ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

ଖପ୍ରାଖୋଲ ୨୫/୦୨ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ହୁତାଶନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ବୈଦିକ ରୀତି ନୀତି ଅନୁସାରେ ଗ୍ରାମ ଦେବା ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରି ବାଜା ବାଣ , ହୁଳହୁଳି ଦେଇ ହୀର୍ଲି ଗ୍ରାମର କନ୍ୟା ଘର କୁ ବରାତ୍ ବାହାରିଥିଲେ । ଗ୍ରାମରେ ବାଜା ବାଜି ବର କନ୍ୟା ଘରକୁ ଯିବା ପାଇଁ ଗ୍ରାମ ପରିକ୍ରମା ଚାଲୁଥାଏ । ହେଲେ ବର ଯିବା ପାଇଁ ସଜବାଜ ହୋଇଥିବା କାରରେ ବସିବା ପୂର୍ବରୁ ଘଟି ଯାଇଥିଲା ଏକ ବଡ଼ ଅଘଟଣା । ବର ଯିବାକୁ ଥିବା କାରଟି ହତାଟ ଲୋକଙ୍କୁ ମାଡି ଯାଇଥିଲା ଫଳରେ ୧୧ ଲୋକ ଗୁରୁତର ହୋଇ ଯାଇଥିଲେ । ଏହା ସହ ଚିକିତ୍ସା ଧିନ ଅବସ୍ଥାରେ ରାଜା ବରିହା ନାମକ ଜଣେ ବ୍ୟକ୍ତି ଙ୍କୁ ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ମୃତ ଘୋଷଣା କରିଥିଲେ । ବାକି ଥିବା ଗୁରୁତର ଆକାଶ ବରିହା , ଗୁଡୁ ବରିହା , ଜୁନେନ୍ ବରିହା ଓ ଅନ୍ୟ ମାନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପାଟଣାଗଡ ଓ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣା ପଡ଼ିଛି । ଏହା ସହ ଖପ୍ରାଖୋଲ ପୋଲିସ ମୃତ ଶବ କୁ ଜବତ କରି ଗାଡି ଚାଳକ ଦୁର୍ଯୋଧନ ନାଗ ଙ୍କୁ ଅଟକ ରଖି ଘଟଣା ର ଅଧିକ ତଦନ୍ତ କରିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି।

ଖପ୍ରାଖୋଲ ରୁ ତାପସ ରଞ୍ଜନ ବେହେରା ଓ ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Related posts

ବୟାଳିଶମୌଜାରେ ରଜ ମହୋତ୍ସବ ପାଳିତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

୩ ଶିଶୁପୁତ୍ର କୁ ଜନ୍ମ ଦେଲେ ମହିଳା

Leave a Comment

error: Content is protected !!