ରମ ଅଧୀନରେ କିଶୋର କିଶୋରୀ ମାନେ ଭୂବନେଶ୍ୱର ସ୍ଥିତ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର,କଳିଙ୍ଗ ଷ୍ଟାଡିୟମ ଓ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଭ୍ରୁଡି ବୁଲି ଦେଖିବେ I ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରି ଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁମାରୀ ବିଚିତ୍ରା ସେଠି, ରାୟଗଡ଼ା ସିଡିପିଓ ମିନାକ୍ଷୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।। ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାୟ ୪୫ ଜଣ କିଶୋର କିଶୋରୀ, ସୁପରଭାଇଜର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ଖଡିଆଳ ରେ ରାଷ୍ଟ୍ରୀୟ ଲୋକଅଦାଳତ

Sunil Chandra Nayak

ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଥିଂକର୍ସ ଫୋରମ୍‍ର ଆଲୋଚନା

Leave a Comment

error: Content is protected !!