ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବେ ରାଜ୍ୟ ସରକାର, ସାଇକେଲ୍‌ ପାଇଁ ମିଳିବ ୩୫୦୦ ଟଙ୍କା

ସହାୟତା ରାଶି ଯୋଗାଇଦେବା ପାଇଁ ବଜେଟରେ ବ୍ୟୟବରାଦ

ରାଜ୍ୟ ସରକାର ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ । ଏଥିପାଇଁ ସହାୟତା ରାଶି ୬ଶହ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ । ଏଥିସହ ସାଇକେଲ ପାଇଁ ପିଲାଙ୍କୁ ୩୫୦୦ ଟଙ୍କା ମିଳିବ । ପୂର୍ବରୁ ସାଇକେଲ ବାବଦକୁ ୨୬୦୦ ଟଙ୍କା ମିଳୁଥିଲା ।

୨୦୨୩-୨୪ ବଜେଟରେ ଗତକାଲି ଏଥିପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଶିକ୍ଷାକ୍ଷେତ୍ର ପାଇଁ ରାଜ୍ୟ ବଜେଟରେ ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିରେ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୮ କୋଟି ଟଙ୍କା ରହିଛି । ସେହିପରି ଉଚ୍ଚଶିକ୍ଷା ବିଭାଗ ପାଇଁ ୩ ହଜାର ୧୭୩ କୋଟି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ଆରମ୍ଭ ହେବାକୁ ଥିବା ନୂଆ ଯୋଜନା ପାଇଁ ୧୩୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା, ବ୍ଲକ, ସ୍କୁଲ, ପ୍ରଧାନ ଶିକ୍ଷକ, ପଂଚାୟତ ପ୍ରତିନଧି, ଶିକ୍ଷା ଅଧିକାରୀ, ପୂରାତନ ଛାତ୍ର କମିଟିକୁୁ ପୁରସ୍କୃତ କରାଯିବ । ସେହିପରି ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ରହୁଥିବା ଆଦିବାସୀଙ୍କୁ ଉପଯୁକ୍ତ ପୋଷଣ, ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କୁ ଏଣିକି ସପ୍ତାହକୁ ୪ଦିନ ଅଣ୍ଡା ଏବଂ ଗୋଟିଏ ଦିନ ମାଛ କିମ୍ବା ଚିକେନ ପ୍ରଦାନ କରାଯିବ । ଏଥିପାଇଁ ବାର୍ଷିକ ପିଲା ପିଛା ଅତିରିକ୍ତ ଏକ ହଜାର ଟଙ୍କା ଖର୍ଚ୍ଚ ହେବ ।

ସେହିଭଳି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୧୬୩ କୋଟି, ମୋ କଲେଜ ଅଭିଯାନ ପାଇଁ ୧୭୦ କୋଟି ରଖାଯାଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ୫ ବର୍ଷ ମଧ୍ୟରେ ଯଥାକ୍ରମେ ୨୦୦୦ କୋଟି ଓ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ୍‌ରେ ରହୁଥିବା ଅନ୍ତେବାସୀଙ୍କୁ ଉପୁଯକ୍ତ ପୋଷଣ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଏଣିକି ସପ୍ତାହକୁ ୪ ଦିନ ଅଣ୍ଡା ଏବଂ ଗୋଟିଏ ଦିନ ମାଛ କିମ୍ବା ଚିକେନ୍ ପ୍ରଦାନ କରାଯିବ। ଏଥି ପାଇଁ ବାର୍ଷିକ ପିଲା ପିଛା ଅତିରିକ୍ତ ଏକ ହଜାର ଟଙ୍କା ଖର୍ଚ୍ଚ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଜ୍ୟ ସ୍ତରୀୟ ଡିଜିପି ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ମାର୍ଗଦର୍ଶନ

Sunil Chandra Nayak

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଆହୁରି ସଶକ୍ତ ହେବ ମହିଳା ଏସଏସଜି…ମିଶନ ଶକ୍ତି ମହିଳାଙ୍କୁ ବିଦ୍ୟୁତ୍‌ ଚାଳିତ ସ୍କୁଟର

Sunil Chandra Nayak

Leave a Comment

error: Content is protected !!