ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

ଖପ୍ରାଖୋଲ ୨୫/୦୨ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ହୁତାଶନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ବୈଦିକ ରୀତି ନୀତି ଅନୁସାରେ ଗ୍ରାମ ଦେବା ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରି ବାଜା ବାଣ , ହୁଳହୁଳି ଦେଇ ହୀର୍ଲି ଗ୍ରାମର କନ୍ୟା ଘର କୁ ବରାତ୍ ବାହାରିଥିଲେ । ଗ୍ରାମରେ ବାଜା ବାଜି ବର କନ୍ୟା ଘରକୁ ଯିବା ପାଇଁ ଗ୍ରାମ ପରିକ୍ରମା ଚାଲୁଥାଏ । ହେଲେ ବର ଯିବା ପାଇଁ ସଜବାଜ ହୋଇଥିବା କାରରେ ବସିବା ପୂର୍ବରୁ ଘଟି ଯାଇଥିଲା ଏକ ବଡ଼ ଅଘଟଣା । ବର ଯିବାକୁ ଥିବା କାରଟି ହତାଟ ଲୋକଙ୍କୁ ମାଡି ଯାଇଥିଲା ଫଳରେ ୧୧ ଲୋକ ଗୁରୁତର ହୋଇ ଯାଇଥିଲେ । ଏହା ସହ ଚିକିତ୍ସା ଧିନ ଅବସ୍ଥାରେ ରାଜା ବରିହା ନାମକ ଜଣେ ବ୍ୟକ୍ତି ଙ୍କୁ ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ମୃତ ଘୋଷଣା କରିଥିଲେ । ବାକି ଥିବା ଗୁରୁତର ଆକାଶ ବରିହା , ଗୁଡୁ ବରିହା , ଜୁନେନ୍ ବରିହା ଓ ଅନ୍ୟ ମାନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପାଟଣାଗଡ ଓ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣା ପଡ଼ିଛି । ଏହା ସହ ଖପ୍ରାଖୋଲ ପୋଲିସ ମୃତ ଶବ କୁ ଜବତ କରି ଗାଡି ଚାଳକ ଦୁର୍ଯୋଧନ ନାଗ ଙ୍କୁ ଅଟକ ରଖି ଘଟଣା ର ଅଧିକ ତଦନ୍ତ କରିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି।

ଖପ୍ରାଖୋଲ ରୁ ତାପସ ରଞ୍ଜନ ବେହେରା ଓ ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Related posts

କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

masiha

ଭୁବନ ବ୍ଲକ ମହୁଲପାଳ ଗ୍ରାମରେ ଜନବିରୋଧି ସରକାରୀ କାର୍ଯ୍ୟ/ପିଇବା ପାଣିକୁ ଦୂଷିତ ନାଳର ରୂପ ଦେଲା ପ୍ରଶାସନ

ମୁକ୍ତିପଥ ର ନବୀକରଣ ଓ ଲୋକାର୍ପିତ 

Sunil Chandra Nayak

Leave a Comment

error: Content is protected !!